Odisha Politics / ଆଉ ନାହିଁ ସେଇ ଦବଦବା ! ନବୀନଙ୍କ ଡାକ ଶୁଣିଲେନି ୧୦ରୁ ଅଧିକ BJD ବିଧାୟକ...

Key Points
ବିରୋଧୀ ଦଳ ନେତା ଡାକିଥିବା ବୈଠକ କୁ ଆସିଲେନି ୧୦ ରୁ ଉର୍ଦ୍ଧ୍ବ ବିଧାୟକ ।
BJDରେ ହେବ କି ସୂଜାତାଙ୍କ ଏଣ୍ଟ୍ରି । ଏହି ଚର୍ଚ୍ଚା ଭିତରେ ଶଙ୍ଖ ଦଳ ଭିତରେ ଏବେ ବିଭାଜନ ଛନକା। ଖୋଦ୍ ନବୀନ ଡାକିଥିବା ବିଜେଡି ବିଧାୟକ ଦଳ ବୈଠକକୁ ଆସିଲେନି ଦଳର ୧୦ ଜଣରୁ ଅଧିକ ବିଧାୟକ। ଦଳର ବରିଷ୍ଠ ନେତାମାନେ ଯେଉଁ ବିଦ୍ରୋହ ଡାକରା ଦେଇଛନ୍ତି ତାହା ଦଳ ଭିତରେ ଝଡ଼ ସୃଷ୍ଟି କରିଥିବା କୁହାଯାଉଛି। ସେପଟେ ଦେବାଶିଷଙ୍କ ଚିଠିକୁ ନେଇ ଏବେ ବି ବୟାନ-ବାଜି ଥମିନାହିଁ ।
ଋଷିଛନ୍ତି କି ରାଜା ? ଶଙ୍ଖ ଶିବିରରେ ଅଣ ନିଶ୍ୱାସୀ ହେଉଛନ୍ତି କି ସନା ? ସତରେ କଣ ଶାରଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ? ବୁଧବାର ବିଜେଡି ବିଧାୟକ ଦଳ ବୈଠକରେ ଏମାନଙ୍କ ଅନୁପସ୍ଥିତି ଏଭଳି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୈଠକ ନେଉଥିବା ସମୟରେ ବିଜେଡିର ୧୦ରୁ ଉର୍ଦ୍ଧ୍ବ ବିଧାୟକଙ୍କ ଅନୁପସ୍ଥିତି ପୁଣି ଥରେ ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି । ଚର୍ଚ୍ଚା ହେଉଛି ନୂଆପଡ଼ା ବିପର୍ଯ୍ୟୟ, ବରିଷ୍ଠଙ୍କ ବିଦ୍ରୋହ ଓ ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାର ପ୍ରଭାବ ବିଧାୟକ ଦଳ ଉପରେ ପଡ଼ିଛି । ଯେଉଁଥିପାଇଁ ଏକାଧିକ ବିଧାୟକ ଦଳୀୟ ବୈଠକକୁ କରିଛନ୍ତି ବୟକଟ ।
ତେବେ ଏଭଳି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ରଣେନ୍ଦ୍ର ଓ ଶାରଦାଙ୍କ ଆଜି ବିଧାନସଭାର ଉପସ୍ଥିତି । ଉଭୟ ବିଧାୟକ ଦଳ ବୈଠକକୁ ଯାଇନଥିବା ବେଳେ ଆଜି ବିଧାନସଭାରେ ଉପସ୍ଥିତ ରହିଥିଲେ । ମାତ୍ର ହେଉଥିବା ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। କିନ୍ତୁ ପ୍ରମିଳା, ଅରୁଣ ଓ ଗଣେଶ୍ୱର ସେମାନଙ୍କ ଅନୁପସ୍ଥିତିକୁ ସ୍ଵାସ୍ଥ୍ୟଗତ କାରଣ ବୋଲି ଦର୍ଶାଇଛନ୍ତି ।
ସେପଟେ ଦେବାଶିଷଙ୍କ ଚିଠିକୁ ନେଇ ଏବେ ବି ଦଳରେ ଥମିନି ବୟାନ-ବାଜି । ଉଭୟ ଗଣେଶ୍ୱର ଓ ପ୍ରମିଳା ଦେବାଶିଷଙ୍କୁ କରିଛନ୍ତି ଟାର୍ଗେଟ । ସେପଟେ ଦେବାଶିଷ କହୁଛନ୍ତି ତାମିଲ ବୋହୁ ସୁଜାତାଙ୍କୁ ଗ୍ରହଣ କରିବେନି ଓଡ଼ିଆ ଲୋକେ। ବିଜେଡି ରାଜନୀତିର ଏଭଳି ବିଚିତ୍ର ସ୍ଥିତିକୁ ନେଇ ନବୀନ ଓ କୋଟେରୀ ଗ୍ରୁପ ପଡିଛନ୍ତି ଅକଳରେ । ପ୍ରଫୁଲ୍ଲ ଓ ଶ୍ରୀମୟୀ ଙ୍କ ଉପରେ ଆକ୍ସନ ନେଇ ବିଦ୍ରୋହୀ ଦମନ ଫର୍ମୁଲା ଆପଣେଇବା ଭଳି କିଛି କରିବେ ନା ନିରବ ରହିଯିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
📱 Get Argus News App
✨Related Topics
Explore more stories