Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି ସଭାପତି ହେବା ଲାଗି ନବମ ଥର ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

Odisha

ବିଜେଡି ସଭାପତି ହେବା ଲାଗି ନବମ ଥର ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେଡି ସଭାପତି ହେବା ଲାଗି ନବମ ଥର ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ

ନବମ ଥର ପାଇଁ ବିଜେଡି ସଭାପତି ହେବା ଲାଗି ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧ ଦିବସ ଅବସରରେ ଶଙ୍ଖ ଭବନରେ ନାମାଙ୍କନ ଭରିଲେ ନବୀନ। ଏକମାତ୍ର ପ୍ରାଥି ଭାବେ ନବୀନ ଭରିଲେ ନାମାଙ୍କନ। ବିଜେଡିର ଅନେକ ଆଗ ଧାଡ଼ିର ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ନବୀନ। ୧୯ ତାରିଖରେ ବିଜେଡି ଘୋଷଣା କରିବ ସଭାପତି ଙ୍କ ନାମ। ଦିନକ ତଳେ ବିଜେଡି ୧୮ ଟି ସାଂଗଠନିକ ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରିଥିବା ବେଳେ ୧୫ ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଙ୍କ ନାମ ଘୋଷଣା କରି ପାରିନି ।

ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ନବୀନ। ଅନ୍ୟ କେହି ନାମାଙ୍କନ କରିନଥିବାରୁ ୧୯ରେ ସଭାପତି ଭାବେ ନବୀନଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି। ଏହି ସମୟରେ ବିଜେଡିର ଅନେକ ବରିଷ୍ଠ ନେତାଙ୍କ ସହ ବବି ଦାସ ଥିବା ଦେଖାଯାଇଛି।

ବିଜେଡି ସଭାପତି ପଦ ଲାଗି ନବୀନ ପଟ୍ଟନାୟକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ। ଦଳର ରିଟର୍ନିଂ ଅଫିସର ପ୍ରତାପ ଦେବଙ୍କୁ ସେ ତାଙ୍କର ନାମାଙ୍କନପତ୍ର ଦେବେ। ଏହି ଅବସରରେ ନବୀନଙ୍କ ସହ ଦଳର ବହୁ ବରିଷ୍ଠ ଏବଂ ଯୁବନେତା ସାମିଲ ହେବେ ବୋଲି ଜଣାପଡ଼ିଛି। ଦଳର ସଭାପତି ଭାବେ ନବୀନଙ୍କୁ ନିର୍ବାଚନ କରାଇବାକୁ ପୂର୍ବରୁ ନିଷ୍ପତ୍ତି ନିଆଯାଇଛି। ସେହି କ୍ରମରେ ଦଳୀୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ମଧ୍ୟ କରାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ଏହି କାର୍ଯ୍ୟକ୍ରମ କରାଯିବା ନେଇ ଦଳ ଭିତରେ ନିଷ୍ପତ୍ତି ହୋଇଛି।

ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ବିଜୁବାବୁଙ୍କ ତିରୋଧାନ ଦିବସ ମଧ୍ୟ ପାଳନ କରାଯିବ। ଆସନ୍ତା ୧୯ରେ ନବୀନଙ୍କୁ ଦଳର ସଭାପତି ନେଇ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ବିଜେଡି ୧୮ ଜିଲାର ସଭାପତିଙ୍କୁ ନିଯୁକ୍ତ କରିସାରିଛି। ଦଳର ସଭାପତି ଚୟନ ଲାଗି ଅତିକମ୍‌ରେ ୧୭ ଜଣ ଜିଲା ସଭାପତି ରହିବା ଦରକାର, ଯାହା ବିଜେଡି କରିସାରିଛି। ବାକି ୧୫ ସାଙ୍ଗଠନିକ ଜିଲାରେ ଦଳର ସହମତି ହୋଇପାରି ନ ଥିବାରୁ ଜିଲା ସଭାପତି ଘୋଷଣା ହୋଇପାରୁ ନ ଥିବା କୁହାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
naveen-patnaik-files-nomination-for-ninth-time-to-become-bjd-president | Argus News