Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନଡ୍ଡା

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବିଜେପି କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନଡ୍ଡା

ପୁରୀରେ ନଡ୍ଡାଙ୍କ ପାଠଶାଳା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ବେଳେ ସାମିଲ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ଏହି ପାଠଶାଳାରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ନଡ୍ଡା । ଏମିତିକି ନେତା-ମନ୍ତ୍ରୀଙ୍କୁ ତାଗିଦ୍‌ ମଧ୍ୟ କରିଛନ୍ତି । ସେ ସିଧାସିଧା କହିଛନ୍ତି, ବିଧାୟକ-ମନ୍ତ୍ରୀ କି ସାଂସଦ ହେଇଛନ୍ତି ବୋଲି କେବେ ଗର୍ବ କରନ୍ତୁ ନାହିଁ। ଗ୍ରୁପିଜିମ୍ ଓ ଚାଟୁକାରିତା ଛାଡ଼ି କାମ କରନ୍ତୁ । ଲୋକଙ୍କ କାମ କରନ୍ତୁ । ନିଜ ବ୍ୟକ୍ତିତ୍ବର ବିକାଶ କରନ୍ତୁ। ଗାଁକୁ ଯାଆନ୍ତୁ ଅଙ୍ଗନବାଡ଼ିକୁ ଯାଇ ସେଠିକାର ଅବସ୍ଥା ଦେଖନ୍ତୁ। ଡାକ୍ତରଖାନାକୁ ଯାଇ ରୋଗୀଙ୍କ କଥା ବୁଝନ୍ତୁ, ସେମାନଙ୍କର ସମସ୍ୟାର ସମାଧାନ କରନ୍ତୁ ବୋଲି କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ନଡ୍ଡା। ଅଫିସରମାନଙ୍କ ସହ ଉତ୍ତମ ସଂପର୍କ ରଖି କାମ ଆଦାୟ କରିବା ଶିଖନ୍ତୁ ବୋଲି ମଧ୍ୟ କହିଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନୀତି ନୈତିକତାକୁ ଫୋକସ୍ ଦେବା ସହ ତୃଣମୂଳ ସ୍ତରରେ ସ୍ବଚ୍ଛତା ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ବାନ । ମହିଳା, ଦଳିତ, ବୃଦ୍ଧ ବୟସ୍କଙ୍କ ପାଖକୁ ଯିବାକୁ ଦେଇଛନ୍ତି ଆହ୍ୱାନ । ତୃଣମୂଳ ସ୍ତରର ଲୋକ ଓ ଭୋଟରଙ୍କ ଆସ୍ଥା ଭାଜନ ହେବାକୁ ପରାମର୍ଶ । ଛୋଟମୋଟ ସଂକୀର୍ଣ୍ଣତାରୁ ଯାଇ ସମସ୍ତଙ୍କ ସହ ମିଶି ବିକାଶ ମୂଳକ କାର୍ଯ୍ୟରେ ନିଜକୁ ଯୋଡ଼ିବାକୁ ପରାମର୍ଶ । ଦଳର ବିଚାରଧାରାକୁ ବୁଝି ସଙ୍ଗଠନକୁ ନେଇ କାମ କରିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ।


ତେବେ ପୁରୀରେ ଦୁଇ ଦିନ ପାଇଁ ଚାଲିବ ଏହି ପାଠ ଶାଳା । ବିଜେପି ପକ୍ଷରୁ ସ୍ବାମୀ ନାରାୟଣ ମନ୍ଦିରରେ ଏହାକୁ ଆୟୋଜନ କରାଯାଇଛି । ଏଥିରେ ବିଜେପିର ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ କେମିତି ରଖାଯିବ ? କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ ଜନପ୍ରତିନିଧି ଓ ନେତା, କେମିତି ଲୋକଙ୍କ ସହ ଉତ୍ତମ ମନ୍ତବ୍ୟ ରଖିବେ ସେନେଇ ନଡ୍ଡାଙ୍କ ଠାରୁ ତାଲିମ ନେଉଛନ୍ତି ନେତା ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କେମିତି ସମାଜର ଶେଷ ସୋପାନରେ ଥିବା ଲୋକ ପର୍ଯ୍ୟନ୍ତ ପହଞ୍ଚିଇବ ସେଥିପ୍ରତି ଗୁରୁତ୍ୱ ଦେବାକୁ କହିଛନ୍ତି ନଡ୍ଡା । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ଏହି ପ୍ରଶିକ୍ଷଣ ଶିବିର ।

Sponsored
Nadda gives Guru Mantra to BJP worker | Argus News