Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଭାମଞ୍ଚରେ ନବୀନଙ୍କୁ ଧୋଇଲେ ନରସିଂହ

Odisha

ସଭାମଞ୍ଚରେ ନବୀନଙ୍କୁ ଧୋଇଲେ ନରସିଂହ

Smruti Parija
Browse all articles by Smruti Parija
·2 years ago·2 min read
ସଭାମଞ୍ଚରେ ନବୀନଙ୍କୁ ଧୋଇଲେ ନରସିଂହ

Key Points

  • ନିର୍ବାଚନ ପାଇଁ ଅଧା କାମରୁ ଉଦଘାଟନ କଲେ ନବୀନ
  • ଭଡ଼ାରେ ଆଣି ଲୋକ ଜମା କଲେ
  • ସଭା ମଝିରେ, ଲୋକଙ୍କ ଉପସ୍ଥିତିରେ ନବୀନଙ୍କୁ ଧୋଇ ଦେଲେ ନରସିଂହ

ବଲାଙ୍ଗୀର: ରାଜନୀତି କେବଳ ଶାସକ ଦଳ କରୁଛି । ନିର୍ବାଚନି ବର୍ଷ ହୋଇଥିବାରୁ ପ୍ରକଳ୍ପ ପରେ ପ୍ରକଳ୍ପ ଘୋଷଣା କରୁଛି । ହେଲେ ବାସ୍ତବତା କେତେ ଅଛି ତାହାକୁ ଦେଖାଇ ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଭାଷଣ ଦେବା ବେଳେ କେମିତି ତରତର ହୋଇ ପ୍ରକଳ୍ପକୁ ଉଦଘାଟନ କରିଲେ ସରକାର ତାହାର ଖୋଲିଦେଇଥିଲେ ଗୁମର । ଏମିତିକି ପ୍ରକଳ୍ପ ଯଦି ସରିଛି ତେବେ ସ୍ଵିଚ୍‌ ଚିପିଲେ ପାଣି ଘଳଘଳ ହୋଇକି ବାହାରିବ ବୋଲି ନରସିଂହ କହିବା ସହ ଯଦି ପାଣି ନବାହିରବ ଲୋକ ମୁହଁରେ କଳା ବୋଳି ଦେବେ ବୋଲି କହିବାକୁ ପଛାଇ ନଥିଲେ ।

ସ୍ଥାନ-ବଲାଙ୍ଗିର । ଅବସର ଥିଲା- ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ, ସାଂସଦ ଓ ମନ୍ତ୍ରୀ ଉପସ୍ଥିତ ଥିଲେ । ଚିରାଚରତି ଢଙ୍ଗରେ ଭାଷଣ ଆରମ୍ଭ କରିଥିଲେ ନରସିଂହ । କଂଗ୍ରେସ ବିଧାୟକ ଦଳର ନେତା ହୋଇଥିବାରୁ ସମସ୍ତଙ୍କର ନଜର ଥିଲା । ଆଉ ରାଜନୀତିରେ ପୋଖତ ଖେଳାଳି ଥିବା ନରସିଂହ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯେମିତି ଗୋଟି ଗୋଟି ସତ କହିଲେ ତାହା ଶୁଣିଲେ ଉଡିଯିବ ହୋସ ।

ଦୁଇ ଦଶନ୍ଧି ପରେ ଆଜି ଉଦଘାଟିତ ହୋଇଯାଇଛି ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ । ଖୋଦ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ  ବଲାଙ୍ଗୀରବାସୀଙ୍କୁ ଭେଟି ଦେଇଛନ୍ତି । ହେଲେ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶାସନ ପୋଲ୍ ଖୋଲିଛନ୍ତି ନରସିଂହ ମିଶ୍ର । 



୧୯୯୮ରେ ସୁକତେଲ ପାଇଁ ମିଳିଥିଲା ମଞ୍ଜୁରୀ । 1999 ରେ ଶୁଭ ଦେବାର ଥିଲା । ହେଲା ନିର୍ବାଚନ ଘୋଷଣା ହେବାରୁ କାମ ଘୁଞ୍ଚିଯାଇଥିଲା । ହେଲେ ଆଜକୁ 23 ବର୍ଷ ହେଇଗଲା ,ପ୍ରକଳ୍ପ ସଂପୂର୍ଣ୍ଣ ହେଲାନି । କିନ୍ତୁ ଦୁର୍ଭାଗ୍ୟର କଥା ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ତରତର ହୋଇ ଉଦଘାଟନ କରାଯାଉଛି । ଖାଲି ଏତିକି ନୁହେଁ ବରଂ 2006ରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଥିଲେ ଯେ ପ୍ରତ୍ୟେକ ବ୍ଲକର ୩୫ ପ୍ରତିଶତ ଜମିକୁ ଜଳସେଚନ କରାଯିବ । ୫ ବର୍ଷ ଭିତରେ ଅର୍ଥାତ୍‌ ୨୦୧୧ ସୁଦ୍ଧା ସବୁ ଜମିକୁ ପାଣି ମାଡିବାର କଥା । ହେଲେ ଆଜି ଯାଏ ସବୁ ବ୍ଲକକୁ ପାଣି ଗଲା ନାହିଁ । ଏଥିରୁ ଗୋଟିଏ କଥା ସ୍ପଷ୍ଟ, ନବୀନ ବାବୁ କୁହନ୍ତି ଗୋଟେ, କରନ୍ତି ଆଉ ଗୋଟେ ।

ଉଦଘାଟନ ହେଲା ବୋଲି କଣ କାମ ସରିଗଲା କି ? ପ୍ରକଳ୍ପ ଯୋଗୁଁ ୧୫ଟି ଗାଁ ସଂପୂର୍ଣ୍ଣ ଓ ୧୩ଟି ଗାଁ ଆଂଶିକ ଭାବେ ପ୍ରଭାବିତ ହୋଇଛି । ପ୍ରାୟ ୧୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ବିସ୍ଥାପିତ ହୋଇଥିବା ତେଲେନପାଲି, ଡୁଙ୍ଗୁରିପାଲି, ପୋଢମୁଣ୍ଡ, ଗର୍ଜନ, ଗଡଶଙ୍କର ଡୁଙ୍ଗୁରିପାଲି ଓ ଖପସାବାହାଲ ଏହି ୧୦ ପରିବାରଙ୍କ ଦୁଃଖ କେହି ଶୁଣନ୍ତି ନାହିଁ । ଆଉ ଆଜି ପୁଣି କେଉଁ ନୂଆ ପ୍ରତିଶ୍ରୁତି ଦେବେ ସରକାର ବୋଲି ପ୍ରଶନ୍ କରିଛନ୍ତି ନରସିଂହ । ତେବେ ସଭା ମଝିରେ ସରକାରର ମୁଖ୍ୟଙ୍କ ସାମ୍ନାରେ ନରସିଂହ ଯେମିତି ସତ କହିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
narsingha-misha-target-naveen-pattnaik-during-suktel-project-inaguration | Argus News