ନାଗପୁର: ୬ ଦିନ ପରେ ନାଗପୁରରୁ ହଟିଲା କର୍ଫ୍ୟୁ

୬ ଦିନ ପରେ ନାଗପୁରରୁ ହଟିଲା କର୍ଫ୍ୟୁ । ହିଂସା ପ୍ରଭାବିତ ସମସ୍ତ ୧୧ଟି ସହରାଞ୍ଚଳରୁ ଆଜି କଟକଣା ହଟାଇଛି ପୋଲିସ ପ୍ରଶାସନ । ହିଂସା ଘଟିଥିବା ଗଣେଶପେଠ ଓ ଯଶୋଧାରା ଅଞ୍ଚଳରୁ ମଧ୍ୟ କର୍ଫ୍ୟୁ ହଟିଛି । ପ୍ରଥମ ପର୍ଯ୍ୟାୟରେ କପିଳନଗର, ନନ୍ଦନବନ, ପଞ୍ଚପାପଲୀ, ଶାନ୍ତିନଗର ଓ ଲକଡ଼ା ଗଞ୍ଜରୁ କର୍ଫ୍ୟୁ ହଟାଇଥିଲା ପୋଲିସ । ଗତ ୧୭ ତାରିଖ ରାତିରେ ହିଂସାକାଣ୍ଡ ପରେ ସହରରେ କର୍ଫ୍ୟୁ ଲଗାଇଥିଲା ପୋଲିସ ।
ହିଂସା ମାମଲାରେ ବର୍ତ୍ତମାନ ସୁଦ୍ଧା ୧୩ଟି ମାମଲାରେ ୧୧୫ ଜଣଙ୍କୁ ଗିରଫ କରିଛି ପୋଲିସ । ହିଂସାକାଣ୍ଡରେ ହୋଇଥିବା କ୍ଷତି ଦଙ୍ଗାକାରୀଙ୍କ ଦ୍ବାରା ଭରଣା ହେବ ବୋଲି ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ । ହିଂସା ଘଟଣାରେ ଗିରଫ ମାଷ୍ଟରମାଇଣ୍ଡ ଫହୀମ ଶମୀମ ଖାନ ବିରୋଧରେ ଲାଗିଛି ଦେଶଦ୍ରୋହ ଦଫା । ଚିହ୍ନଟ ହୋଇଥିବା ୭୦ରୁ ଅଧିକ ଅଭିଯୁକ୍ତଙ୍କ ସୋସିଆଲ ମିଡିଆ ପୋଷ୍ଟ ଯାଞ୍ଚ ସାଇବର ସେଲ୍ ଜାରି ରଖିଥିବା କହିଛନ୍ତି ନାଗପୁର ପୋଲିସ କମିଶନର ।