Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଭୁବନେଶ୍ୱର ଆସିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ

Smruti Parija
Browse all articles by Smruti Parija
·10 months ago·1 min read
ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଭୁବନେଶ୍ୱର ଆସିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ

Key Points

ନବୀନ ନିବାସରେ ପହଞ୍ଚିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ
ହସ୍ପିଟାଲରୁ ନବୀନ ପଟ୍ଟନାୟକ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି

ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ଭୁବନେଶ୍ୱର ଆସିଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ

ନବୀନ ନିବାସରେ ପହଞ୍ଚିଲେ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ହସ୍ପିଟାଲରୁ ନବୀନ ପଟ୍ଟନାୟକ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ଭୁବନେଶ୍ୱର ଆସିଛନ୍ତି ତାଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ । ଡିହାଇଡ୍ରେସନ୍ ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ନବୀନ । କିଛି ଦିନ ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି ।


ସେପଟେ ନବୀନଙ୍କ ଅସୁସ୍ଥତା ପରେ ରାଜ୍ୟ ରାଜନୀତି ସରଗରମ ହୋଇପଡିଛି । ଅସୁସ୍ଥ ନବୀନଙ୍କୁ ଭେଡିବାକୁ ଯାଇ ପାଣ୍ଡିଆନଙ୍କ ଧମକ ଶୁଣିଲେ ବିଜେଡି ନେତା । ତାପରେ ପାଣ୍ଡିଆନଙ୍କ କଥାରେ ମୋହର ମାରିଲେ ଦଳର ସାଧାରଣ ସମ୍ପାଦକ ମନ୍ମଥ ରାଉତରାୟ । କହିଲେ ଗହଳି କରୁଥିବାରୁ ଶୃଙ୍ଖଳା ରଖିବା ପାଇଁ କରିଥିଲେ ତାଗିଦ । ସେପଟେ ବରିଷ୍ଠ ନେତାଙ୍କ ଅଭିଯୋଗ, ଠିକ ସେ ଦିଆଯାଉନି ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଅପଡେଟ୍‌ । ସୁଜାତା କାର୍ତ୍ତିକେୟନଙ୍କୁ ପ୍ରଶ୍ନ କରି ଅସନ୍ତୋଷ ଜାହିର କଲେ ରାଜା ସ୍ୱାଇଁ । ବରିଷ୍ଠ ନେତାଙ୍କୁ ପାଣ୍ଡିଆନଙ୍କ ଏଭଳି ତାଗିଦ ଓ ସସପେଣ୍ଡ ଧମକ ପରେ ବିଜେଡିରେ ବଡ଼ ହଲଚଲ ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
naveens-elder-brother-prem-patnaik-arrives-in-bhubaneswar-argus-news | Argus News