Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

Smruti Parija
Browse all articles by Smruti Parija
·1 year ago·3 min read
ରାଜ୍ୟରେ କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

Key Points

  • ଓଡିଶାରେ ଖୁବଶୀଘ୍ର ଲାଗୁ ହେବ ଜାତୀୟ ଶିକ୍ଷା ନୀତି
  • ଜାତୀୟ ଶିକ୍ଷା ନୀତି ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା
  • ଟାସ୍କ ଫୋର୍ସ ଓ ୬ ଟି ସବ କମିଟି ପୁର୍ନଗଠନ କରିଛନ୍ତି ସରକାର
  • ଶିକ୍ଷା ନୀତି ପ୍ରଣୟନ ଲାଗି ପରାମର୍ଶ ଦେବ ଟାସ୍କ ଫୋର୍ସ
  • ପୂର୍ବ ବିଜେଡି ସରକାର ଲାଗୁ ନକରିଥିବାରୁ ପଛରେ ପଡିଥିଲା ଓଡିଶା 

ଅର୍ଗସ ବ୍ୟୁରୋ: ରାଜ୍ୟରେ କାର୍ଯ୍ୟକାରୀ ହେବ ଜାତୀୟ ଶିକ୍ଷା ନୀତି ୨୦୨୦ । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରିତା ପାଇଁ  ଟାସ୍କଫୋର୍ସକୁ ପୁର୍ନଗଠନ କରିଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଜାତୀୟ ଶିକ୍ଷା ନୀତି ଲାଗୁ ନେଇ ପରାମର୍ଶ ଦେବା ପାଇଁ ଟାସ୍କ ଫୋର୍ସରେ ୧୩ ଜଣ ସଦସ୍ୟ ଅଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ଅର୍ଥ, ଦକ୍ଷତା ବିକାଶ, କ୍ରୀଡା ଓ ଉଚ୍ଚ ଶିକ୍ଷା ବିଭାଗର ସଚିବ ଏବଂ ଓସେପା ର ପ୍ରକଳ୍ପ ନିର୍ଦ୍ଦେଶକ, ଜାତୀୟ ଶିକ୍ଷା ନୀତି ୨୦୨୦ର ନୋଡାଲ ଅଫିସର ତଥା ଏସସିଇଆରଟିର ନିର୍ଦ୍ଦେଶକ, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରିନ୍ସିପାଲଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଟାସ୍କ ଫୋର୍ସରେ ସଂଯୋଜକ ଅଛନ୍ତି । 

ଟାସ୍କ ଫୋର୍ସରେ ବିଶେଷଜ୍ଞ ସଦସ୍ୟ ଭାବେ ୟୁନିସେଫ୍, ସେଣ୍ଟ୍ରାଲ ସ୍କୋୟାର ଫାଉଣ୍ଡେସନ, ଅକ୍ଷର ଫାଉଣ୍ଡେସନ, ଲଙ୍ଗୁଏକ ଲର୍ଣିଂ ଫାଉଣ୍ଡେସନ, ପ୍ରଥମ ଭଳି ସଂସ୍ଥାରୁ ନିମନ୍ତ୍ରିତ ସଦସ୍ୟ ମାନେ ମଧ୍ୟ ପରାମର୍ଶ ଦେବେ । ତେବେ ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ଲାଗି ୬ଟି ଥିମେଟିକ ସବ କମିଟିର ମଧ୍ୟ ପୁନଃ ଗଠନ କରିଛନ୍ତି ସରକାର । ସବ କମିଟିରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କ ସମେତ ଶିକ୍ଷା କ୍ଷେତ୍ରର ବିଶେଷଜ୍ଞ ଓ ଶିକ୍ଷାବିତ ମାନଙ୍କୁ ସାମିଲ କରାଯାଇଛି । ସବ କମିଟି ସଦସ୍ୟ ମାନେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ଏକ ଡ୍ରାଫ୍ଟ ପଲିସି ପ୍ରସ୍ତୁତ କରିବେ । 

ଜାତୀୟ ଶିକ୍ଷାନୀତିରେ ଶୈକ୍ଷଣିକ ସଂରଚନା ୫+୩+୩+୪ ହିସାବରେ କରାଯାଇଛି । ଏହାକୁ ପିଲାଙ୍କର ୩ରୁ ୮, ୮ରୁ ୧୧, ୧୧ରୁ ୧୪ ଓ ୧୪ରୁ ୧୮ ବର୍ଷ ହିସାବରେ ଚାରିଟି ଭିନ୍ନ ଭିନ୍ନ ବର୍ଗରେ ବିଭାଜିତ କରାଯାଇଛି । ପ୍ରଥମେ ପ୍ରାଇମେରୀରୁ ଦ୍ବିତୀୟ ଶ୍ରେଣୀ, ଦ୍ବିତୀୟ ଭାଗରେ ତୃତୀୟରୁ ପଞ୍ଚମ, ତୃତୀୟରେ ଷଷ୍ଠରୁ ଅଷ୍ଟମ ଏବଂ ଚତୁର୍ଥରେ ନବମରୁ ଦ୍ବାଦଶ ଯାଏଁ ଶ୍ରେଣୀକୁ ସାମିଲ କରାଯାଇଛି । ଫାଉଣ୍ଡସେନ ଷ୍ଟେଜ ଅନୁସାରେ ପ୍ରଥମ ତିନି ବର୍ଷ ପିଲାଙ୍କୁ ଅଙ୍ଗନବାଡ଼ିରେ ପ୍ରିସ୍କୁଲିଂ ଶିକ୍ଷା ନେବାକୁ ହେବ । ଏହାପରେ ପିଲା ପ୍ରଥମ ଓ ଦ୍ଵିତୀୟରେ ପଢ଼ିବେ । ଏଥିରେ ଖେଳ ଆଧାରିତ ବା ଗତିବିଧି ଆଧାରିତ ଶିକ୍ଷା ଓ ଭାଷା କୌଶଳର ବିକାଶ ଉପରେ ଧ୍ୟାନ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ପ୍ରିପାରେଟୋରୀ ଷ୍ଟେଜରେ  ତୃତୀୟରୁ ପଞ୍ଚମ ଶ୍ରେଣୀ ଯାଏଁ ଶିକ୍ଷାଦାନ କରାଯିବ । ଏଥିରେ ୮ରୁ ୧୧ ବର୍ଷ ଯାଏଁ ପିଲାଙ୍କୁ କଭର କରାଯିବ । ଏଥିରେ ପିଲାଙ୍କୁ ବିଜ୍ଞାନ, ଗଣିତ, କଳା ଆଦିର ଶିକ୍ଷା ଦିଆଯିବ । ଲିଟିଲ୍ ଷ୍ଟେଜରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ପଢ଼ାଯିବ । ୧୧ରୁ ୧୪ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯାଇଥିବା ବେଳେ ପିଲାଙ୍କ ପାଇଁ ଖାସ୍ କୌଶଳ ବିକାଶ କୋର୍ସ ବି ଆରମ୍ଭ କରାଯିବ । ସେକେଣ୍ଡାରୀ ଷ୍ଟେଜରେ ନବମ ଶ୍ରେଣୀରୁ ଦ୍ବାଦଶ ଯାଏଁ ପିଲାଙ୍କୁ ଶିକ୍ଷାଦାନ କରାଯିବ ଯେଉଁଥିରେ ୧୪ରୁ ୧୮ ବର୍ଷ ଯାଏଁ ପିଲା ସାମିଲ ହେବେ । ଏହି ଷ୍ଟେଜରେ ପିଲାଙ୍କୁ ନିଜ ବିଷୟ ଚୟନ କରିବାର ମଧ୍ୟ ସ୍ବାଧୀନତା ମିଳିବ । 

ଶିକ୍ଷାର ଢାଞ୍ଚା ବଦଳାଇ ଭବିଷ୍ୟତ ବଦଳାଇବା ଲକ୍ଷ୍ୟରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହୋଇଥିଲା । ପ୍ରି-ପ୍ରାଇମେରୀ ଠାରୁ ଦ୍ଵାଦସ ଯାଏଁ ଛାତ୍ରଛାତ୍ରୀଙ୍କୁ ମାତୃଭାଷା, ସ୍ଥାନୀୟ ବା ଆଞ୍ଚଳିକ ଭାଷାରେ ଶିକ୍ଷାଦାନର ଶୁଭାରମ୍ଭ କରାଯାଇଥିଲା । ସେହିପରି ଇଞ୍ଜିନିୟରିଂ, ମେଡିକାଲ, ଦକ୍ଷତା ବିକାଶ ଓ ଆଇନ ପୁସ୍ତକ ଗୁଡ଼ିକ ଭାରତୀୟ ଭାଷାରେ ପ୍ରସ୍ତୁତ ହୋଇଛି । 

Sponsored
national-education-policy-2020-to-be-implement-in-odisha-very-soon | Argus News