|
logo
Live

Argus News - କଣ୍ଟାବାଞ୍ଜିରୁ ନବୀନ ଜିତିଲେ ବଦଳିବ କି ଦାଦନର ଭୂଗୋଳ ?

Odisha

କଣ୍ଟାବାଞ୍ଜିରୁ ନବୀନ ଜିତିଲେ ବଦଳିବ କି ଦାଦନର ଭୂଗୋଳ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
କଣ୍ଟାବାଞ୍ଜିରୁ ନବୀନ ଜିତିଲେ ବଦଳିବ କି ଦାଦନର ଭୂଗୋଳ ?

Key Points

  • କଣ୍ଟାବାଞ୍ଜିରୁ ନବୀନ ଜିତିଲେ ବଦଳିବ କି ଦାଦନର ଭୂଗୋଳ ?
  • ୨୪ ବର୍ଷରେ ହେଲାନି,  ଏବେ ହେବ କେମିତି ?
  • ବିକାଶର ନୂଆ ସୂର୍ଯ୍ୟୋଦୟ ଦେଖିବ କି ବଲାଙ୍ଗିର ?

ଅର୍ଗସ ବ୍ୟୁରୋ : ଏଥର ଗୋଟିଏ ନୁହେଁ ବରଂ ଦୁଇଦୁଇଟି ନିର୍ବାଚନମଣ୍ଡଳିରୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ନବୀନ । ଗୋଟିଏ ହିଞ୍ଜିଳି ତ ଅନ୍ୟଟି କଣ୍ଟାବାଞ୍ଜି । ଇଏ ଏମିତି ଏକ ଆସନ ଯାହା ପୂରା ରାଜ୍ୟରେ ଦାଦନ ଗଡ଼ ଭାବରେ ପରିଚିତ ହୋଇଛି । ତେବେ ଏସନ ଖୋଦ ମୁଖ୍ୟମନ୍ତ୍ରୀ ଏ ଆସନରୁ ମଇଦାନକୁ ଓହ୍ଲାଉଥିବାରୁ କଣ୍ଟାବାଞ୍ଜିର କାଳେ ଭାଗ୍ୟ ବଦଳିବ ବୋଲି ଆଶା କଲେଣି ଲୋକେ । ହେଲେ ଏଇଠି ପ୍ରଶ୍ନ, ୨୪ ବର୍ଷ ଭିତରେ ଯାହା ହେଲାନି ତାହା ଏବେ କେମିତି ହେବ ?

ସାଧାରଣ ନିର୍ବାଚନ ପୂର୍ବରୁ ଏବେ ରାଜ୍ୟରେ ବଲାଙ୍ଗିର ଓ ଗଂଜାମ ଜିଲ୍ଲା ଚର୍ଚ୍ଚାରେ । କାରଣ ଏହି ଦୁଇଟି ଜିଲ୍ଲାରୁ ରାଇଜ ମୁଖିଆ ନିର୍ବାଚନକୁ ଲମ୍ଫ ପ୍ରଦାନ କରିବେ । ହେଲେ ଆମେ ସମସ୍ତେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରୁ ସର୍ବାଧିକ ଶ୍ରମିକ ବାହାର ରାଜ୍ୟ ସୁରଟକୁ କାମ କରିବାକୁ ଯାଆନ୍ତି । ଖାଲି କାମ କରନ୍ତି ତାହା ନୁହେଁ ବରଂ ଅନେକ ନିର୍ଯାତନାର ଶିକାର ବି ହୁଅନ୍ତି । ଇଏ ଆଜି କି କାଲର କଥା ନୁହେଁ ବରଂ ବର୍ଷବର୍ଷର କଥା...ବାରମ୍ବାର ନିର୍ବାଚନ ଜିତିଛନ୍ତି ନବୀନ...ଦେଇଛନ୍ତି ଅନେକ ପ୍ରତିଶ୍ରୁତି । ହେଲେ ଆଜିର ଦିନରେ ପ୍ରତିଶ୍ରୁତି କେମିତି ପ୍ରତାରଣା ପାଲଟିଛି ତାହା ଆପଣମାନେ ଜାଣନ୍ତି । 

ଭୋଟ୍ ଆସିଲେ ପ୍ରତିଶ୍ରୁତିର ଭଣ୍ଡାର ଖୋଲି ଦିଅନ୍ତି ନବୀନ । ଭୋଟ୍‌ରେ ବିଜୟ ବି ହେଉଛନ୍ତି । କିନ୍ତୁ ସ୍ଥିତିରେ ଆସୁନି ସୁଧାର...କାରଣ ଖୋଦ ସୁପ୍ରିମୋଙ୍କ ନିର୍ବାଚନମଣ୍ଡଳିରେ ଏବେ ଗଣ୍ଡାଗଣ୍ଡା ଦାଦନ ।  ତଥ୍ୟ କହୁଛି, ହିଞ୍ଜିଳି ବ୍ଲକ ବୁରୁପଡ଼ା ପଞ୍ଚାୟତ । ଏହି ଗୋଟିଏ ପଞ୍ଚାୟତରୁ ହିଁ ୨ ଶହରୁ ଅଧିକ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଛନ୍ତି । କାହା ଘର ପୁରୁଷ ଶୂନ୍ୟ ତ ଆଉ କାହା ଘରେ ତାଟି କବାଟ ପଡ଼ିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୦୦ରୁ ଆଜି ଯାଏଁ, ୨୪ ବର୍ଷ ଧରି ଦାଦନ ପ୍ରବଣ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନମଣ୍ଡଳୀର କ୍ରମାଗତ ପ୍ରତିନିଧିତ୍ୱ କରିଆସୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏବେ ଉତ୍କଟ ଦାଦନ ଦହନରେ ଜଡ଼ସଡ଼ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିକୁ ନବୀନ ପୁଣି ବାଛିଛନ୍ତି ପ୍ରତିନିଧିତ୍ୱ ପାଇଁ । ତେବେ ସମୟ କହିବ କଣ୍ଟାବାଞ୍ଜି ଦାଦନ ମୁକ୍ତ ହେଉଛି ନା ଦାଦନ ଯୁକ୍ତ ହୋଇ ରହୁଛି ।


 

Sponsored
କଣ୍ଟାବାଞ୍ଜିରୁ ନବୀନ ଜିତିଲେ ବଦଳିବ କି ଦାଦନର ଭୂଗୋଳ ? | Argus News