Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଓଡ଼ିଶାରେ ଚାଲିଛି ଠେଲା ସରକାର '

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
'ଓଡ଼ିଶାରେ ଚାଲିଛି ଠେଲା ସରକାର '

Key Points

  • ଓଡ଼ିଶାରେ ଚାଲିଛି ଠେଲା ସରକାର
  • ଶାସନ ପାଇଁ ନବୀନ ବାବୁଙ୍କୁ କେହି ଜଣେ ବି ଓଡିଆ ମିଳିଲେନି
  • ଜୁନ୍‌-୧ରେ ବିଜେଡିକୁ ବାଏବାଏ କରିବେ ଓଡ଼ିଶାବାସୀ

ଅର୍ଗସ ବ୍ୟୁରୋ : ଓଡ଼ିଶା ଆସିଲେ, ନବୀନଙ୍କ ଉପରେ ବର୍ଷିଲେ । କେନ୍ଦ୍ରୀୟ ଯୋଜନାର ହିସାବ ଦେଲେ, ରାଜ୍ୟର ପାରିବାପଣିଆ ଦେଖାଇଦେଲେ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା । ଖାଲି ଆସୁଛନ୍ତି ତାହା ନୁହେଁ ବରଂ ହମଲା କରୁଛନ୍ତି ।  କାରଣ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ନିର୍ବାଚନମଣ୍ଡଳୀ ଆସ୍କା ସଂସଦୀୟ କ୍ଷେତ୍ରରେ ରଣହୁଙ୍କାର ଦେଇଛନ୍ତି ଶାହ । ସୋରଡ଼ାରେ ଆୟୋଜିତ ବିଶାଳ ଜନସଭାରେ ଅମିତ ଶାହା ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହ ବିଜେପି କ୍ଷମତାକୁ ଆସିଲେ କ’ଣ କରିବ, ତା’ର ହିସାବ ଦେଇଛନ୍ତି । କହିଛନ୍ତି ଜୁନ ୧ରେ ରାଜ୍ୟ ସରକାରଙ୍କୁ ବାଏ ବାଏ କରିବେ ଓଡ଼ିଶାବାସୀ ।

ରତ୍ନଭଣ୍ଡାରଠୁ ଶ୍ରୀମନ୍ଦିର ୪ ଦ୍ଵାର । ଆୟୁଷ୍ମାନ ଯୋଜନାଠୁ ଚାଉଳ...ଗୋଟି ଗୋଟି କରି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ଶାହ । କେମିତି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ସହିତ ଚାଉଳକୁ ନିଜ ନାଁରେ ଦେଇ ମିଛ କହି କେବଳ ବ୍ୟାଗ୍‌ ଦେଉଛନ୍ତି ନବୀନ ବାବୁ ବୋଲି କହିଛନ୍ତି ଶାହ ।  ନବୀନ ୱାନ୍ ନେସନ, ୱାନ୍ ରାସନ କାର୍ଡ ଲାଗୁ କରୁନାହାନ୍ତି। ରାସନ ହଡ଼ପ ଲକ୍ଷ୍ୟରେ ତାଙ୍କ ବାବୁମାନେ ଓଡ଼ିଶାରେ ଏହା ଲାଗୁ କରିବାକୁ ଦେଉନାହାନ୍ତି । ମୋଦି ଗରିବଙ୍କୁ ଚାଉଳ ଦେଉଛନ୍ତି, ହେଲେ ନବୀନ ସେଥିରେ ନିଜ ଫଟୋ ଛାପୁଛନ୍ତି। ଯଦି ଚାଉଳ ଦେବାର ଇଚ୍ଛା, ଖାଲି ବ୍ୟାଗ୍ ନଦେଇ ଦମ୍ ଅଛି ତ କେନ୍ଦ୍ର ଚାଉଳରେ ଆଉ ଅଢ଼େଇ କେଜି ମିଶାଇ ଲୋକଙ୍କୁ ଦେବାକୁ ଆହ୍ବାନ ଦେଇଥିଲେ ଶାହ।

ରାଜନୀତିରେ ଶ୍ରୀମନ୍ଦିର । କୋଟି ଓଡ଼ିଆଙ୍କ ମଉଡମଣୀ ଶ୍ରୀଜଗନ୍ନାଥଙ୍କୁ ନେଇ ଯେମିତି ଭୟଙ୍କର ଷଡ଼ଯନ୍ତ୍ର କରିଛନ୍ତି ନବୀନ ବାବୁ ତାହାର ବି ଗୁମର ଖୋଲିଛନ୍ତି । ୨୫ ବର୍ଷ ସରକାର ଥିବା ପରେ ବି ରତ୍ନଭଣ୍ଡାର ଖୋଲିପାରିଲେନି । ବାରମ୍ବାର ଦାବି ପରେ ହେବା ପରେ, ଚାବି ପାଉନଥିବା କଥା କହି କେବଳ ବାଁରେଇଲେ, ଶେଷରେ ଚାବି ହଜିଗଲା ବୋଲି କହିଲେ । କିନ୍ତୁ ପୁଣି କୋର୍ଟଙ୍କ ଛାଟ ପରେ କେଉଁ ମୁହଁରେ କହିଲା ଆସନ୍ତା ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲାଯିବ ? ପୁଣି ଥରେ ବିଭ୍ରାନ୍ତକରିବେନି ତ ? କିଛି ଏମିତି ପ୍ରଶ୍ନ ଏବେ ପ୍ରତିଟି ଓଡ଼ିଆଙ୍କ ମନରେ ଉଙ୍କି ମାରୁଛି । ହେଲେ ଉତ୍ତର ମିଳୁନି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ସୋରଡ଼ା ନିର୍ବାଚନୀ ସଭାରେ ରାଜ୍ୟ ସରକାରରଙ୍କ ବିରୋଧରେ ରଣହୁଙ୍କାର ଦେଇ ପ୍ରତିଶ୍ରୁତିର ବର୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ।ତେବେ ପ୍ରଥମ ନିର୍ବାଚନୀ ସଭାରେ ଅମିତ ଶାହା ଆକ୍ରମଣତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ପରେ ବିଜେପି ବଡ଼ ଲଢ଼େଇ ପାଇଁ ଆଗକୁ ଆସିଥିଲା । ଗତକାଲି ଏହି ଆଭିମୁଖ୍ୟକୁ ଆହୁରି ଶାଣିତ କରିଛନ୍ତି ଶାହା । ନିର୍ବାଚନ ଯେତିକି ଆଗକୁ ବଢୁଛି, ବିଜେପି-ବିଜେଡି ମଧ୍ୟରେ ଟକ୍କର ସେତିକି ତୀବ୍ର ହେବାରେ ଲାଗିଛି । 
 

Sponsored