Videos
|
Odisha

Cervical Arthritis ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

Swoyang prajna Mishra
Browse all articles by Swoyang prajna Mishra
·1 year ago
Cervical Arthritis ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ

Key Points

cervical arthritis ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ
ଆସନ୍ତା ୨୨ରେ କୋକିଳା ବେନ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବେ
କଳସ ବସାଇ, ଶଙ୍ଖ, ହୁଳହୁଳି ପକାଇ ଶୁଭ ମନାସିଛନ୍ତି ବିଜେଡ଼ି ନେତ୍ରୀ

ଚିକିତ୍ସା ପାଇଁ ମୁମ୍ବାଇ ଗଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । cervical arthritis ଚିକିତ୍ସା ପାଇଁ ଆସନ୍ତା ୨୨ ତାରିଖରେ କୋକିଳା ବେନ ଧୀରୁ ଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା କରାଯିବ । ନବୀନଙ୍କ ଗସ୍ତ ପୂର୍ବରୁ ନବୀନ ନିବାସ ଭିତରେ ମହିଳା ବିଜେଡି ନେତ୍ରୀମାନେ କଳସ ବସାଇ, ଶଙ୍ଖ, ହୁଳହୁଳି ପକାଇ ଶୁଭ ମନାସିଛନ୍ତି ।


ଏହାପରେ ବିଜୁ ପଟ୍ଟନାୟକ ଛକରେ ବିଜେଡ଼ି ଯୁବ ଛାତ୍ର କର୍ମୀ ନବୀନଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଥିଲେ । ଭୁବନେଶ୍ବର ବିମାନବନ୍ଦରରେ ଦଳର ବରିଷ୍ଠ ନେତା ନବୀନଙ୍କୁ ଭେଟିଥିଲେ । ଏହାପରେ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି ନବୀନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Naveen goes to Mumbai for cervical arthritis treatment | Argus News