Videos
|
Odisha

ନବମ ଥର ପାଇଁ ବିଜେଡି ସଭାପତି ଭାବେ ଆଜି ଶପଥ ନେବେ ନବୀନ ପଟ୍ଟନାୟକ

Ritu Das
Browse all articles by Ritu Das
·1 year ago·1 min read
ନବମ ଥର ପାଇଁ ବିଜେଡି ସଭାପତି ଭାବେ ଆଜି ଶପଥ ନେବେ ନବୀନ ପଟ୍ଟନାୟକ

ନବମ ଥର ପାଇଁ ବିଜେଡି ସଭାପତି ଭାବେ ଆଜି ଶପଥ ନେବେ ନବୀନ ପଟ୍ଟନାୟକ। ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବସିବା ପରେ ନବୀନଙ୍କ ନାଁ ସଭାପତି ପଦବୀ ପାଇଁ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ୧୭ ତାରିଖରେ ବିଜେଡି ସଭାପତି ପଦବୀ ପାଇଁ ନାମାଙ୍କନ ଭରିଥିଲେ ନବୀନ। ସଭାପତି ପଦବୀ ପାଇଁ ଏକମାତ୍ର ପ୍ରାଥି ନବୀନ ପଟ୍ଟନାୟକ ନାମାଙ୍କନ ଭରିଥିବାରୁ ନିର୍ଦ୍ୱନ୍ଦରେ ହୋଇଥିଲେ ନିର୍ବାଚିତ। ଆଜି ଔପଚାରିକ ଭାବେ ଘୋଷଣା ପରେ ଶପଥ ନେବେ ନବୀନ। ତେବେ ନବୀନଙ୍କ ଟିମରେ କିଏ ସ୍ଥାନ ପାଉଛି ତା ଉପରେ ରହିଛି ସମସ୍ତଙ୍କ ନଜର। ଦଳ ଭିତରେ ବିଦ୍ରୋହ ମୁଣ୍ଡ ଟେକି ଥିବାରୁ ନବୀନ କାହାକୁ ନିଜ ଟିମରେ ରଖୁଛନ୍ତି ତାକୁ ସମସ୍ତଙ୍କର ଅପେକ୍ଷା।


ଦକ୍ଷତା ଓ ଅଭିଜ୍ଞତା ଓ ଅନୁଭବ ଆଧାରରେ ନେତାଙ୍କୁ ନିଜ ଟିମରେ ନବୀନ ସାମିଲ କରିବେ ନା ଆନୁଗତ୍ୟ ଆଧାରରେ ପାଣ୍ଡିଆନ ମାର୍କା ନେତାଙ୍କୁ ମିଳିବ ସୁଯୋଗ ତାକୁ ନେଇ ବିଜେଡି ଭିତରେ ଗୁଞ୍ଜରଣ। ସେହିପରି ଦଳୀୟ ମହଲରେ ଚର୍ଚ୍ଚା ଅନୁଯାୟୀ ସଂଗଠନ ସମ୍ପାଦକ ଏବଂ ସାଧାରଣ ସମ୍ପାଦକ ମୁଖ୍ୟାଳୟ ଭଳି ସୃଷ୍ଟି କରାଯାଇଥିବା ଦୁଇଟି ପଦବୀ ଉଚ୍ଛେଦ କରି ବବିଙ୍କ ପକ୍ଷ ଛେଦନ ନବୀନ କରିବେ ନା ପୁଣି ଥରେ ସେଇ ପଦବୀରେ ତାଙ୍କୁ ବସାଇବେ ତାହା ଉପରେ ବି ସମସ୍ତଙ୍କ ର ରହିଛି ନଜର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
naveen-patnaik-to-take-oath-as-bjd-president-for-ninth-time-today | Argus News