BJD / ରାଜ୍ୟସଭା ନିର୍ବାଚନ ନେଇ ଚିନ୍ତାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। କଂଗ୍ରେସର ହାତରେ ହାତ ମିଳାଇବେ, ନା ଫୁଲକୁ ସମର୍ଥନ ଦେବେ? ରାଜ୍ୟସଭା ନିର୍ବାଚନରେ କଣ କରିବେ ନବୀନ?
·5 months ago·3 min read

Key Points
ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ
ଚତୁର୍ଥ ଆସନ ପାଇଁ ଚିନ୍ତାରେ ନବୀନ ପଟ୍ଟନାୟକ
ହାତ ସହ ହାତ ମିଳାଇବେ ନା ଫୁଲକୁ ଦେବେ ସମର୍ଥନ?

ଆସନ୍ତା ମାର୍ଚ୍ଚ ମାସରେ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଚାରି ସାଂସଦ ମୁନା ଖାନ୍, ନିରଞ୍ଜନ ବିଶି, ମମତା ମହାନ୍ତ ଓ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ୍ ୨ ତାରିଖରେ ଶେଷ ହେଉଛି। ସେପଟେ ସମ୍ଭାବ୍ୟ ପ୍ରାର୍ଥୀ ଚୟନ ଓ ସଂଖ୍ୟା ଗଣିତକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ସଂଖ୍ୟା ଦୃଷ୍ଟିରୁ ଦୁଇଟିରେ ବିଜେପି ଓ ଗୋଟିଏରେ ବିଜେଡି ଜିତିବାରେ ଅସୁବିଧା ନାହିଁ। କିନ୍ତୁ ଚତୁର୍ଥ ଆସନ ପାଇଁ କୌଣସି ଦଳର ଆବଶ୍ୟକ ସଂଖ୍ୟା ନ ଥିବାରୁ ତାହାକୁ ନେଇ ଚର୍ଚ୍ଚା ଚାଲିଛି। ଏବେ ଚିନ୍ତାରେ ବିଜେଡି ସଭାପତି ନବୀନ ପଟ୍ଟନାୟକ। କଂଗ୍ରେସର ହାତରେ ହାତ ମିଳାଇବେ, ନା ଫୁଲକୁ ସମର୍ଥନ ଦେବେ? ରାଜ୍ୟସଭା ନିର୍ବାଚନରେ କଣ କରିବେ ନବୀନ? ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା।
ଚତୁର୍ଥ ଆସନଟିରେ ବିଜେପିର ପ୍ରାର୍ଥୀ କିମ୍ବା ବିଜେପି ଦ୍ବାରା ମନୋନୀତ ସ୍ବାଧୀନ ପ୍ରାର୍ଥୀ ହିଁ ଜିତିବେ, ଏହା ସ୍ପଷ୍ଟ । କାରଣ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ। ତାହା ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ମାସରେ ନିର୍ବାଚନ ହେବ। ବର୍ତ୍ତମାନ ବିଧାନସଭାରେ ବିଜେପିର ୭୯ ବିଧାୟକ ଓ ୩ ସହଯୋଗୀ ସ୍ବାଧୀନ ବିଧାୟକ ଅଛନ୍ତି। ବିଜେଡିର ୪୮, କଂଗ୍ରେସର ୧୪ ଓ ସିପିଆଇ(ଏମ୍)ର ଜଣେ ବିଧାୟକ ଅଛନ୍ତି। ଏମାନଙ୍କ ବାଦ୍ ବିଜେଡିରୁ ନିଲମ୍ବିତ ଦୁଇ ବିଧାୟକ ଅଛନ୍ତି।
ବର୍ତ୍ତମାନର ସଂଖ୍ୟା ଗଣିତକୁ ହିସାବକୁ ନେଲେ ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୦ ବିଧାୟକଙ୍କ ପ୍ରଥମ ପସନ୍ଦ ଭୋଟ ଦରକାର। ସେହି ହିସାବରେ ବିଜେପିରୁ ଦୁଇ ପ୍ରାର୍ଥୀ ଜିତିଲା ପରେ ଆଉ ୨୨ ବିଧାୟକଙ୍କ ଭୋଟ ବଳକା ରହିବ। ସେମିତି ବିଜେଡିରୁ ଜଣେ ପ୍ରାର୍ଥୀ ଜିତିଲା ପରେ ଆଉ ୧୮ ବିଧାୟକଙ୍କ ଭୋଟ ବଳକା ରହୁଛି। ଚତୁର୍ଥ ପ୍ରାର୍ଥୀ ପାଇଁ କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ନିଜସ୍ବ ପ୍ରାର୍ଥୀ ଦେବା ସମ୍ଭବ ନୁହେଁ। ଯଦିଓ କଂଗ୍ରେସ ପ୍ରାର୍ଥୀ ଦେବ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି, ତେବେ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଂଗ୍ରେସ ପାଖରେ ଭୋଟ୍ ନାହିଁ।
ଚତୁର୍ଥ ପ୍ରାର୍ଥୀ ବି ବିଜେପିରୁ ଜିତିବ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। କାରଣ ବିଜେପି ଅନ୍ୟ ଦଳ ସହ ଆଲୋଚନା ନକରି ଯଦି ନିଜେ ସିଧାସଳଖ ପ୍ରାର୍ଥୀ ଦେବ, ତେବେ ବିଜେଡି ପ୍ରାର୍ଥୀ ଦେଇ ନପାରେ। କଂଗ୍ରେସ ବି ପ୍ରାର୍ଥୀ ଦେବାର ସମ୍ଭାବନା କମ୍। ସେହି ପରିସ୍ଥିତିରେ ବିଜେପିର ଚତୁର୍ଥ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଯଦି ବିଜେପି ଦଳୀୟ ପ୍ରାର୍ଥୀ ନ ଦେଇ କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରେ, ତେବେ ତାଙ୍କୁ ବିଜେଡି ସମର୍ଥନ ଦେବାର ସମ୍ଭାବନା ଅଧିକ। ଅବଶ୍ୟ ବିଜେଡି ଓ କଂଗ୍ରେସ ମିଳିତ ଭାବେ ପ୍ରାର୍ଥୀ ଦେଲେ ଚିତ୍ର ବଦଳିଯିବ। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କୁ ଅସନ୍ତୁଷ୍ଟ କରିବା ସ୍ଥିତିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ନାହାନ୍ତି। ତେଣୁ ସେ କଂଗ୍ରେସ ସହ ହାତ ମିଳାଇବେ ନାହିଁ। ବରଂ ବିଜେପି ମନୋନୀତ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିପାରନ୍ତି। ନବୀନଙ୍କ ଭରସା ନ ପାଇଲେ, କଂଗ୍ରେସ ବି ପ୍ରାର୍ଥୀ ଦେଇ ଅପଦସ୍ଥ ହେବାକୁ ଚାହିବ ନାହିଁ।
ଚତୁର୍ଥ ପ୍ରାର୍ଥୀ ବି ବିଜେପିରୁ ଜିତିବ ବୋଲି ରାଜନୈତିକ ମହଲରେ ଅନୁମାନ କରାଯାଉଛି। କାରଣ ବିଜେପି ଅନ୍ୟ ଦଳ ସହ ଆଲୋଚନା ନକରି ଯଦି ନିଜେ ସିଧାସଳଖ ପ୍ରାର୍ଥୀ ଦେବ, ତେବେ ବିଜେଡି ପ୍ରାର୍ଥୀ ଦେଇ ନପାରେ। କଂଗ୍ରେସ ବି ପ୍ରାର୍ଥୀ ଦେବାର ସମ୍ଭାବନା କମ୍। ସେହି ପରିସ୍ଥିତିରେ ବିଜେପିର ଚତୁର୍ଥ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବେ। ଯଦି ବିଜେପି ଦଳୀୟ ପ୍ରାର୍ଥୀ ନ ଦେଇ କୌଣସି ସ୍ବାଧୀନ ପ୍ରାର୍ଥୀଙ୍କୁ ଚୟନ କରେ, ତେବେ ତାଙ୍କୁ ବିଜେଡି ସମର୍ଥନ ଦେବାର ସମ୍ଭାବନା ଅଧିକ।
ବିଜେଡିର ପ୍ରାର୍ଥୀ ଚୟନ ଉପରେ ରାଜନୈତିକ ମହଲର ଅଧିକ ନଜର ରହିଛି। ଦଳ କ୍ଷମତାରୁ ଗଲା ପରେ ଆଭ୍ୟନ୍ତରୀଣ ଅସନ୍ତୋଷ ବଢ଼ିଚାଲିଛି। ଦଳକୁ ଏକଜୁଟ୍ କରି ରଖିବା ନବୀନଙ୍କ ପାଇଁ କାଠିକର ପାଠ ହେଲାଣି। ପୁଣି ରାଜ୍ୟସଭା ପାଇଁ ଯେଉଁ ଯେଉଁ ନାମ ଚର୍ଚ୍ଚାରେ ଅଛି, ତାହାକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ବି ଆରମ୍ଭ ହୋଇଗଲାଣି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories