School Holiday / ବର୍ଷା ପାଇଁ ଜିଲ୍ଲାରେ ସ୍ଥିତି ଅସମ୍ଭାଳ: ପିଲାଙ୍କ ସୁରକ୍ଷା ପାଇଁ କାଲି ସବୁ ସ୍କୁଲ କଲେଜ ବନ୍ଦ
·1 month ago·2 min read

Key Points
ଆସନ୍ତାକାଲି ନବରଙ୍ଗପୁରର ସମସ୍ତ ସ୍କୁଲ ଛୁଟି
ଜିଲ୍ଲାରେ ବର୍ଷାର ତାଣ୍ଡବ
ସ୍କୁଲ, କଲେଜ ବନ୍ଦ କରିବାକୁ ପ୍ରଶାସନର ନିଷ୍ପତ୍ତି

ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ସବୁ ସ୍କୁଲ ବନ୍ଦ ଘୋଷଣା ହୋଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି। ସବୁ ସରକାରୀ ଓ ଘରୋଇ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଲଗାଣ ବର୍ଷା ସହ ବିଭିନ୍ନ ଜିଲ୍ଲାରେ ଜଳବନ୍ଦୀ ସ୍ଥିତି । ପାଣିଘେରରେ ଅଛନ୍ତି ଲୋକେ । ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଚେତାବନୀ ଅନୁଯାୟୀ, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପାଇଁ 'ରେଡ୍ ୱାର୍ଣ୍ଣିଂ' ଜାରି କରାଯାଇଛି ।''
ସେପଟେ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ବଲପୁର ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ସ୍କୁଲ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଆଜି ବନ୍ଦ ରହିଥିଲା। ସେହିପରି ଯାଜପୁର, ଭଦ୍ରକ, ଦେବଗଡ଼, ସୁନ୍ଦରଗଡ଼, ବରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଆଜି ସ୍କୁଲି ଛୁଟି ଘୋଷଣା କରାଯାଇଥିଲା ।''
ଏଥିସହ ପଢ଼ନ୍ତୁ: ବର୍ଷା ସହ ବନ୍ୟା ବିପଦ; ବୁଧବାର ୫ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ୍
ଠିକ ସେହିପରି ଲଗାଣ ବର୍ଷା ଜାରି ରହିଛି। ଛାଡିବାର ନାଁ ଧରୁନି। ଯାହାକୁ ଦୃଷ୍ଟିରେ ରଖି ଆସନ୍ତକାଲି ମଧ୍ୟ ନବରଙ୍ଗପୁର ସ୍କୁଲ, କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପିଷ୍ପତ୍ତି ନିଆଯାଇଛି।ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି। ତଳିଆ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ କାର୍ଯ୍ୟ ଚାଲିଛି। ସେପଟେ ବୈତରଣୀ ବନ୍ୟା ପ୍ରଭାବ ଧାମନଗର ବ୍ଲକ ଗୌରାଙ୍ଗପୁର ଓ ମଲିମାହାରା ଦେଇ ବନ୍ୟା ପ୍ରବେଶ ଫଳରେ ଧାମନଗରରୁ ଦୋବଲ ଦେଇ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତା ଉପରେ ୫ ଫୁଟ ଉପରେ ବନ୍ୟାପାଣି ପ୍ରଭାବିତ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।''

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲଗାଣ ବର୍ଷରେ ଦୁଇଫାଳ ହେଲା ଦୁଇଶହ ବର୍ଷର ପୁରୁଣା ତେନ୍ତୁଳି ଗଛ । ଗଛ ପଡ଼ି ଭୁଶୁଡିଲା ଦୁଇଟି ବାସଗୃହ । ଅଳ୍ପକେ ବର୍ତିଗଲେ ପରିବାର ସଦସ୍ୟ । ନବରଙ୍ଗପୁର ଝରୀଗାଁ ବ୍ଲକ ଷଣ୍ଡଶା ଗାଁରୁ ଏଭଳି ଖବର ସାମ୍ନାକୁ ଆସିଛି । ଗାଁରେ ଥିବା ଏକ ବିରାଟକାୟ ତେନ୍ତୁଳି ଗଛ ମଝିରୁ ଦୁଇଫାଳ ହୋଇଯାଇଛି । ଅଗ୍ନିଶମ କର୍ମଚାରୀ ପହଂଚିଛି ଗଛ କାଟିବା ସହ ଲୋକଙ୍କୁ ଉଦ୍ଧାର କରିଥିବା ଦୃଶ୍ୟ ସାମ୍ନାକୁ ଆସୁଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories