Latika Pradhan / ଗଞ୍ଜାମରେ ଦଳକୁ ସମୟ ଦେଇପାରୁନାହାନ୍ତି ସୁପ୍ରିମୋ ନବୀନ: ଲତିକା

Key Points
ସମୟ ଦେଇପାରୁନାହାନ୍ତି ସୁପ୍ରିମୋ ନବୀନ ।
ପୁରୁଖା ନେତାଙ୍କୁ କରାଯାଉଛି ଅଣଦେଖା ।
ସେବେ ଭୂପିନ୍ଦର...ଏବେ ଲତିକା...
ଗଞ୍ଜାମରେ ଆହୁରି ଦୁର୍ବଳ ହେଉଛି ବିଜେଡି । ସମୟ ଦେଉନାହାନ୍ତି ନବୀନ । ପୁରୁଖା ନେତାଙ୍କୁ ଅଣଦେଖା । ସେବେ ଭୂପିନ୍ଦର, ଏବେ ଲତିକା...ବିଜେଡି କନ୍ଦଳରେ ନୂଆ ବୋମା ପକାଇଲେ ଦଳର ନାରୀ ନେତ୍ରୀ । ଭୟ, ଭକ୍ତି ଦେଖାଇ ପାଟି ବନ୍ଦ କରିବା ଯୋଗୁଁ ଦଳର ଏ ଅବସ୍ଥା ସେପଟେ ବାସୁଦେବପୁରରେ ପୁଣି ଆଣ୍ଟି ପାଣ୍ଡିଆନ୍ ଗ୍ରୁପର ମେଳି ।
ବିଜେଡି ଗୋଷ୍ଠୀ ବିବାଦ ଭିତରେ ଏବେ ଆଉ ଏକ ବୋମା ପକାଇଛନ୍ତି ବରିଷ୍ଠ ନେତ୍ରୀ ଲତିକା ପ୍ରଧାନ । ଗଞ୍ଜାମ ରାଜନୀତିରେ ଦଳୀୟ ସଂଗଠନ ଦୁର୍ବଳ ହେଉଥିବା କହି ବରିଷ୍ଠ ନେତାଙ୍କୁ ଅଣଦେଖାର ଆଣିଛନ୍ତି ଆରୋପ । ପାଣ୍ଡିଆନ ଏଣ୍ଡ କୋଙ୍କୁ ଟାର୍ଗେଟ କରି ଲତିକା କହିଛନ୍ତି ପୂର୍ବରୁ ଦଳ ଯାହାଙ୍କୁ ଦାୟିତ୍ୱ ଦେଇଥିଲା ସେମାନେ ପିକନିକ କଲେ, ଦଳକୁ ହରାଇଲେ । ଏବେ ସଭାପତିଙ୍କୁ ଦେଖାକରି ହେଉନାହିଁ । କୋର ଟିମକୁ କିଛି କହିଲେ ସମାଧାନ ହେଉନାହିଁ । ଲତିକା ଦାବି କରିଛନ୍ତି, ହାତ ଗଣତି ନେତାଙ୍କୁ ରିପିଟ୍ ଟେଲିକାଷ୍ଟ ନ କରି ଦଳ ଚଳାଇବାକୁ ନବୀନ ନୂଆ ଟିମ ଗଢନ୍ତୁ । ଦଳରେ ସ୍ୱର ଉତ୍ତୋଳନ କରୁଥିବା ନେତାଙ୍କ ସ୍ୱର ନ ଚାପି ଦିଆନଯାଉ ।
୨୪ ନିର୍ବାଚନରେ ଗଞ୍ଜାମର ୧୩ଟି ବିଧାନସଭା ଆସନରୁ କେବଳ ହିଞ୍ଜିଳି ଆସନ ବିଜେଡି ଖାତାକୁ ଯାଇଥିବା ବେଳେ ୧୧ଟି ବିଜେପି ହାତେଇଛି, ଗୋଟିଏ ଜିତିଛି କଂଗ୍ରେସ । ଗଞ୍ଜାମ ଜିଲ୍ଲା ସଭାପତି ବିକ୍ରମ ପଣ୍ଡା ଏବେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ । ନବୀନ ନିଜେ ଗଞ୍ଜାମ ରାଜନୀତିରେ ସକ୍ରିୟ ନ ଥିବାବେଳେ ଆଗକୁ ଜିଲ୍ଲାରେ ଶଙ୍ଖ ଦଳର ଭାଗ୍ୟ କଣ ହେବ ତାହା ବଡ଼ ପ୍ରଶ୍ନ ।
କେବଳ ଦକ୍ଷିଣ ଜିଲ୍ଲା ଗଞ୍ଜାମ ନୁହେଁ, ସାରା ରାଜ୍ୟରେ ଦୁର୍ବଳ ହେଉଛି ବିଜେଡି, ସ୍ପଷ୍ଟ ସାମ୍ନାକୁ ଆସୁଛି ଦଳୀୟ କନ୍ଦଳ। ବାରମ୍ବାର ମେଳି କରି ଦଳୀୟ ନେତୃତ୍ବକୁ ଚ୍ୟାଲେଞ୍ଜ କରୁଛନ୍ତି ଶଙ୍ଖ ଦଳର ନେତା ଓ କର୍ମୀ । ଭୋଜି ନାଁରେ ଭଦ୍ରକ ବାସୁଦେବପୁରରେ ପୁଣି ମେଳି କରିଛନ୍ତି ଆଣ୍ଟି ପାଣ୍ଡିଆନ୍ ଗ୍ରୁପ୍ । ପ୍ରଣବ ବଳବନ୍ତରାୟ, ରୁଦ୍ର ମହାରଥୀ, ସମ୍ବିତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀଙ୍କ ଭଳି ନେତା ବିଜେଡିର ସ୍ଥାନୀୟ ନେତା ବିଷ୍ଣୁବ୍ରତ ରାଉତରାୟ ଓ ଦଳୀୟ କର୍ମୀଙ୍କୁ ନେଇ କରିଛନ୍ତି ଶକ୍ତି ପ୍ରଦର୍ଶନ । ପୂର୍ବରୁ ଭୁବନେଶ୍ବରରେ ମେଳି କରି ନବୀନ ହିଁ ଏକମାତ୍ର ନେତା ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଏହି ଗୋଷ୍ଠୀ।
📱 Get Argus News App
✨Related Topics
Explore more stories