Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

Banajyotshna Ray
Browse all articles by Banajyotshna Ray
·1 year ago·3 min read
ଚଳିତ ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି । ଅର୍ଥାତ୍‌ NEP । ଏନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ନୀତି ଲାଗୁ ହେବା ପରେ ଛାତ୍ରଛାତ୍ରୀଙ୍କୁ ଅନେକ ପ୍ରକାର ସୁବିଧା ମିଳିବ । କିନ୍ତୁ ଏବେ ବି ସାଧାରଣରେ ଦ୍ଵନ୍ଦ୍ଵ । ପ୍ରକୃତରେ ଏନଇପି କଣ ? ରାଜ୍ୟରେ ଲାଗୁ କରାଗଲା ପିଲାମାନେ କି ଲାଭ ପାଇବେ ? ଜାତୀୟ ଶିକ୍ଷା ନୀତି ବା ଏନଇପି । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଚଳିତ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି । ଏହି ନୀତି ଲାଗୁ ହେବା ପରେ ଓଡିଶାରେ ୪ ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବ । ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରି, ଏବଂ ଡିଗ୍ରି ଅନର୍ସ୍ ପ୍ରଦାନ କରାଯିବାର ବ୍ୟବସ୍ଥା ରହିବ । ୟୁ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଅନେକ ସୁବିଧା ଦିଆଯାଉଛି ।

କେବଳ ଏତିକି ନୁହେଁ ବରଂ କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ । ଲାଗୁ ହେବା ପରେ ପିଲାମାନେ ନିଜ ଇଚ୍ଛାଅନୁସାରେ ସବଜେକ୍ଟ ଚଏସ କରିବା ସହିତ ଏକାଧିକ ଥର ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ । ରାଜ୍ୟରେ ବର୍ତ୍ତମାନ ସମୟରେ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି multi disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦାମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି । ତେଣୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ ।

  • ବର୍ଷେ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରି, ଏବଂ ଡିଗ୍ରୀ ଅନର୍ସ୍ ମିଳିବ
  • ୟୁ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଛି 
  • ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ସହ ଉପଯୁକ୍ତ କ୍ରେଡିଟ ପ୍ରଦାନ ବ୍ୟବସ୍ଥା 
  • କମ୍ୟୁନିଟି ସର୍ଭିସ୍, ଏନ.ସି.ସି. ଏନ.ଏସ.ଏସ. ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ 
  • ଛାତ୍ରଛାତ୍ରୀ ମାନେ ନିଜ ସ୍ଵଇଚ୍ଛାରେ ବିଷୟ ଗୁଡିକ ଚୟନ କରିପାରିବେ 
  • ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା 
  • ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ସଂପୂର୍ଣ୍ଣ କରିପାରିବେ 

କେନ୍ଦ୍ର ସରକାର ଆରମ୍ଭ କରିଥିବା ନୂଆ ଜାତୀୟ ଶିକ୍ଷା ନୀତି(ଏନଇପି) ନୂଆ ସମ୍ଭାବନା ଓ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଉଛି । ଏବେ ଓଡ଼ିଶାରେ ୮୩ ଲକ୍ଷ ପିଲା ପାଠ ପଢୁଥିବା ବେଳେ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୦ କୋଟିରୁ ଅଧିକ ରହିଛି । ଏଥି ପାଇଁ ଶିକ୍ଷା ସହିତ ରୋଜଗାରକୁ ଗୁରୁତ୍ୱ ଦିଆଯିବା ଦରକାର, ଯାହା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇପଡ଼ିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଆନ୍ତରିକତାର ସହ ଉଦ୍ୟମ କରିବା ଦରକାର ବୋଲି ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।  କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଓଡ଼ିଶାରେ ଉଭୟ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ଏହା ଉପରେ ଗୁରୁତ୍ୱ ବି ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶିକ୍ଷା ବ୍ୟବସ୍ଥାକୁ ଏକବିଂଶ ଶତାବ୍ଦୀର ବିଶ୍ୱ ଜ୍ଞାନ ଶକ୍ତିରେ ପରିଣତ କରିବା ପାଇଁ ଏକ ବଡ଼ କଳ୍ପନା କରିଥିଲେ । ବର୍ତ୍ତମାନ ଆମ ଦେଶରେ ୩୦ କୋଟିରୁ ଅଧିକ ପିଲା ସ୍କୁଲ ଯାଉଥିବା ବେଳେ ୫ କୋଟିରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ଅଧ୍ୟୟନ କରୁଛନ୍ତି । ଏହି ପରିସଂଖ୍ୟାନ ବିଶ୍ୱର ସର୍ବବୃହତ୍‌ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ଭାରତର ଶିକ୍ଷା ବ୍ୟବସ୍ଥା ଅନ୍ୟତମ ବୋଲି ଦର୍ଶାଉଛି । ଜନସାଧାରଣଙ୍କ ସମେତ ଷ୍ଟେକହୋଲଡରଙ୍କ ସହ ବ୍ୟାପକ ବିଚାର ବିମର୍ଶ ପରେ ଦେଶରେ ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଜାତୀୟ ଶିକ୍ଷାନୀତି (ଏନଇପି) ୨୦୨୦ ପ୍ରଣୟନ ହୋଇଛି । ତେବେ ଓଡ଼ିଶାରେ ଏହି ନୀତି ଲାଗୁହେବା ପରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ଵଳ ହେବ ବୋଲି କୁହାଯାଉଛି ।
 

Sponsored
National Education Policy to be implemented from this year in odisha | Argus News