ନବୀନ ବାବୁ ନିର୍ବାଚନ ହାରିବା ପାଇଁ ପ୍ରସ୍ତୁତ ରୁହନ୍ତୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଡିଏମକେର ଭାଷା କହୁଛନ୍ତି ନବୀନ ବାବୁ । ରାଜ୍ୟରେ ଭାଷା, ସଂସ୍କୃତିର ଅନାଦର ହେଉଛି। ପ୍ରଶାସନ ନିୟନ୍ତ୍ରଣ ମୁଖ୍ୟମନ୍ତ୍ରୀଙ୍କ ହାତରେ ନାହିଁ । ସବୁ ଅଣଓଡ଼ିଆ ସିଏମ୍ଓ ଅଧିକାରୀ । ରତ୍ନ ଭଣ୍ଡାର ପ୍ରସଙ୍ଗରେ ଉତ୍ତର ନାହିଁ ? କିଛି ଏମିତି କହି ନବୀନଙ୍କ ଧୁଲେଇ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନ ବାବୁଙ୍କୁ ଅଧା କଥା ଜଣା, ଅଧା ଜଣାନାହିଁ । ହେଲେ ବି ରାଗିଯାଇ କାଗଜ ଲେଖା ପଢି ଟର୍ଗେଟ୍ କରୁଛନ୍ତି । ଆଉ ଟ୍ରୋଲ ହେଉଛନ୍ତି । କିନ୍ତୁ ନିଜ ପାଖରେ ଥିବା ବାବୁଙ୍କ କଥାରେ ସେ ଏବେ ଯେମିତି ପରିଚାଳିତ ହେଉଛନ୍ତି ତାହା ସାଙ୍ଘାତିକ ସ୍ଥିତି ସୃଷ୍ଟି କଲାଣି । ନବୀନ ବାବୁ ନିଜର ଅପରାଗତାକୁ ଲୁଚାଇବାକୁ ସବୁବେଳେ ଚେଷ୍ଟା କରୁଛନ୍ତି । ଆଉ ନବୀନ କହୁଛନ୍ତି ଗୁଜୁରାଟ ନମ୍ବର ୱାନ ହୋଇନି.. ଶୁଣନ୍ତୁ ନବୀନ ସରକାର ଆଜିକା ସମୟରେ ସର୍ବଭାରତୀୟ ସ୍ତରରେ ଗୁଜୁରାଟ ଆଜି ଏକ ନମ୍ବର ସ୍ଥାନରେ। ଖାଲି ଗୁଜୁରାଟ ନୂହେଁ ଏ ଲିଷ୍ଟରେ ଅନେକ ରାଜ୍ୟ ମଧ୍ୟ ସାମିଲ ଅଛନ୍ତି.. କିନ୍ତୁ କହିବେ କି ମୁଖ୍ୟମନ୍ତ୍ରୀ ମହୋଦୟ ଆପଣ ଓଡ଼ିଶାକୁ କେତେ ନମ୍ବର ସ୍ଥାନରେ ରଖିଛନ୍ତି ? ଆପଣ ତ ରୋଜଗାର ଦେବାରେ ତଳ ଆଡୁ ଏକ ନମ୍ବର.. ମହିଳାଙ୍କୁ ନିର୍ଯାତନା ଦେବାରେ ବି ଆପଣ ତଳଆଡୁ ଏକ ନମ୍ବର..
ମୁଖ୍ୟମନ୍ତ୍ରୀ ମହୋଦୟ ଯଦି ଆପଣଙ୍କୁ ଏତେ ଇଛା ଗୁଜୁରାଟ ବିଷୟରେ ଟିପ୍ପଣୀ ଦେବାକୁ ତେବେ କୁହନ୍ତୁ ଆପଣଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ କେତେ ଲୋକ ଦାଦନ ଖଟିବାକୁ ଗୁଜୁରାଟ ଯାଉଛନ୍ତି ? ଗଞ୍ଜାମ ଜିଲ୍ଲାରୁ କେତେ ଲୋକ ଦାଦନ ଖଟିବାକୁ ଯାଉଛନ୍ତି ଲିଷ୍ଟ ଅଛି କି ମୁଖ୍ୟମମନ୍ତ୍ରୀଙ୍କ ପାଖରେ ? ରାଜ୍ୟକୁ ଦାଦନ ମୁକ୍ତ କର.. ରାଜ୍ୟରେ ଯୁବକଙ୍କୁ ରୋଜଗାର ଦିଅ ତାପରେ ଅନ୍ୟ ରାଜ୍ୟର ଟିପଣୀ ଦେବ। ଦଦାନ ଓଡ଼ିଶାରେ କହିଁକି ହେଉଛି କହିଲେ ନବୀନଙ୍କୁ ବାଧୁଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ନବୀନ ବାବୁ ଆପଣଙ୍କ ପାଖରେ ନୈତିକତା ନାହିଁ.. ଇର୍ଷା କରିବା ଛଡା ଆପାଣଙ୍କ ପାଖେ ଅନ୍ୟ ପନ୍ଥା ନହିଁ। ଆପଣ କିଛି ଜାଣନ୍ତି ନାହିଁ.. କିଛି ବୁଝନ୍ତି ନାହିଁ. ଆପଣଙ୍କୁ ଯାହା କୁହାଯାଉଛି ଆପଣ ସେହି ଭାଷା ବୋଲୁଛନ୍ତି । ୨୫ ବର୍ଷ ଶାସନରେ ରହିଲା ପରେ ଯଦି ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ଏପରି ଅବସ୍ଥା ତେବେ ଖୁବ୍ ଶୀଘ୍ର ବିରତି ନେଇଯିବା ଦରକାର। ଓଡ଼ିଶାକୁ ନିଜର ଜାଗିର ନଭାବି ଶୀଘ୍ର ମୁକ୍ତ କରନ୍ତୁ.. କାରଣ ଗଣତନ୍ତ୍ରରେ ଏକ ଛତ୍ରବାଦ ଚାଲେନା.. ଗଣତନ୍ତ୍ରରେ ଜନସାଧାରଣ ନିର୍ଣ୍ଣୟ କରିବେ ତାଙ୍କର ନେତା କିଏ ହେବ .. ତେଣୁ ନବୀନ ବାବୁ ପ୍ରସ୍ତୁତ ରୁହନ୍ତୁ ନିର୍ବାଚନ ହାରିବା ପାଇଁ... ଏପରି ରାଜ୍ୟ ସରକାରଙ୍କୁ ସିଧା ସିଧା ଟାର୍ଗେଟ କରିଛନ୍ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
📱 Get Argus News App
✨ଅଧକ ଦେଖନ୍ତୁ :