Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀ ଉପକୂଳରେ ପାଳନ ହେବ ନୌସେନା ଦିବସ

Smruti Parija
Browse all articles by Smruti Parija
·1 year ago
ପୁରୀ ଉପକୂଳରେ ପାଳନ ହେବ ନୌସେନା ଦିବସ

ପୁରୀ:  ଓଡିଶାର ପୁରୀ ଉପକୂଳରେ ପାଳନ ହେବ ନୌସେନା ଦିବସ। ଡିସେମ୍ବର 4ରେ ଅନୁଷ୍ଠିତ ନୌସେନା ଦିବସ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍। ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଯୁଦ୍ଧଭୂମିର ଭ୍ରମ । ଚାରିପଟେ ଯୁଦ୍ଧ ଟ୍ୟାଙ୍କ୍ ସମେତ ଯୁଦ୍ଧ ଜାହାଜ ଓ ନୌସେନା ଓ ଇଣ୍ଡିଆନ ଆର୍ମିର ଅଧିକାରୀଙ୍କ ଦଖଲରେ ପୁରୀ ବ୍ଲୁ-ଫ୍ଲାଗ୍ ବେଳାଭୂମି । 

ନୌସେନା ଦିବସ ଉପଲକ୍ଷେ ପୁରୀରେ ସୁରକ୍ଷା ଦୃଷ୍ଟିକୋଣରୁ ହାଇଆଲର୍ଟ ଜାରି କରାଯାଇଛି । ନୌସେନା ପକ୍ଷରୁ ଚାଲିଛି ଜୋରସୋରରେ ଅଭ୍ୟାସ। ଏହି ଅବସରରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି ନୌସେନା ଅଧିକାରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
naval-day-to-be-celebrated-in-odishas-puri-district | Argus News