ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ତାଳଚେର ବାସଭବନରେ ରାଷ୍ଟ୍ରୀୟ ନେତୃବୃନ୍ଦଙ୍କ ଭିଡ଼

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ ଥିଲେ ଏଭଳି ବ୍ୟକ୍ତିତ୍ବ । ଯାହାଙ୍କୁ କେହି ଭୁଲି ପାରିବେନି । କେବଳ ନିଜ ଜିଲ୍ଲା କି ରାଜ୍ୟ ନୁହେଁ ଦେଶର ବିଭିନ୍ନ ସ୍ଥାନରେ ତାଙ୍କୁ ଝୁରୁଛନ୍ତି ଲୋକେ । ଯାହାର ପ୍ରମାଣ ହେଉଛି ଭିଡ଼ । ଡାକ୍ତର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ଦେବା ଲାଗି ତାଳଚେର ସ୍ଥିତ ବାସଭବନରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଭିଡ଼ କେନ୍ଦ୍ରମନ୍ତ୍ରୀ ମାନଙ୍କ ସହ ବିଭିନ୍ନ ରାଜ୍ୟର ନେତା, ମନ୍ତ୍ରୀଙ୍କ ଛୁଟୁଛି ସୁଅ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ପହଞ୍ଚି ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସେହିପରି
ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପ୍ରେମ୍ ଚନ୍ଦ୍ର ବେରୱା, ରାଜସ୍ଥାନ ବିଧାନସଭା ବାଚସ୍ପତି ବାସୁଦେବ ଦେବନାନୀ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସାଙ୍ଗରେ ଥିଲେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ।
ସେହିପରି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ହରିଶ ଦ୍ବିବେଦୀ, ୟୁପି ମିର୍ଜାପୁରର ପୂର୍ବତନ ସାଂସଦ ନରେନ୍ଦ୍ର ସିଂ କୁଶୱା, ରାଜସ୍ଥାନ ଅଜମେର୍ ଡେପୁଟି ମେୟର୍ ନୀରଜ ଜୈନ, ବିହାର ସ୍ବାସ୍ଥ୍ୟ ଓ ଆଇନ ମନ୍ତ୍ରୀ ମଙ୍ଗଲ୍ ପାଣ୍ଡେ, ହରିଆଣା କ୍ୟାବିନେଟ୍ ମନ୍ତ୍ରୀ କ୍ରୀଷ୍ଣରାୟ କନୱର୍, ବିହାର ଏମଏଲସି ରାଜେନ୍ଦ୍ର ଗୁପ୍ତା ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେର ସ୍ଥିତ ବାସଭବନରେ ଦେବେନ୍ଦ୍ର ପ୍ରଧାନଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
📱 Get Argus News App
✨
ଏଥିସହ ମେଗା ଇଞ୍ଜିନିୟର କ୍ରୀଷ୍ଣା ରେଡ୍ଡୀ, ଗ୍ରୀନ କୋ ଏନର୍ଜି ସି.ଅନୀଲ କୁମାର, ବିଏମଏସ୍ ଅଲ୍ ଇଣ୍ଡିଆ ସେକ୍ରେଟାରୀ ରମାନାଥ ଗଣେଶ, ଭି.ରାଧାକ୍ରୀଷ୍ଣ ଓ ବିଜେୱାଇଏମ୍ ଏକ୍ସ ଜିଏସ୍ ଡାକ୍ତର ମହେନ୍ଦ୍ର ଶିଖାୱତ୍ ମଧ୍ୟ ତାଳଚେର ବାସଭବନରେ ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି
ସେପଟେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ପାଳଲହଡା ଓ ଢେଙ୍କାନାଳରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଜି କିଷାନ୍ ରେଡ୍ଡି, ରାଓ ଇନ୍ଦ୍ରଜିତ ସିଂ, ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ, କର୍ଣ୍ଣାଟକ ରାଜ୍ୟପାଳ, ହରିୟାଣା ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଜୟନ୍ତ ଚୌଧୁରୀ, କେନ୍ଦ୍ର ସହକାରିତା ରାଷ୍ଟ୍ର ମନ୍ତ୍ରୀ କୃଷ୍ଣପାଲ୍ ଗୁଜର, ୟୁପି ଉପ-ମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ଓଡ଼ିଶା ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ସମେତ ବହୁ ବିଶିଷ୍ଟ ନେତା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ପହଞ୍ଚି ଡାକ୍ତର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥଲେ ।