Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଣ୍ଟାବାଞ୍ଜି ଗଲେ ନବୀନ, କିନ୍ତୁ ଦେଲେନି ଲୋକଙ୍କ ପ୍ରଶ୍ନର ଉତ୍ତର

Manini Pattanayak
Browse all articles by Manini Pattanayak
·2 years ago·1 min read
କଣ୍ଟାବାଞ୍ଜି ଗଲେ ନବୀନ, କିନ୍ତୁ ଦେଲେନି ଲୋକଙ୍କ ପ୍ରଶ୍ନର ଉତ୍ତର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ଗ୍ରହଣ କଲେନି ମୁଖ୍ୟମନ୍ତ୍ରୀ । କଣ୍ଟାବାଞ୍ଜି ଗଲେ ନବୀନ, କିନ୍ତୁ ଦେଲେନି ଲୋକଙ୍କ ପ୍ରଶ୍ନର ଉତ୍ତର । ଲୋକଙ୍କ ସହ ନାହିଁ କୌଣସି କନେକ୍ସନ, କାଗଜ ଦେଖି ଏକପାଖିଆ କହି ପଳାଇଗଲେ ବିଜେଡି ସୁପ୍ରିମୋ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ମିଳିଲାନି ସୁଯୋଗ, କଣ୍ଟାବାଞ୍ଜିବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ । କଣ୍ଟାବାଞ୍ଜି ଆସନରୁ ନିର୍ବାଚନ ଲଢୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଶନିବାର ଏମିତି ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ। ମୋଦି ଆହ୍ବାନ ଦେବାର 24 ଘଣ୍ଟା ଭିତରେ କଣ୍ଟାବାଞ୍ଜି ଗସ୍ତରେ ଗଲେ ନବୀନ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ଗ୍ରହଣ କଲେନାହିଁ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ଦଶଟି ଗାଁର ନାଁ କହିବା ତ ଦୂରର କଥା, କାଗଜ ନ ଦେଖି ପଦୁଟିଏ ବି କହିଲେନି। 

ଲୋକଙ୍କ ସହ ନାହିଁ ନବୀନଙ୍କର କୌଣସି କନେକ୍ସନ। ସାଧାରଣ ଜନତା ତ ଦୂରର କଥା ନିଜ ଦଳର ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କଠାରୁ ବି ଦୂରରେ ମୁଖ୍ୟମନ୍ତ୍ରୀ। ଆଉ ନିର୍ବାଚନ ପ୍ରଚାର ବେଳେ ବି ଲୋକଙ୍କ ସହ କୌଣସି ଭାବ ବିନିମୟ କରନ୍ତି ନାହିଁ ନବୀନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଓ ପ୍ରଶ୍ନ କରିବାର ସୁଯୋଗ ପାଆନ୍ତି ନାହିଁ କେହି ଜଣେ ବି ଲୋକ। କଣ୍ଟାବାଞ୍ଜିରେ ମଧ୍ୟ ନବୀନଙ୍କୁ ପ୍ରଶ୍ନ ପଚାରିବାକୁ କାହାରିକୁ ମିଳିଲାନାହିଁ ସୁଯୋଗ। ଯାହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ।  ସମସ୍ତ ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା। କିନ୍ତୁ 24 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ଯୋଗୁଁ ସବୁ କ୍ଷେତ୍ରରେ ପଛରେ ଓଡ଼ିଶା। ଏଥିପାଇଁ ଦାୟୀ ଲୋକ ଓ ଲୋକଙ୍କ ସମସ୍ୟାଠାରୁ ଢେର ଦୂରରେ ନବୀନ। ଅଣଓଡ଼ିଆ ଗୁମାସ୍ତାଙ୍କ ରିମୋଟ ଦ୍ବାରା ପରିଚାଳିତ ମୁଖ୍ୟମନ୍ତ୍ରୀ। ଏଥିପାଇଁ ତ ଏଥିପାଇଁ ତ ବାଜା ବଜାଇ ନବୀନଙ୍କୁ ବିଦା କରିବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen went to Kantbanji, but did not answer people's questions | Argus News