Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଉଦଘାଟନ କରିବେ ନରେନ୍ଦ୍ର ମୋଦି

Rashmita Mishra
Browse all articles by Rashmita Mishra
·1 year ago·2 min read
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଉଦଘାଟନ କରିବେ ନରେନ୍ଦ୍ର ମୋଦି

Key Points

ଆସନ୍ତା 28ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ର ଉଦଘାଟନ କରିବେ ନରେନ୍ଦ୍ର ମୋଦି
ରାଜ୍ୟରେ ବିଜେପି ସରକାର ହେବା ପରେ PMଙ୍କ ପଞ୍ଚମ ଓଡ଼ିଶା ଗସ୍ତ
ପ୍ରବାସୀ ଭାରତୀୟ ସମ୍ମିଳନୀରେ ବ୍ରାଣ୍ଡ ଓଡ଼ିଶାକୁ କରିଥିଲେ ଗୌରବ ମଣ୍ଡିତ
ସଂସଦ ଭବନରୁ ମୋଦି କରିଥିଲେ ଘୋଷଣା
25 ବର୍ଷ ପାଇଁ ଓଡ଼ିଶା ହେବ ଦେଶ ବିକାଶର ଇଞ୍ଜିନ
ଏବେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପକାଇବ ବିକଶିତ ଓଡ଼ିଶାର ଭିତ୍ତି
      

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ବିଜେପି ସରକାରର ଶପଥ ଗ୍ରହଣ, ସୁଭଦ୍ରା ଯୋଜନାର ଲୋକାର୍ପଣ, ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ। 7 ମାସ ଭିତରେ 4-4 ଥର ଓଡ଼ିଶା ଗସ୍ତ । ଆଉ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପଞ୍ଚମ ଥର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା 28 ତାରିଖରୁ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ସାମିଲ ହେବାକୁ ଆସୁଛନ୍ତି ନରେନ୍ଦ୍ର ମୋଦି । ପିଏମ୍ ସମ୍ମିଳନୀର ଉଦଘାଟନ କରିବା ସହ ସମ୍ବୋଧନ କରିବେ । ସମ୍ମିଳନୀସ୍ଥଳ ଭୁବନେଶ୍ବର ଜନତା ମୈଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ।

ମୋଦିଙ୍କ ଫୋକସରେ ଓଡ଼ିଶା । ଏଥିପାଇଁ ଡିଜି ସମ୍ମିଳନୀ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ଭଳି ବଡ଼ ଜାତୀୟ ଇଭେଣ୍ଟ ଓଡ଼ିଶାରେ ଆୟୋଜନ କରିବାର ସୁଯୋଗ ଦେବା ସହ ନିଜେ ଆସି ବ୍ରାଣ୍ଡ ଓଡ଼ିଶାର ପ୍ରଚାର ପ୍ରସାର ସହ ରାଜ୍ୟ ଇତିହାସକୁ ଗୌରବ ମଣ୍ଡିତ କରିଛନ୍ତି ପ୍ରଧାନମନ୍ତ୍ରୀ 

2036 ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ କାମ କରୁଛନ୍ତି ବିଜେପି ସରକାର । ଏ ଦିଗରେ ବଡ଼ ମୁଳଦୁଆ ପକାଇବ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ । ୫ ହଜାରରୁ ଅଧିକ ଶିଳ୍ପ ପ୍ରତିନିଧିଙ୍କର ହେବ ସମାବେଶ । ସାମିଲ ହେବେ ୫୦୦ ବିଦେଶୀ ପୁଞ୍ଜିନିବେଶକ। ଦୁଇ ଦିନ ଧରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ପ୍ରସ୍ତୁତ ହେବ ବିକଶିତ ଓଡିଶାର ରୋଡ଼ ମ୍ୟାପ୍ । ମୋଦି ଦେଇଛନ୍ତି ଆହ୍ବାନ, 2047 ସୁଦ୍ଧା ଗଠିନ ହେବ ବିକଶିତ ଭାରତ । ଆଉ ଏଥିରେ ବଡ଼ ଭୂମିକା ତୁଲାଇବ ଓଡ଼ିଶା। ପୂର୍ବ ଭାରତରୁ ନେଇ ସମଗ୍ର ଦେଶର ବିକାଶ ପାଇଁ ଓଡ଼ିଶା ଇଞ୍ଜିନ୍ ପାଲଟିବ ବୋଲି ସଂସଦ ଭବନରୁ ବଡ଼ ଘୋଷଣା କରିଥିଲେ ପିଏମ୍ ମୋଦି।


ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆଇଟି, ଅକ୍ଷୟ ଶକ୍ତି, ବୟନ, କେମିକାଲ, ଫୁଡ ପ୍ରସେସିଂ ଭଳି ୫ଟି କ୍ଷେତ୍ରକୁ ଫୋକସ୍ କ୍ଷେତ୍ର ଭାବେ ଚୟନ କରାଯାଇଛି । ଅଷ୍ଟ୍ରେଲିଆ, ମ୍ୟାଲେସିଆ, ଜାପାନ, ଜର୍ମାନୀ, ପୋଲାଣ୍ଡ, କ୍ୟୁବା ଭଳି ୧୨ଟି ରାଷ୍ଟ୍ର 'କଣ୍ଟ୍ରି ଅଫ୍ ଫୋକସ' ରହିବାକୁ ନିମନ୍ତ୍ରଣ କରାଯାଇଛି । ଜାନୁଆରୀ ୨୮-୨୯ ଦୁଇ ଦିନରେ ୪ଟି ପ୍ଲେନାରୀ ସେସନ, ୧୬ଟି ସେକ୍ଟରାଲ୍ ସେସନ୍ ଓ ୪ଟି ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
narendra-modi-to-inaugurate-odisha-excellence-conclave | Argus News