Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବୀନଙ୍କୁ ସିଧାସଳଖ ନିଶାନା ସାଧି ବର୍ଷିଲେ ବରିଷ୍ଠ ନେତା

Odisha

ନବୀନଙ୍କୁ ସିଧାସଳଖ ନିଶାନା ସାଧି ବର୍ଷିଲେ ବରିଷ୍ଠ ନେତା

Smruti Parija
Browse all articles by Smruti Parija
·1 year ago·2 min read
ନବୀନଙ୍କୁ ସିଧାସଳଖ ନିଶାନା ସାଧି ବର୍ଷିଲେ ବରିଷ୍ଠ ନେତା

Key Points

- ବିଜୟର ଶ୍ରେୟ ନେଉଥିଲ ତ ପରାଜୟର ବି ଦାୟୀତ୍ବ ନିଅ
- ନବୀନଙ୍କୁ ସିଧାସଳଖ ନିଶାନା ସାଧି ବର୍ଷିଲେ ବରିଷ୍ଠ ନେତା
- ବିଜେଡିର ବର୍ତ୍ତମାନ ପରିସ୍ଥିତି ନେଇ ସୁପ୍ରିମୋଙ୍କୁ ମାଗିଲେ ଜବାବ୍ 
- ସମୀକ୍ଷା କରି ଦଳକୁ ଠିକଣା ବାଟରେ ଚଳାଇବାକୁ ଦେଲେ ପରାମର୍ଶ

ଅର୍ଗସ ବ୍ୟୁରୋ: ନବୀନଙ୍କୁ ବାଛିଲେ ନେତା । ମାତ୍ର ନବୀନ ବାଛିଲେ ବବି-ପାଣ୍ଡିଆନ୍ ଙ୍କୁ । ବନାଇ ଦେଲେ ବିଜେଡିର ସର୍ବେସର୍ବା । ନିର୍ବାଚନ ପରିଚାଳନାର ଦାୟୀତ୍ବ ନେଇ ନବୀନଙ୍କ ନାଁରେ ମନମାନି ଚଳାଇଲେ ବବି-ପାଣ୍ଡିଆନ୍ । ନେତାଙ୍କୁ କହିବାକୁ କି ଶୁଣିବାକୁ ଦେଲେନି ସୁଯୋଗ । ଜିଲ୍ଲା ଓ୍ବାରୀ ଠୁ ରାଜ୍ୟ ସ୍ତରୀୟ ପରାଜୟ ସମୀକ୍ଷାରେ ବବି-ପାଣ୍ଡିଆନ୍ ଙ୍କ ମନମାନି ବିଷୟରେ ସବୁ ଶୁଣିବା ପରେ ବି ନବୀନଙ୍କ ନିରବତା ବିଜେଡିରେ ବଡ ଝଡ ଆଣିଛି । ଆଉ ବବି-ପାଣ୍ଡିଆନ୍ ନୁହେଁ ନିର୍ବାଚନ ପରାଜୟ ପାଇଁ ନବୀନଙ୍କୁ ଦାୟୀ କଲେଣି ବରିଷ୍ଠ ନେତା । ମୁହଁ ଖୋଲି ନବୀନଙ୍କ ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ଅମର ଶତପଥୀ । ସିଧାସଳଖ ସୁପ୍ରିମୋଙ୍କୁ ମାଗିଛନ୍ତି ଜବାବ । ଅମର କହିଛନ୍ତି ପାଣ୍ଡିଆନ ଙ୍କୁ ଆମେ ନେତା କରିନଥିଲୁ । ଆମେ ନବୀନ ବାବୁ ଙ୍କୁ ହିଁ ନେତା ବାଛିଥିଲୁ । ଆଶା କରିଥିଲୁ ସବୁ ଦାୟିତ୍ୱ ସେ ନେବେ । ମାତ୍ର ତାହା ସେ କଲେ ନାହିଁ । ତେଣୁ ନବୀନ ପଟ୍ଟନାୟକ ବିଜୟ ର ଶ୍ରେୟ ଯେମିତି ନେଉଥିଲେ ପରାଜୟର ବି ଦାୟିତ୍ୱ ନିଅନ୍ତୁ । ଆଉ ଜବାବ ରଖନ୍ତୁ କାହିଁକି ଆଜି ଇଏ ପରିସ୍ଥିତି । ସମୀକ୍ଷା କରି ଠିକଣା ବାଟରେ ଦଳକୁ ଚଲଇଲେ ହିଁ ଦଳ ଚାଲିବ ବୋଲି କହିଛନ୍ତି ଅମର ।

ସେପଟେ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ କହିଛନ୍ତି ବରିଷ୍ଠ ନେତା ଅମର ଶତପଥି ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ କଥା । ଜଣେ ଅନୁଭବି ନେତା ଭାବେ ତାଙ୍କର ମତାମତ ସେ ରଖିଛନ୍ତି । ଯାହା କହୁଛନ୍ତି ଠିକ ମଧ୍ୟ କହୁଛନ୍ତି କିନ୍ତୁ ସଭାପତି ଜିଲ୍ଲା ୱାରି ସମୀକ୍ଷା କରିଛନ୍ତି । ଆପାତତଃ ସଭାପତି ବର୍ତ୍ତମାନ ସବୁଥିରେ ଚେଷ୍ଟା କରୁଛନ୍ତି କଣ କଣ ହେଇଛି କଣ ନାହିଁ ବୁଝିବା ପାଇଁ । ତେଣୁ ଅଧିକ ବ୍ୟତି ବ୍ୟସ୍ତ ହେବା ଆବଶ୍ୟକ ନାହିଁ । 

24 ବର୍ଷ ଶାସନରେ ରହିବା ହେଉ କି ନିର୍ବାଚନ ପରାଜୟର ତିନି ମାସ ମଧ୍ୟରେ କେବେ ବି ଦଳ ଭିତରୁ ନବୀନଙ୍କ ଆଡକୁ ଅଙ୍ଗୁଳି ଉଠିନଥିଲା । ଅନ୍ୟ କାହାକୁ ସାମ୍ନାରେ ରିଖି ସବୁବେଳେ ସେଭ ଜୋନ୍ ରେ ରହିଆସୁଥିଲେ ନବୀନ । ମାତ୍ର ଏବେ ବିଜେଡିର ବରିଷ୍ଠ ନେତା ମାନେ ଦଳର ସ୍ଥିତି ପାଇଁ ସିଧାସଳଖ ନବୀନଙ୍କ ଉପରକୁ ଅଙ୍ଗୁଳି ଉଠାଇବା ବିଜେଡିରେ ବଡ ବିସ୍ଫୋରଣ ଆଡକୁ ସଙ୍କେତ ଦେଉଥିବା ଚର୍ଚ୍ଚା ହେଉଛି…

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen is directly targeted by senior leaders | Argus News