Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବ ଦାସ ହତ୍ୟାର ସାନି ତଦନ୍ତ: ଆଇନ୍ ମନ୍ତ୍ରୀ କହିଲେ, 'ସିବିଆଇ ଭଳି ପାରିବ କ୍ରାଇମବ୍ରାଞ୍ଚ, ଅଛି ବିଶ୍ଵାସ'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ନବ ଦାସ ହତ୍ୟାର ସାନି ତଦନ୍ତ: ଆଇନ୍ ମନ୍ତ୍ରୀ କହିଲେ, 'ସିବିଆଇ ଭଳି ପାରିବ କ୍ରାଇମବ୍ରାଞ୍ଚ, ଅଛି ବିଶ୍ଵାସ'

ଭୁବନେଶ୍ଵର: ଦିନ ଦ୍ଵି ପ୍ରହରରେ, ରାଜରାସ୍ତା ଉପରେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରାଗଲା । ଅଥଚ ତଦନ୍ତ ବେଳେ ଅନେକ ଦିଗକୁ ବନ୍ଦ କରି ରଖା ଯାଇଥିଲା । ସେ କଥାକୁ ଆଖି ଆଗରେ ରଖି ସାନି ତଦନ୍ତ ଆରମ୍ଭ ହୋଇଛି । ନିଶ୍ଚିତ ଭାବେ ହତ୍ୟାର ଲିଙ୍କ୍ ଯାହା ସହ ଅଛି ଖୋଲିବ ବୋଲି ଆଶା ଅଛି । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ସାନି ତଦନ୍ତ ନେଇ ଏ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ।


ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ପରିବାରର ସନ୍ଦେହ ଅନୁସାରେ, କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ମୋହନ ମାଝୀଙ୍କ ସରକାର ରାଜ୍ୟବାସୀଙ୍କୁ ଆଶ୍ଵସ୍ତ କରୁଛି, ତଦନ୍ତ ନିରପେକ୍ଷ ଭାବେ କ୍ରିୟାଶୀଳତା ସହ ହେବ । ପୂର୍ବ ସରକାରରେ ତଦନ୍ତ ବାଟବଣା କରାଯାଇଥିଲା, ତଦନ୍ତର ଦିଗ ବାଟବଣା ହୋଇଥିଲା । ସେଭଳି ହେବ ନାହିଁ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।


ଏବେ ନବ ଦାସ ହତ୍ୟାର ସ୍ଵଚ୍ଛ ତଦନ୍ତ କରାଯିବ । ପ୍ରଦେଶର ମନ୍ତ୍ରୀଙ୍କୁ ରାସ୍ତାରେ କଦର୍ଯ୍ୟ ଭାବେ ହତ୍ୟା ପଛରେ କିଏ ଅଛି ? କାହାର କାହାର ସମ୍ପୃକ୍ତି ରହିଛି ? ସମସ୍ତ କଥା ଓଡ଼ିଶାବାସୀ ଜାଣିବା ଦରକାର । ତଦନ୍ତ ସ୍ଵଚ୍ଛ ହେବ ଭରସା ରାଜ୍ୟବାସୀଙ୍କୁ ଦେଉଛୁ । ନବ ହତ୍ୟାର ସିବିଆଇ ତଦନ୍ତ ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଉପରେ ସରକାରଙ୍କ ଯଥେଷ୍ଟ ବିଶ୍ଵାସ ରହିଛି । ଗତ ସରକାର ଭଳି କ୍ରାଇମବ୍ରାଞ୍ଚର ଅନୁସନ୍ଧାନଶୀଳତାକୁ ନଷ୍ଟ କରିବା ଭଳି କୌଣସି ଘଟଣା ଆମ ସରକାରରେ ହୋଇ ନାହିଁ । ସରକାରଙ୍କ ସମ୍ପୂର୍ଣ୍ଣ ବିଶ୍ଵାସ ରହିଛି, ଯେଉଁ କଥା ସିବିଆଇ ବି କରିପାରିଥାନ୍ତା ସେ କଥା କ୍ରାଇମବ୍ରାଞ୍ଚ ମଧ୍ୟ କରି ପାରିବ । ସେ ବିଶ୍ଵାସ ନେଇ ଆଗକୁ ବଢ଼ୁଥିବା ଆଇନ୍ ମନ୍ତ୍ରୀ କହିଛନ୍ତି ।


Sponsored
Naba Murder Investigation: Law Minister Said We Have Faith On Crime Branch | Argus News