Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଶିଖିପାରିଲେନି ଓଡ଼ିଶା !

Odisha

୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଶିଖିପାରିଲେନି ଓଡ଼ିଶା !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
୨୪ ବର୍ଷର ମୁଖ୍ୟମନ୍ତ୍ରୀ, ଶିଖିପାରିଲେନି ଓଡ଼ିଶା !

ଅର୍ଗସ ବ୍ୟୁରୋ:  ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆକୁ ନେଇ ଚର୍ଚ୍ଚା ଜୋର । କେମିତି ଭୟଙ୍କର ଭାବରେ ଆମ ମିଠା ଭାଷାକୁ କଦର୍ଥ କରୁଛନ୍ତି । ଖାଲି କଦର୍ଥ କରୁଛନ୍ତି ତାହା ନୁହେଁ ବରଂ ବିଜେପି ଜିତିବାର ସ୍ଵପ୍ନ ଦେଖୁଛି ବୋଲି କହୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଜାଣିନାହାନ୍ତି କାହାକୁ ତୁମେ, କାହାକୁ ତୁ କୁହାଯାଏ ? ବୋଧହୁଏ ସେଇଥି ଲାଗି ତ କହୁଛନ୍ତି ବିଜେପି ଦିନରେ ସ୍ଵପ୍ନ ଦେଖୁଛନ୍ତି ବିଜୟ ହେବେ ବୋଲି । ଏ କଥା ଶୁଣିବା ପରେ ଆପଣ ବି କହିବେ,  ଅଣଓଡ଼ିଆ ମୁଖ୍ୟମନ୍ତ୍ରୀ ଯିଏ କି ଦିଲ୍ଲୀରୁ ଆସି ଏଇଠି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ତାଙ୍କ ଓଡ଼ିଆ ଯେମିତି ଆଉ ତାଙ୍କ ସୋକଲ୍ଡ ଉତ୍ତରାଧିକାରୀଙ୍କ ଓଡ଼ଆ ଆହୁରି ତଦୃପ । ତେବେ ନବୀନ- ପାଣ୍ଡିଆନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ ଭାଇରାଲ ହେଉଛି ।

ଓଡ଼ିଆ କହିବାକୁ ପସନ୍ଦ କରନ୍ତି ନାହିଁ ନବୀନ ବାବୁ । ଖାଲି ନବୀନ ବାବୁ କାହିଁକି ? ଓଡି଼ଶା ଭଲପାଉଛି କହୁଥିବା ପାଣ୍ଡିଆନ ବି ଆମ ଭାଷାକୁ ଅତି କଦର୍ଥ କରି କହୁଛନ୍ତି । ଓଡ଼ିଆ ଭାଷା ଶିଖିବାକୁ ମନରେ ଯଦି ସାମାନ୍ୟତମ ଇଚ୍ଛା ଥାଆନ୍ତା ତାହାଲେ ଓଡ଼ିଆ କେବେଠୁ ଏମାନେ ଶିଖିଥାଆନ୍ତେ । କିନ୍ତୁ କେବଳ ଲୋକ ଦେଖାଇବା ଲାଗି ଓଡ଼ିଆ କହୁଛନ୍ତି ନବୀନ । ସିଏ ପୁଣି ୧୦୦ ରୁ ୮୦ ଭୁଲ । ମୁଖ୍ୟମନ୍ତ୍ରୀଙ୍କୁ ଆମେ ଆଦୌ ବେସମ୍ମାନ କରୁନୁ ବରଂ ଆମ ଓଡ଼ିଆ ଭାଷା ଶିଖି ସଠିକ୍‌ରେ କହିବାକୁ ଅନୁରୋଧ କରୁଛୁ ।

୨୪ ନିର୍ବାଚନ ପ୍ରଚାର ପାଇଁ ରବିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁରର ସାଧାରଣ ସଭାରେ ଯୋଗ ଦେଇ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଥିଲେ, ରାଜ୍ୟ ସରକାରଙ୍କ ଗୁମର ଖୋଲିଥିଲେ । ଖାଲି ଗୁମର ଖୋଲିଥିଲେ ତାହା ନୁହେଁ ବରଂ କେମିତି ପ୍ରକ୍ସି ସରକାର ଓଡ଼ିଶାକୁ ନଷ୍ଟ କରୁଛି ସେନେଇ ସବୁ ସତ କଥା କହିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀସଭା ପରି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବି ନିର୍ବାଚନୀ ସଭାଥିଲା । ଆଉ ଏହି ସଭାରୁ ଫେରିବା ପରେ ହେଲକପ୍ଟରରେ ବିଜେଡି ନେତା ପାଣ୍ଡିଆନ ଓ ନବୀନଙ୍କ ମଧ୍ୟରେ ବିଜେପିକୁ ନେଇ କଥାବାର୍ତ୍ତା ହୋଇଥିଲା । ଯାହାର ଭିଡିଓକୁ ନେଇ ସାଧାରଣ ଜନତା ଟ୍ରୋଲ କରିବା ସହିତ ଦୁଇ ଅଣଓଡ଼ିଆ ଯୋଡ଼ି ବଢିଆ ବୋଲି କହୁଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Naveen-Pandian | Argus News