Life Imprisonment / ବିନ୍ସ ତୋଳିବା ବେଳେ ଚଢ଼ାଇ ଦେଇଥିଲେ ଟ୍ରାକ୍ଟର; ଏବେ ୫ ଜଣଙ୍କୁ ହେଲା ଆଜୀବନ ଜେଲ୍

Key Points
ପୂର୍ବ ଶତ୍ରୁତାକୁ ନେଇ ଟ୍ରାକ୍ଟର ଚଢ଼ାଇ ହତ୍ୟା ଘଟଣାରେ ରାୟ ଆସିଛି । ଜଣେ ନାବାଳକ ସହ ଆଉ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ।
ନବରଙ୍ଗପୁର: ଜମିରେ ଜୋର୍ ଜବରଦସ୍ତି ପଶିଲେ, ବଚସା ପରେ ଟ୍ରାକ୍ଟର ଚଢ଼ାଇ ଦେଲେ । ବିନ୍ସ ତୋଳୁଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଟ୍ରାକ୍ଟର ଚଢ଼ାଇ ହତ୍ୟା ଘଟଣାରେ ରାୟ ଆସିଛି । ଜଣେ ନାବାଳକ ସହ ଆଉ ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ।
୨୦୨୨ ଅଗଷ୍ଟ ୬ରେ କୋଡ଼ିଙ୍ଗା ଥାନା ଅଞ୍ଚଳରେ ଆକ୍ରମଣ ହୋଇଥିଲା । ମୃତକ ଡମ୍ବୁରୁ ପୂଜାରୀଙ୍କ ସହ ଆଉ ୪ ଜଣ ବିନ୍ସ ତୋଳୁଥିବା ବେଳେ ଅନନ୍ତ ପୂଜାରୀ, ଶିବ ପୂଜାରୀ, ଚନ୍ଦନ ପୂଜାରୀ, ଡୁମର ପୂଡାରୀ, ଡାଳିମ୍ବ ପୂଜାରୀ ଅସ୍ତ୍ରଶସ୍ତ୍ର ଧରି ଆସି ହଠାତ୍ ଆକ୍ରମଣ କରିଥିଲେ । ଡମ୍ବୁରୁ ଓ ପଦଲାମଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ ।
ଯେଉଁଥିରେ ପଦଲାମଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଡମ୍ବୁରୁ ପୂଜାରୀ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଅଗଷ୍ଟ ୧୬ରେ ଆଖି ବୁଜିଥିଲେ ଡମ୍ବୁରୁ ।
📱 Get Argus News App
✨
ଏହି ମାମଲାର ବିଚାର କରି କୋର୍ଟ ବୁଧବାର ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି କୋର୍ଟ । ମାମଲାରେ ଜଡ଼ିତ ଜଣେ ନାବାଳକକୁ କୋର୍ଟ ବାଳ ସୁଧାର ଗୃହକୁ ପଠାଇ ଦେଇଛନ୍ତି ।
Related Topics
Explore more stories