Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେଡି ବିଧାୟକଙ୍କ ଉପରେ ନାହିଁ କି ନବୀନଙ୍କ ବିଶ୍ଵାସ, ପଚାରିଲେ- 'ତୁମେ ବିଜେପି ସହ ଅଛ କି ?'

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବିଜେଡି ବିଧାୟକଙ୍କ ଉପରେ ନାହିଁ କି ନବୀନଙ୍କ ବିଶ୍ଵାସ, ପଚାରିଲେ- 'ତୁମେ ବିଜେପି ସହ ଅଛ କି ?'

Key Points

ବିଧାନସଭାକୁ ପ୍ରବେଶ କରୁ କରୁ ରାଗିଲେ ନବୀନ । ଚମ୍ପୁଆ ବିଧାୟକଙ୍କୁ କଲେ ତାଗିଦ୍ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଭୁବନେଶ୍ଵର: ବିଧାନସଭାକୁ ପ୍ରବେଶ କରୁ କରୁ ରାଗିଲେ ନବୀନ । ଚମ୍ପୁଆ ବିଧାୟକଙ୍କୁ କଲେ ତାଗିଦ୍ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହକୁ ପ୍ରବେଶ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟ ବିଜେଡି ବିଧାୟକ ଓ ଗଣମାଧ୍ୟମ ଆଗରେ ନବୀନ ଖୋଲାଖୋଲି ମୁହଁ ଖୋଲି ତାଗିଦ୍ କରିଛନ୍ତି ।


ଆଜିଠୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଗୃହରେ ପହଞ୍ଚୁଥିଲେ ନବୀନ । ତାଙ୍କୁ ସ୍ଵାଗତ ପାଇଁ ବିଜେଡି ବିଧାୟକ ଛିଡ଼ା ହୋଇଥିଲେ । ଆଉ କାରରୁ ଓହ୍ଲାଇବାର ଠିକ୍ ପରେ ହିଁ ନବୀନ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ପ୍ରଶ୍ନ କରିଥିଲେ । ରାଗି କରି ନବୀନ ପଚାରିଥିଲେ କାହିଁକି ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ ଆସି ନଥିଲ ? ତେବେ ଅସୁସ୍ଥତା ହେତୁ ଆସି ନଥିବା କହିଥିଲେ ସନାତନ ମହାକୁଡ଼ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ସନାଙ୍କ ଅସୁସ୍ଥତା ଉତ୍ତରରେ ନବୀନ ସନ୍ତୁଷ୍ଟ ହୋଇ ନଥିଲେ । ନବୀନ କହିଥିଲେ, ତୁମେ ବିଜେପି ଆଡ଼କୁ ଯାଉଛ କି ? ନବୀନଙ୍କ ଏହି ପ୍ରଶ୍ନ ତାଙ୍କ ଦଳ ବିଜେଡି ଓ ବିଜେଡି ବିଧାୟକଙ୍କ ଉପରେ ତାଙ୍କର ବିଶ୍ଵାସ ଓ ଭରସା ନଥିବା ସ୍ପଷ୍ଟ କରୁଛି । ଏପରିକି ଦଳରେ ନବୀନଙ୍କୁ କେହି ମାନୁ ନଥିବା ମଧ୍ୟ ସୂଚାଉଛି ।


ସେପଟେ ଗତକାଲି ଖୋର୍ଦ୍ଧାରେ ମଧ୍ୟ ୨୦ରୁ ଅଧିକ ବିଜେଡି ନେତା ଏକାଠି ହୋଇଥିଲେ । ଗୋଟିଏ ପରେ ଗୋଟିଏ ଜାଗାରେ ଦଳର ନେତା ମେଳି ବାନ୍ଧୁଥିବା ବେଳେ ବିଜେଡିର ଅବସ୍ଥା ଆଗକୁ କଣ ହେବ । ଦଳ ରହିବ ନା ଜଣଙ୍କ ପରେ ଜଣେ ନେତା ବିଜେପିକୁ ଲମ୍ଫ ମାରିବେ । ୟାକୁ ନେଇ ଏବେ ବିଜେଡି ସଭାପତି ନବୀନ ଚିନ୍ତିତ ହୋଇ ପଡ଼ୁଥିବା ଜଣାପଡ଼ିଛି ।

Sponsored
Naveen What Said To Champua MLA Sana Mahakud On BJP Link | Argus News