Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରାକୃତିକ ସମ୍ପଦ ସଂରକ୍ଷଣ ଓ ସଦୁପଯୋଗ ପାଇଁ ଫସଲ ଘନିଷ୍ଠୀକରଣର ଆବଶ୍ୟକତା

Sushanta Sahoo
Browse all articles by Sushanta Sahoo
·10 months ago·2 min read
ପ୍ରାକୃତିକ ସମ୍ପଦ ସଂରକ୍ଷଣ ଓ ସଦୁପଯୋଗ ପାଇଁ ଫସଲ ଘନିଷ୍ଠୀକରଣର ଆବଶ୍ୟକତା

Key Points

ଦେଶ ଭିତରୁ ଓ ଦେଶ ବାହାରୁ ୨୦୦ରୁ ଅଧିକ ବୈଜ୍ଞାନିକ ତାଙ୍କ ଗବେଷଣା ଲବ୍ଧ ଜ୍ଞାନ ଉପରେ ବିଚାର ବିମର୍ଷ କରିବେ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ସଫଳ ଚାଷୀ ମଧ୍ୟ ଭାଗ ନେଉଛନ୍ତି ।

ଭୁବନେଶ୍ଵର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ, ଭୁବନେଶ୍ଵର ଓ ଭାରତୀୟ ଜଳ ପରିଚାଳନା ସମିତି ଓଡ଼ିଶା ଶାଖାର ମିଳିତ ଆନୁକୂଲ୍ୟରେ “ଜଳବାୟୁ ସ୍ମାର୍ଟ ଏବଂ ପାରଦର୍ଶୀ ଜଳ ଓ ପୋଷକ ପରିଚାଳନା ପାଇଁ ଫସଲ ଘନିଷ୍ଠୀକରଣ ବ୍ୟବସ୍ଥା” ଉପରେ ଏକ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ମୋଟ ଆଠଟି ଥିମ ରହିଛି ।


ଦେଶ ଭିତରୁ ଓ ଦେଶ ବାହାରୁ ୨୦୦ରୁ ଅଧିକ ବୈଜ୍ଞାନିକ ତାଙ୍କ ଗବେଷଣା ଲବ୍ଧ ଜ୍ଞାନ ଉପରେ ବିଚାର ବିମର୍ଷ କରିବେ । ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ସଫଳ ଚାଷୀ ମଧ୍ୟ ଭାଗ ନେଉଛନ୍ତି । ଯୁବ ଗବେଷକଙ୍କ ପାଇଁ ଏକ ପୋଷ୍ଟର ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଛି । ଉଦଘାଟନୀ ଉତ୍ସବରେ ଭାରତୀୟ ଜଳ ଓ ମୃତ୍ତିକା ସଂରକ୍ଷଣ ପ୍ରତିଷ୍ଠାନ, ଡେରାଡୁନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ । ସେ କହିଲେ ଯେ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଫସଲ ଘନିଷ୍ଠୀକରଣ ନିଶ୍ଚିତ ରୂପେ ଜଳ ଓ ପୋଷକର ଉପଯୋଗୀତା ବଢ଼ାଇବ ।


ସମ୍ମାନୀତ ଅତିଥି ରୂପେ ଓୟୁଏଟିର ସଂପ୍ରସାରଣ ନିର୍ଦ୍ଦେଶକ ଡକ୍ଟର ପ୍ରସନ୍ନଜିତ ମିଶ୍ର ବର୍ତ୍ତମାନ ପରିପ୍ରେକ୍ଷୀରେ ଏଭଳି ଜାତୀୟ ଆଲୋଚନା ଚକ୍ରର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଓୟୁଏଟି ସ୍ଥିତ କୃଷି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ହୃଷିକେଶ ପାତ୍ର ଦେଶର ପ୍ରାକୃତିକ ସମ୍ପଦ ସଂରକ୍ଷଣ ଓ ସଦୁପଯୋଗ ପାଇଁ ଫସଲ ଘନିଷ୍ଠୀକରଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସର୍ବ ପ୍ରଥମେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡ଼ଙ୍ଗୀ ସ୍ଵାଗତ ଭାଷଣ ଦେବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ସମ୍ମିଳନୀର ପରିଚାଳନା ସଚିବ ଡକ୍ଟର ଅମୋଦ କୁମାର ଠାକୁର ସମ୍ମିଳନୀର ରୂପରେଖ ବିଷୟରେ ସୂଚନା ପ୍ରଦାନ କରିଥିଲେ । ପ୍ରଗତି ସଂସ୍ଥାର ପ୍ରଭାକର ଅଧିକାରୀ, ସିଆଇଏଫଏସ, ବିଳାସପୁରର ଜାକବ ନୀଳିଥାନାମ ଓ ଆରଆରଏର ଶବ୍ୟସାଚୀ ଦାସ ନିଜ ନିଜ ଅଭିଜ୍ଞତା ବଖାଣିଥିଲେ । ଶେଷରେ ଭାରତୀୟ ଜଳ ପରିଚାଳନା ସମିତି ଓଡ଼ିଶା ଶାଖାର ସଚିବ ଡକ୍ଟର କାଳୀ କିଙ୍କର ବନ୍ଦୋପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Sponsored