Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଧାୟକ ସନାତନ ମହାକୁଡଙ୍କୁ ତାଗିଦ୍ କଲେ ଖୋଦ୍ ନବୀନ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଧାୟକ ସନାତନ ମହାକୁଡଙ୍କୁ ତାଗିଦ୍ କଲେ ଖୋଦ୍ ନବୀନ

Key Points

ବିଧାୟକ ସନାତନ ମହାକୁଡଙ୍କୁ ତାଗିଦ୍ କଲେ ଖୋଦ୍ ନବୀନ
ବିଧାୟକ ଦଳ ବୈଠକକୁ କାହିଁକି ଆସିଲେନି ବୋଲି ହେଲେ ବିରକ୍ତ
ବିଜେପି ନା ଭୋଟରଙ୍କ ସହ ବୋଲି କଲେ ପ୍ରଶ୍ନ
ପରାଜୟ ପରେ ନବୀନଙ୍କୁ ଘାରିଛି ବିଜେଡି ଭାଙ୍ଗିଯିବାର ଭୟ
ନବୀନଙ୍କ ଏପରି ନୂଆ ଅବତାରକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା

ନବୀନଙ୍କ ତାଗିଦ ପରେ କଡା ଜବାବ ରଖିଲେ ସନା
କହିଲେ ବିକାଶ ଯେଉଁଠି ମୁଁ ସେଇଠି, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁଲ କେଉଁଠି

ବିଧାନସଭା ପ୍ରବେଶ ଦ୍ବାରରେ ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ । ଦୀର୍ଘ ରାଜନୈତିକ ଜୀବନ ଭିତରେ ନବୀନ ଙ୍କୁ ଏଭଳି ମୁଦ୍ରା ରେ କେବେ ଦେଖିବାକୁ ମିଳିନଥିଲା । ଘଟଣା ଥିଲା ଏମିତି ନବୀନ ବିଧାନସଭାକୁ ପ୍ରବେଶ କଲା ବେଳକୁ ଉପସ୍ଥିତ ଥିଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ । ନବୀନଙ୍କ ନଜର ପଡିଯାଇଥିଲା ସନାଙ୍କ ଉପରେ । ଏହି ସମୟରେ ନବୀନ ତାଙ୍କୁ ପଚାରିଥିଲେ କାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସିନଥିଲ । ହଠାତ୍ କିଛି ବୁଝିପାରିନଥିଲେ ସନା । ଉତ୍ତରରେ ଦେହ ଭଲ ନଥିବାରୁ ଆସି ନଥିଲି ବୋଲି କହିଥିଲେ ସନା ମହାକୁଡ଼ । ପାଖରେ ଥିବା ବିଜେଡି ବିଧାୟକ ଶାରଦା ଜେନା ନବୀନ ପଟ୍ଟନାୟକଙ୍କୁ କହିଥିଲେ, ତାଙ୍କ ଦେହ ଭଲ ନଥିଲା ।ଏହା ଶୁଣିବା ପରେ ତାଗିଦ୍ କରି ନବୀନ କହିଥିଲେ ତୁମେ ବିଜେପି ସହିତ ନା ଭୋଟରଙ୍କ ସହ। ନବୀନଙ୍କର ଏଇ କେଇପଦ କଥା ବିଜେଡି ଭିତରେ ବଡ଼ ହଲ ଚଳ ସୃଷ୍ଟି କରିଛି ।

ବିଜେପି ସହ ନା ଭୋଟରଙ୍କ ସହ ନେଇ ନବୀନଙ୍କ ପ୍ରଶ୍ନ ଏବେ ବିତର୍କ ସୃଷ୍ଟି କରୁଛି । ଲୋକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାରେ ଅସୁବିଧା କେଉଁଠି ବୋଲି ନିଜେ ସନାତନ କହିଛନ୍ତି। ପୂର୍ବରୁ ଜନବିରୋଧୀ ଆଳରେ ସୌମ୍ୟରଂଜନ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ ସୁଧାଂଶୁ ପରିଡାଙ୍କ ବିଦା କରିଥିଲେ ନବୀନ। ଏବେ ସୁଧାଂଶୁ ବିଜେଡିର ଗେହ୍ଲାପୁଅ। ଏବେ ନବୀନଙ୍କ ଏ ରୁପକୁ ନେଇ ଚର୍ଚ୍ଚା। ବିଜେଡି ନେତା ବିଜେପି ପଳାଉଥିବା ଚିନ୍ତା ଏବେ ଦଳପତିଙ୍କୁ ବେଶ୍ ଘାରିଛି। କାହିଁକି ନା ଏପର୍ଯ୍ୟନ୍ତ ରାଜ୍ୟସଭା ସାଂସଦଙ୍କ ସହ ଅନେକ ବିଜେଡି ନେତା ବିଜେପି ମୁହାଁ ହୋଇ ସାରିଲେଣି। ବିଭିନ୍ନ ସ୍ଥାନରେ ମେଳି ବି ସାମ୍ନାକୁ ଆସିଲାଣି। ବିଶେଷଜ୍ଞଙ୍କ ମତ ଦଳ ଉପରେ ଆଉ ନାହିଁ ନବୀନଙ୍କ ନିୟନ୍ତ୍ରଣ। ପୂର୍ବରୁ ବିଶେଷଜ୍ଞ କହିଥିଲେ କ୍ଷମତାରୁ ଗଲେ ବିଜେଡି ବାଙ୍ଗିଯିବ। ଏଇ କିଛିଦିନରେ ବିଜେଡିରେ ହଲଚଲ୍ କିଛି ସେୟା ସୁଚାଉଛି କି। ନବୀନଙ୍କ ତାଗିଦ୍ ପରେ ସନା ମହାକୁଡ୍ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରକୁ ଯିବା ପାଇଁ ଚାହିଁଥିଲେ, ହେଲେ ତାଙ୍କୁ ବିଜେଡି ବିଧାୟକମାନେ ଅଟକାଇଥିଲେ।

ଏ ସବୁ ଭିତରେ ନବୀନଙ୍କ ତାଗିଦ ପଛର ଆଭିମୁଖ୍ୟ ଉପରେ ବି ମୋହର ମାରିଛନ୍ତି ଦଳୀୟ ନେତା । ବିଧାୟକ ଅରୁଣ ସାହୁ କହିଛନ୍ତି ସୁପ୍ରିମୋଙ୍କ ତାଗିଦ ହିଁ ଦର୍ଶାଉଛି ନବୀନ ନିଜେ ସବୁ କିଛି ବୁଝୁଛନ୍ତି । ସେହିପରି ବିଜେପି ର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ବି ପୁଣି ଥରେ ବିଜେଡି ଖୁବଶୀଘ୍ର ଭାଙ୍ଗି ଯିବାର କଥା ଦୋହରାଇଛନ୍ତି।

ଭୟଭୀତ ଅଛନ୍ତି କି ନବୀନ । କେବଳ ଗତକାଲି ବୈଠକରେ ସନାତନ ମହାକୁଡ଼ ଯୋଗ ନଦେବାରୁ ନବୀନ ତାଙ୍କ ଉପରେ ସନ୍ଦେହ କରୁଛନ୍ତି, ନା ଆଉ କିଛି କଥା ଅଛି ? ସନାତନ ଭିତରେ ଭିତରେ ସେମିତି କିଛି ଯୋଜନା କରୁଥିବା ନବୀନଙ୍କ କାନରେ ପଡ଼ିଛି କି ? ଡିସେମ୍ବର 12 ରେ ଚମ୍ପୁଆରେ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସନାତନ ମହାକୁଡ଼ଙ୍କ ଗାଲରେ କେକ୍ ଲଗାଇବା ତଥା ସନାତନ ମୁଖ୍ୟମନ୍ତ୍ରୀଙ୍କୁ କେକ୍ ଖୁଆଇବା ଘଟଣାକୁ ନେଇ ତାଙ୍କ ଉପରେ ସନ୍ଦେହ କରୁଛନ୍ତି ନବୀନ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen himself reprimanded MLA Sanatan Mahakud | Argus News