Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

Odisha

ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

Ritu Das
Browse all articles by Ritu Das
·1 year ago·2 min read
ଆସନ୍ତା କାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

Key Points

ଐତିହାସିକ କଟକ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଲୋକାର୍ପଣ କରିବେ
ଓଡ଼ିଶାର ୩ କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରେ ଲାଭାନ୍ୱିତ ହେବେ
ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ଅବା ତଦୁର୍ଦ୍ଧ ବୟୋଜେଷ୍ଠ ନାଗରିକଙ୍କୁ ବିନା କୌଣସି ମାନଦଣ୍ଡରେ ଚିକିତ୍ସା ସେବା ଯୋଗାଇ ଦିଆଯିବ
୧୨ ତାରିଖରେ ପୁରୀଠାରେ ଅନୁଷ୍ଠିତ ‘ବିଧାୟକ ଓ ସାଂସଦ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ

ଆସନ୍ତା କାଲିଠାରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା । ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧ଟାରେ ଶ୍ରୀ ନଡ୍ଡାଜୀ ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବେ । ଏହାପରେ ଶ୍ରୀ ନଡ୍ଡା କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଟିତ ଐତହାସିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଲୋକାର୍ପଣ କରିବେ । ଓଡିଶାର ୩ କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରେ ଲାଭାନ୍ୱିତ ହେବେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କଟକସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ପୋଷ୍ଟ ଗ୍ରାଜୁଏଟ ଇନ୍ସଷ୍ଟିଚ୍ୟୁଟ ଅଫ୍ ପେଡିଆଟ୍ରକର ନୂତନ ଭବନର ଉଦ୍‌ଘାଟନ କରିବେ । ଶ୍ରୀ ନଡ୍ଡାଙ୍କର ଭୁବନେଶ୍ୱରସ୍ଥିତ ସିପେଟ୍ ଓ ଏମ୍ସ ମେଡିକାଲ କଲେଜ ଯିବାର କାର୍ଯ୍ୟକ୍ରମ ରହିଛି ।


ସନ୍ଧ୍ୟାରେ ପୁରୀଠାରେ ହେବାକୁ ଥିବା ରାଜ୍ୟର ସାଂସଦ ଓ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ବିଧିବଦ୍ଧଭାବେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ପୂର୍ବ ସରକାର ଅମଳରେ ପ୍ରଚଳିତ ଯୋଜନାରେ କେବଳ ୯୭୮ ହସ୍ପିଟାଲରେ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଥିଲେ । ଫଳରେ ବହୁ ଲୋକ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଥିଲେ । ରାଜ୍ୟରେ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ହେବା ପରେ ରାଜ୍ୟ ଓ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଉନ୍ନତମାନର ଚିକିତ୍ସା ସେବା ମିଳିପାରିବ । ଦେଶର ୨୯ହଜାର ହସ୍ପିଟାଲରେ ଏହି ସେବା ଉପଲବ୍ଧ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ଅବା ତଦୁର୍ଦ୍ଧ ବୟୋଜେଷ୍ଠ ନାଗରିକଙ୍କୁ ବିନା କୌଣସି ମାନଦଣ୍ଡରେ ଏହି ସେବା ଯୋଗାଇ ଦିଆଯିବ । ଆୟୁଷ୍ମାନ ଯୋଜନାରେ ପରିବାର ପିଛା ଗୋଟିଏ କାର୍ଡ ଦିଆ ନ ଯାଇ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ପ୍ରଦାନ କରାଯିବ । ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ‘ବିଧାୟକ ଓ ସାଂସଦ ପ୍ରଶିକ୍ଷଣ’ କାର୍ଯ୍ୟକ୍ରମ ୧୧ ତାରିଖ ସନ୍ଧ୍ୟାରୁ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖ ସକାଳେ ଶ୍ରୀ ନଡ୍ଡାଜୀ ବିଧିବଦ୍ଧଭାବେ ଏହାକୁ ଉଦ୍‌ଘାଟନ କରିବେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୩ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ଶିବିରରେ ସାଙ୍ଗଠନିକ, ପ୍ରଶାସନିକ, ବିଚାରଧାରା ଓ ଲକ୍ଷ୍ୟ କିପରି କ୍ରିୟାନ୍ୱୟନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଶ୍ରୀ ନଡ୍ଡାଜୀଙ୍କ ଏହି ଦୁଇଦିନର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଏକ ସ୍ମରଣୀୟ ଦିନ ହୋଇରହିବ ବୋଲି ଶ୍ରୀ ସାମଲ କହିଛନ୍ତି।

Sponsored
national-president-shri-jp-nadda-is-visiting-odisha-tomorrow | Argus News