Odisha Politics / 'ନବୀନ ଚୁପ୍ଚାପ୍ ଦରମା ବୃଦ୍ଧି ନିଷ୍ପତ୍ତିରେ, ସରକାରଙ୍କୁ ସମର୍ଥନ କରନ୍ତୁ'

Key Points
ବର୍ଦ୍ଧିତ ଦରମାକୁ ନବୀନଙ୍କ ନା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି 'ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ୍କୁ ବିଜେଡି କାହିଁକି ସମର୍ଥନ କଲା ? ବିରୋଧୀଦଳ ନେତା ବର୍ଦ୍ଧିତ ଦରମା ନ ନେବା ଘୋଷଣା ବିଜେଡିର ଦୋମୁହାଁ ନୀତି । ବିଜେଡି ସଦସ୍ୟ ଓ ବିରୋଧୀଦଳ ମୁଖ୍ୟ ସଚେତକ ବିଲକୁ ସମର୍ଥନ କରିଥିଲେ । ପଲିଟିକାଲ୍ ଷ୍ଟଣ୍ଟ ପାଇଁ ଦରମା ନେବି ନାହିଁ ବୋଲି ନବୀନ କହୁଛନ୍ତି' ।
ଅନ୍ୟପଟେ ସେ ଆହୁରି କହିଛନ୍ତି, 'ବିରୋଧୀଦଳ ନେତାଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି । ସେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ପୂର୍ବତନ ବିଧାୟକମାନଙ୍କ ପାଇଁ ବର୍ଦ୍ଧିତ ଦରମା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନକରି ସରକାରଙ୍କୁ ସ୍ୱାଗତ କଲେ ଭଲ ହେବ। ତାଙ୍କ ଦଳ ନେତା କହୁଛନ୍ତି ଦରମା ବଢ଼ିବା ଠିକ୍, କାରଣ ପଇସା ନାହିଁ' । ନବୀନ ଦଳ ଭିତରେ ପ୍ରଥମେ ଆଲୋଚନା କରି ସାମ୍ନାକୁ ଆସନ୍ତୁ ବୋଲି କହିଛନ୍ତି ପବିତ୍ର । କେବଳ କଂଗ୍ରେସ ନୁହେଁ ବିଜେପି ନେତା ଜୟ ନାରାୟଣ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ନବୀନଙ୍କ ଦରମା ନନେବା ଘୋଷଣାକୁ ଡ୍ରାମା କହିଛନ୍ତି ।
ନବୀନଙ୍କୁ ଆକ୍ଷେପ କରି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, 'ନବୀନ ବାବୁ ବହୁତ ଧନୀ ଲୋକ, ଏସବୁ କେବଳ ସେ ଡ୍ରାମା କରୁଛନ୍ତି । ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି । ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି । ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା । ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ । ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା' ।
'ଯେତେବେଳେ ଏହି ଦରମା ବୃଦ୍ଧି କରାଗଲା, ସେତେବେଳେ ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର । ବିଧାନସଭା ଅଧିବେଶନ ଆଲୋଚନାରେ ସେ ଭାଗ ନେଇ ପାରିଥାନ୍ତେ । କିନ୍ତୁ ନେଲେନି । ସେତେବେଳେ ସେ ଏହି ବିଲ୍କୁ ବିରୋଧ କରିଥିଲେ, ସରକାର ବିଲ୍କୁ ପ୍ରତ୍ୟାହାର କରି ନେଇଥାନ୍ତେ' ।
ଅନ୍ୟପଟେ ସେହି ସମାନ କଥାକୁ ଦୋହରାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ । ସେ ମଧ୍ୟ କହିଛନ୍ତି, ବିରୋଧୀ ଦଳ ନେତା ଭାବେ ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ରହି ଏହାକୁ ବିରୋଧ କରିପାରିଥାନ୍ତେ । ସେ ଏନେଇ ନିଜର ମତ ମଧ୍ୟ ରଖିପାରିଥାନ୍ତେ । କିନ୍ତୁ ସେ ଗୃହରେ ରହିଲେନି । ଏବେ ଦରମା ବୃଦ୍ଧି ପ୍ରସଙ୍ଗରେ କହିଲେ କ'ଣ ଲାଭ । ଏହା କେବଳ ଆଉ କିଛି ନୁହେଁ, କେବଳ ରାଜନୀତି ବୋଲି କହିଛନ୍ତି କେଭି ସିଂହଦେଓ ।
📱 Get Argus News App
✨Related Topics
Explore more stories