ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ !

Key Points
- ନବୀନଙ୍କୁ ଫଶାଇଦେଲା ଭାରତ ରତ୍ନ ପ୍ରସଙ୍ଗ
- ନିଜ ବାପାଙ୍କ କଥା କହିଲେ, ଅନ୍ୟ ବରପୁତ୍ରଙ୍କୁ ଭୁଲିଗଲେ
- ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ : ସ୍ଵାର୍ଥପରର ସୀମାପାର କଲେଣି ମୁଖ୍ୟମନ୍ତ୍ରୀ । ଓଡ଼ିଶା ପାଇଁ ବିଜୁ ବାବୁଙ୍କ ଅନେକ ଅବଦାନ ଅଛି ଆମେ ଜମାରୁ ଅସ୍ଵୀକାର କରୁନୁ । ହେଲେ ରାଜ୍ୟରେ ଶହଶହ ବରପୁତ୍ର ଅଛନ୍ତି, କିନ୍ତୁ ସେମାନଙ୍କ କଥା କେବେ ବି ନବୀନ ବାବୁ କହିନାହାନ୍ତି କି ତାଙ୍କୁ ଜାତୀୟ ପୁରସ୍କାର ଦେବା ପାଇଁ ଦାବି ବି କରିନାହାନ୍ତି । କେବଳ ଅଫିସରଙ୍କ ହାତ ଲେଖା ଚିଠି ପଢୁଥିବା ନବୀନ ବାବୁ କାହିଁକି ବରପୁତ୍ରଙ୍କୁ ହେଜ୍ଞାନ କରୁଛନ୍ତି ତାହାକୁ ନେଇ ଏବେ ଜୋର ଧରିଲାଣି ଚର୍ଚ୍ଚା ।
ବର୍ଷବର୍ଷ ଧରି ନବୀନ ବାବୁ ଓ ବିଜେଡିର ଗୋଟିଏ କଥା କେନ୍ଦ୍ର ସରକାର ବିଜୁ ବାବୁଙ୍କୁ ଦେଉନି ଭାରତ ରତ୍ନ । ହେଲେ ଆଜିଯାଏଁ କେବେ ହେଲେ ଓଡ଼ିଶାର ଅନ୍ୟବରପୁତ୍ରଙ୍କ ଭାରତ ରତ୍ନ ଦେବାକୁ ଥରୁଟିଏ ବି ଦାବି କରିନାହାନ୍ତି ନବୀନ ବାବୁ କି ତାଙ୍କ ଦଳ । ଏଇଠି ପ୍ରଶ୍ନ, ନିଜ ବାପାଙ୍କ ପାଇଁ ପକ୍ଷପାତ କରି ଭାରତରତ୍ନ ମାଗିବେ, ହେଲେ ଗୋପବନ୍ଧୁ କି ମଧୁବାବୁଙ୍କ କଥା ଜଣେ ଓଡ଼ିଆ ହିସାବରେ କେମିତି ଭୁଲିବେ ? ବିଜେଡି ହିସାବରେ ବିଜୁ ବାବୁଙ୍କୁ ଛାଡିଦେଲେ ରାଜ୍ୟ ପାଇଁ କେହି କିଛି କରିନାହାନ୍ତି କି ? ପାତରଅନ୍ତର କରୁଛି କି ବିଜେଡି ? ତଥ୍ୟ ଭିତ୍ତିକ ଯୁକ୍ତି ବଦଳରେ କାହିଁକି ମିଛ ତଥ୍ୟ ଦେଇ ଓଡ଼ିଆଙ୍କ ଭାବାବେଗ ସହ ଖେଳ ଖେଳୁଛି ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।
ତଥ୍ୟ କହୁଛି, ୭୫ ବର୍ଷର ସ୍ଵାଧୀନତାର ଓଡ଼ିଶାକୁ ୯୦ ପଦ୍ମ ପୁରସ୍କାର ମିଳିଛି । ତା' ଭିତରୁ କେବଳ ୪୯ ଟି ମିଳିଛି ମୋଦିଙ୍କ ନେତୃତ୍ଵ ବିଜେପି ସରକାରରେ । ଓଡ଼ିଶା ଓ ଓଡ଼ିଆଙ୍କୁ କେମିତି ସମ୍ମାନ ମିଳିବ ସେନେଇ ପ୍ରତି ମୁହୂର୍ତ୍ତରେ ଚିନ୍ତା କରନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେଇଥି ଲାଗି ତ ଅନେକ ପୁରସ୍କାର ଧର୍ମେନ୍ଦ୍ରଙ୍କ ଦାବି ପରେ ଓଡ଼ିଶା ପାଇଛି । ଏହା ପରେ ବି ନବୀନ ବାବୁ କହୁଛନ୍ତି କେନ୍ଦ୍ର ସରକାର କିଛି ଦେଉନାହାନ୍ତି । ଏଇଠି ନବୀନଙ୍କୁ ଗୋଟିଏ ପ୍ରଶ୍ନ, ଦୋଷ ଦେବା ପୂର୍ବରୁ ଥରେ ତଥ୍ୟ ଦେଖିକି ପ୍ରଶ୍ନ କରନ୍ତୁ, ନହେଲେ ଲୋକ ହସା ହେବେ ।
