Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜଧାନୀରେ ନାହିଁ ପାଣି, ୨୪ ଘଂଟା କ'ଣ ? ୨ ଘଂଟା ବି ଆସୁନି

Odisha

ରାଜଧାନୀରେ ନାହିଁ ପାଣି, ୨୪ ଘଂଟା କ'ଣ ? ୨ ଘଂଟା ବି ଆସୁନି

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଜଧାନୀରେ ନାହିଁ ପାଣି, ୨୪ ଘଂଟା କ'ଣ ? ୨ ଘଂଟା ବି ଆସୁନି

 ଭୁବନେଶ୍ୱର:  ପୁଣି ମିଛ କହିବାର ସୀମା ଟପିଲେ ନବୀନ ବାବୁ । କହିଥିଲେ, ଏଣିକି ୨୪ ଘଂଟା ମିଳିବ ପାଣି । କିନ୍ତୁ ବାସ୍ତବରେ ୨୪ ଘଂଟା କଣ ମୂଳରୁ ୨ ଘଂଟା ବି ଭଲରେ ପାଣି ଆସୁନି । ସେଇଥି ଲାଗି ତ, ଏମିତି ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ମହିଳାମାନେ ।  ନବୀନଙ୍କ କଥା ପାଣିର ଗାର.. ଏଇ ଯେମିତି ୨୪ ଘଣ୍ଟା ପାଣି ଯୋଗାଇବାର  ପ୍ରତିଶୃତି..  ୨୪ ଘଣ୍ଟା ତ ଦୂରର କଥା ୩/୪ ଘଣ୍ଟା କୁ ବି ପାଣି ନାହିଁ । ପାଣି  ପାଣି ପାଇଁ ହା ହା କାର ପଡିଲାଣି ।  ଏ ଚିତ୍ର ହେଉଛି ସ୍ମାର୍ଟ ସିଟି ଭୁବନେଶ୍ୱରର । ରାସ୍ତାରେ ଲାଗିଛି ଗାଡି । ରାସ୍ତାରେ ଏକାଠି ହୋଇ ଯିଏ ଯେମିତି ପାଇଲେ ବୋହି ନେଲେ ପାଣି । ଗତକାଲି ରାତିରୁ ପାଇପ ପାଣି ନ ଆସିବାରୁ ରାଜଧାନୀରେ ଉପୁଜୁଛି ଏମିତି ପରିସ୍ଥିତି।  ବିଶେଶ୍ୱର ବସ୍ତିରେ ଲୋକମାନେ ପାଣି ନ ପାଇ ଚିନ୍ତାରେ ରହିଥିଲେ। ଲୋକଙ୍କ ଅଭିଯୋଗ ପାଣି ପାଇପ ତ ଲାଗିଛି, କିନ୍ତୁ ପ୍ରତି ୨ , ୩ ମାସରେ ଏମିତି ଅସୁବିଧା ଦେଖାଯାଉଛି। 

 ପାଣି ୩ଦିନ ତ କେବେ ୪ଦିନ ଲେଖାଏଁ ଆସୁନି। ଖାଲି ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ଲଗାଇ ପ୍ରଚାର କରୁଛନ୍ତି। ଘରେ ଘରେ ପାଣି। କିନ୍ତୁ ନାହିଁ ନଥିବା ଅସୁବିଧା। ପାଣି କେବେ କେବେ ବହୁତ ଖରାପ ମଧ୍ୟ ଆସୁଛି। ଯେଉଁଭଳି  ଲୋକେ ପାଣି ନାହି ହଇରାଣ ହେଉଛନ୍ତି। ଅଭିଯୋଗ  ପରେ ପାଣି ଆସିଥିଲା କିନ୍ତୁ ଏତିକି ପାଣି ସମ୍ପୂର୍ଣ୍ଣ ବସ୍ତି ଲୋକଙ୍କୁ ହେଉ ନାହିଁ। ଉପରେ ଖରା ଦିନ। କିଏ ପାଣି ବାଲଟି ବାଲ୍ଟି ପାଇଲା ତ ଆଉ କିଏ ଲାଇନ ଲଗେଇକି ଫେରିଲା। ଏଭଳି କିଛି ପରିସ୍ଥିତି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen Babu crossed the line of lying again. He said, water will be available for 24 hours. | Argus News