|
logo
Live

Argus News - ଆଗାମୀ ବର୍ଷକ ମଧ୍ୟରେ ବିଶ୍ଵସ୍ତରୀୟ ହେବ ନନ୍ଦନକାନନ

Odisha

ଆଗାମୀ ବର୍ଷକ ମଧ୍ୟରେ ବିଶ୍ଵସ୍ତରୀୟ ହେବ ନନ୍ଦନକାନନ

Smruti Parija
Browse all articles by Smruti Parija
·2 years ago·1 min read
ଆଗାମୀ ବର୍ଷକ ମଧ୍ୟରେ ବିଶ୍ଵସ୍ତରୀୟ  ହେବ ନନ୍ଦନକାନନ

ଭୁବନେଶ୍ୱର:  ନନ୍ଦନକାନନର 64 ତମ ପ୍ରତିଷ୍ଠା ଦିବସ ଅବସରରେ ଫାର୍ମା ୱାଲାବୀ ଖୁଆଡ଼ର ଲୋକାର୍ପଣ କଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଉତ୍ସବରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟପ୍ରାଣୀ ପିସିସିଏଫ ଉପସ୍ଥିତ ଅଛନ୍ତି । କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର ଲୋକାର୍ପିତ ହୋଇଛି । ଅଷ୍ଟ୍ରିକ ଖୁଆଡ଼ ବି ଲୋକାର୍ପିତ କଲେ ଅତିଥୀ ।

ନନ୍ଦନକାନନରେ ବାଘ ଶାବକ ଓ ସିଂହ ଶାବକ ନାମକରଣ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ । ବାଘୁଣୀ ଅଙ୍କିତାର ଶାବକ ନାମ ଶ୍ରୀ, ତୃପ୍ତି, ଜୟଶ୍ରୀ, ଅମିତ୍ ରଖାଯାଇଥିବାବେଳେ ବାଘୁଣୀ ରୂପାର ଶାବକ ନାମ ଅମୃତା, ଶିବ ରଖାଯାଇଛି । ବିଜୁଳି ସିଂହିର ଶାବକ ନାମ ଶ୍ରଦ୍ଧା, ରିମା, ଅନାମିକା, ଯୁବରାଜ ରଖାଯାଇଥିବା ବେଳେ ରେୱା ସିଂହି ଶାବକ ନାମ ମାୟା, ଶିବମ । ହାତୀ ଶାବକ ନାମ ଅଭି, ଆଶା ରଖାଯାଇଛି ।

ଆଗାମୀ ବର୍ଷକ ମଧ୍ୟରେ ନନ୍ଦନକାନନ ହେବ ବିଶ୍ଵସ୍ତରୀୟ । ପୂରା କଳେବର ବଦଳିବ । ଗତ ୮-୧୦ ମାସ ମଧ୍ୟରେ ଅନେକ ରୂପରେଖ ବଦଳିଛି । ପ୍ରାଣୀ ଅଦଳବଦଳ ପ୍ରକ୍ରିୟା ଜରିଆରେ ବହୁ ନୂଆ ଜୀବଜନ୍ତୁ ଆସିଛନ୍ତି । ରୋପ ୱେ, ବୋଟିଂ ବ୍ୟବସ୍ଥା ହୋଇଛି । ଦୁବାଇରୁ ଖୁବଶୀଘ୍ର ଚିତା ବାଘ ଓ ଧଳା ସିଂହ ଶାବକ ଆସିବ । କାଞ୍ଜିଆ ହ୍ରଦ ବିକାଶ ଲାଗି SRC ପାଣ୍ଠିରୁ ୧୭ କୋଟି ଟଙ୍କା ଦିଆଯାଇଛି । ନନ୍ଦନକାନନ ଚିଡ଼ିଆଖାନା ଚୁଡ଼ଙ୍ଗ ଯାଏଁ ବଢିବା ସହ ଖୁବଶୀଘ୍ର ନାଇଟ ସଫାରୀ ବ୍ୟବସ୍ଥା ମଧ୍ୟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
ଆଗାମୀ ବର୍ଷକ ମଧ୍ୟରେ ବିଶ୍ଵସ୍ତରୀୟ ହେବ ନନ୍ଦନକାନନ | Argus News