Paddy Procurement / ଖୋଲା ଆକାଶ ତଳେ ପଡ଼ିଛି ଧାନ ବସ୍ତା; ସରି ଆସୁଛି ଚାଷୀଙ୍କ ଟୋକନ ଅବଧି
·4 months ago·2 min read

Key Points
ଶୀତ କାକରରେ ସେମିତି ଖୋଲା ଆକାଶ ତଳେ ପଡ଼ି ରହିଛି । ଅମଳ ପରେ ଚାଷୀ ଏବେ ଚିନ୍ତାରେ । ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ଦେଖା ଦେଇଛି ଚାଷୀ ଅସନ୍ତୋଷ ।
ଚନ୍ଦାହାଣ୍ଡି/ନବରଙ୍ଗପୁର: ମଣ୍ଡିରୁ ଧାନ ଉଠୁନି, ଶୀତ କାକରରେ ସେମିତି ଖୋଲା ଆକାଶ ତଳେ ପଡ଼ି ରହିଛି । ଅମଳ ପରେ ଚାଷୀ ଏବେ ଚିନ୍ତାରେ । ନବରଙ୍ଗପୁର ଜିଲ୍ଲାରେ ଧାନ ମଣ୍ଡିରେ ବିଭିନ୍ନ ସମସ୍ୟାକୁ ନେଇ ଦେଖା ଦେଇଛି ଚାଷୀ ଅସନ୍ତୋଷ । ଅମଳ ପରେ ଧାନ ଉଠା ସମୟରେ ମଣ୍ଡିରେ ଘୋର ଅବ୍ୟବସ୍ଥା କାରଣରୁ ଚିନ୍ତାରେ ଚାଷୀ । ଜିଲ୍ଲାର ବିଭିନ୍ନ ମଣ୍ଡିରେ ଏବେ ବି ଲକ୍ଷ ଲକ୍ଷ ବସ୍ତା ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି ।
ଏଥିସହ ପଢ଼ନ୍ତୁ: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ
ଏଭଳି ସ୍ଥିତି ଚନ୍ଦାହାଣ୍ଡି, ପାପଡ଼ାହାଣ୍ଡି, ଝରିଗାଁ, ଡାବୁଗାଁ ବ୍ଲକର ବିଭିନ୍ନ ମଣ୍ଡିରେ ଦେଖିବାକୁ ମିଳୁଛି । ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଓଜନ ନ ହୋଇ ଖୋଲା ଆକାଶ ତଳେ ପଡ଼ି ରହିଛି । ଯାହାକୁ ନେଇ ଫୁଟିଛି ଚାଷୀଙ୍କ ଅସନ୍ତୋଷ ।
କିଛି ଦିନ ତଳେ ଚନ୍ଦାହାଣ୍ଡି ବ୍ଲକର କୋଇଲିମୁଣ୍ଡା ମଣ୍ଡିରେ ଲ୍ୟାମ୍ପସ୍ କର୍ମଚାରୀ, ଆର୍ଏମସି କର୍ମଚାରୀ ସହ ମିଲରଙ୍କୁ ତିନି ଦିନ ଧରି ଅଟକ ରଖି ଧାରଣାରେ ବସିଥିଲେ ଚାଷୀ । ସେହିପରି ଝରିଗାଁ ଓ ପାପଡ଼ାହାଣ୍ଡି ବ୍ଲକର ଚାଷୀମାନେ ଗତ ଦିନରେ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓହ୍ଲାଇ ଥିଲେ ।
ଅନ୍ୟପଟେ ଚାଷୀଙ୍କ ଟୋକନ ଅବଧି ସରି ଆସୁଥିବା ବେଳେ ଚକ୍ଷୁ ସ୍କାନ ହୋଇ ପାରୁନି । ଯାହାକୁ ନେଇ ଅନେକ ଚାଷୀ ଧାନ ବିକ୍ରିକୁ ନେଇ ଆଶଙ୍କାରେ ପଡ଼ିଛନ୍ତି । କଟନୀ ଛଟନୀକୁ ସରକାରଙ୍କ ସମ୍ପୂର୍ଣ୍ଣ ବାରଣ ସତ୍ତ୍ୱେ ମିଲର୍ସ ଚାଷୀଙ୍କୁ ୪ରୁ ୬ କେଜି ଧାନ କଟନୀ ଛଟନୀ ବାବଦକୁ କାଟି ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।
ଗୋଟିଏ ପଟେ ମିଲର୍ସଙ୍କ ମନମାନିରୁ ଉଠିପାରୁନି ଧାନ । ସଠିକ ସମୟରେ ଧାନ ଉଠି ପାରୁନଥିବାରୁ ଅଞ୍ଚଳରେ ସକ୍ରିୟ ହେବାରେ ଲାଗିଲେଣି ଛତିଶଗଡ଼ ଦଲାଲ୍ । ପରିସ୍ଥିତିର ସୁଯୋଗ ନେଇ ଚାଷୀଙ୍କୁ ନଗଦ ଟଙ୍କାର ଲୋଭ ଦେଖାଇ ଦଲାଲ୍ କମ୍ ଦାମରେ ଧାନ କିଣୁଛନ୍ତି ।
ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ପଶି ଗ୍ରାଉଣ୍ଡ ଅପରେସନ୍ ପାଇଁ ପ୍ରସ୍ତୁତ ଥିଲା ଭାରତ; ଚେତାବନୀ ଦେଲେ ସେନା ମୁଖ୍ୟ
ପ୍ରଶାସନ ପକ୍ଷରୁ ଓଡ଼ିଶା ସୀମାରେ ତନଖି ଫାଟକ ଲାଗିବା ନିୟମ ଥିଲେ ମଧ୍ୟ ସବୁ ସୀମା ଏବେ ମୁକୁଳା ପଡ଼ିଛି । ଯୋଗାଣ ବିଭାଗ ଓ ଛତିଶଗଡ଼ ବେପାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।
ଜିଲ୍ଲାର ଅନେକ ମଣ୍ଡି ଗୁଡ଼ିକରେ ଖୋଲା ଆକାଶ ତଳେ ଧାନ ପଡ଼ିଥିବାରୁ ତୁରନ୍ତ ଧାନ କିଣିବାକୁ ଚାଷୀ ଦାବି କରିଛନ୍ତି । ଯୁଦ୍ଧକାଳୀନ ଭିତରେ ଧାନ ନ ଉଠିଲେ ଆନ୍ଦୋଳନ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories