Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରକୁ ଛୁଟି କଟାଇବାକୁ ଆସିଥିଲେ, 4ଦିନ ହେଲାଣି ପତ୍ତା ମିଳୁନି

Smruti Parija
Browse all articles by Smruti Parija
·1 year ago·2 min read
ଘରକୁ ଛୁଟି କଟାଇବାକୁ ଆସିଥିଲେ, 4ଦିନ ହେଲାଣି ପତ୍ତା ମିଳୁନି

Key Points

4ଦିନ ହେଲା ନୌସେନା ଅଫିସର୍ ନିଖୋଜ । ଘରକୁ ଛୁଟି କଟାଇବାକୁ ଆସିଥିଲେ । 4 ଦିନ ହେଲାଣି କୌଣସି ପତ୍ତାମିଳୁନି

ବ୍ରହ୍ମପୁର: 4ଦିନ ହେଲା ନୌସେନା ଅଫିସର୍ ନିଖୋଜ । ଛୁଟି ନେଇ ଘରକୁ ବୁଲିବାକୁ ଆସିଥିଲେ । ହେଲେ କାର୍ଯ୍ୟରେ ଯୋଗ ଦେବା ପାଇଁ ଘରୁ ବାହାରିପଡିଥିବାବେଳେ ନା ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ନା ତାଙ୍କ ଫୋନ ଲାଗୁଛି । 4 ଦିନ ହେଲାଣି କୌଣସି ପତ୍ତାମିଳୁନି ।


ସୂଚନାନୁଯାୟୀ, କେରଳର କୋଚି ଆଇଏନ୍‌ଏସ୍ ଗରୁଡ଼ାରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ନୌସେନା ଆକ୍ଟିଲିଡିଂ କମ୍ୟୁନିକେଟର (ଏଜି.ଏଲ୍.କମ୍.) ସୌରଭ କୁମାର ପାତ୍ର । ବୟସ ମାତ୍ର ୨୫ ବର୍ଷ । ଗତ ୧୯ ତାରିଖରୁ ସେ ଟ୍ରେନ୍‌ରେ ଯାଇଥିବାବେଳେ ଏବେ ସେ ନିଖୋଜ ଅଛନ୍ତି । ଆଇଏନ୍‌ଏସ୍ ଗରୁଡ଼ାରେ ପହଞ୍ଚିନାହାନ୍ତି କି ତାଙ୍କର କୌଣସି ସନ୍ଧାନ ନାହିଁ । ଫୋନ୍ ବି ସୁଇଚ୍ ଅଫ୍ ରହିଛି । ତେଣୁ ତାଙ୍କୁ କେହି ଅପହରଣ କରିଥିବା ସନ୍ଦେହ କରି ବ୍ରହ୍ମପୁର ଟାଉନ୍ ଥାନାରେ ଏତଲା ଦେଇଛନ୍ତି ତାଙ୍କ ମାଆ ନିତୁ ପାତ୍ର । ପୁଲିସ ମିସିଂ ରିପୋର୍ଟ କରି ତଦନ୍ତ ଆରମ୍ଭ କରିଛି ।


ସୌରଭଙ୍କ ଶେଷ ମୋବାଇଲ୍ ଲୋକେସନ୍ ଇଚ୍ଛାପୂରମ୍ ଥିବା ପରିବାର ଲୋକ କହିଛନ୍ତି । ପୁଅକୁ ଖୋଜି ଆଣିବାକୁ ସେ ପୁଲିସ ଓ ନୌସେନାରେ ନିବେଦନ କରିଛନ୍ତି । ବ୍ରହ୍ମପୁର ଗେଟ୍‌ବଜାରରେ ସୌରଭଙ୍କ ଘର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତାଙ୍କ ଭାଇ ସମୀରଙ୍କ ସୂଚନାନୁସାରେ, ୨୦୧୯ ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ । କେରଳର କୋଚି ଆଇଏନ୍‌ଏସ୍ ଗରୁଡ଼ାରେ ତାଙ୍କର ନିଯୁକ୍ତି ଥିଲା । ୨୦୨୪ ଡିସେମ୍ବର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ । ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ୍ ଟିକଟ ହୋଇଥିଲା । ଭୋର ୩ଟା ଜାନୁଆରୀ ୧୯ରେ ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ସୌରଭଙ୍କୁ ଟ୍ରେନ୍‌ରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ତାଙ୍କର ଫ୍ଲାଇଟ୍ ଥିଲା । ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା।


ପରିବାର ଲୋକ ବାରମ୍ବାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଥିଲା । ପରିବାର ଲୋକ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାର ପୋର୍ଟରେ ସୌରଭଙ୍କ ଅନୁସନ୍ଧାନ କରିଥିଲେ । କିନ୍ତୁ ସେ ସେଠାରେ ଚେକ୍‌ଇନ୍ କରିନଥିବା ଜଣାପଡିଥିଲା । ତେଣୁ ତାଙ୍କ ମାଆ ନିତୁ ପାତ୍ର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି ।


କୋଚି ଆଇଏନ୍ଏସ୍ ଗରୁଡ଼ା ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ । ସୌରଭ ସେଠାରେ ବି କାର୍ଯ୍ୟରେ ଯୋଗ ଦେଇନଥିବା ଅଧିକାରୀ ଫୋନ୍‌ରେ କହିଥିବା ଜଣାପଡିଛି । ପୁଲିସ ସୌରଭଙ୍କ ମୋବାଇଲ୍ ଲୋକେସନ୍ ଯାଞ୍ଚ କରିଥିଲା । ଇଚ୍ଛାପୁରମ୍ ତାଙ୍କର ଶେଷ ମୋବାଇଲ୍ ଲୋକେସନ୍ ଥିବା ଜଣାପଡିଛି ।

Sponsored
naval-officer-sourav-kumar-patra-missing-for-4-days | Argus News