Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାର୍ଡ ରିପୋର୍ଟ ଖୋଲିଲା ନବୀନଙ୍କ ଚାଷୀ ପ୍ରୀତିର ଗୁମର

Rashmita Mishra
Browse all articles by Rashmita Mishra
·1 year ago·2 min read
ନାବାର୍ଡ ରିପୋର୍ଟ ଖୋଲିଲା ନବୀନଙ୍କ ଚାଷୀ ପ୍ରୀତିର ଗୁମର

Key Points

  •  ଓଡ଼ିଆ ଚାଷୀଙ୍କ ଆୟ ବୃଦ୍ଧିରେ ବାଧକ ସାଜିଥିଲା ବିଜେଡି ସରକାର
  • ନାବାର୍ଡ ରିପୋର୍ଟ ଖୋଲିଲା ନବୀନଙ୍କ ଚାଷୀ ପ୍ରୀତିର ଗୁମର
  • ତଳ ଆଡୁ ଦୁଇ ନମ୍ବରରେ ଓଡ଼ିଶା ଚାଷୀଙ୍କ ମାସିକ ଆୟ
  •  ଜଳସେଚନ ବିଫଳତା, ଦୁର୍ବଳ ବଜାର ବ୍ୟବସ୍ଥା କମ ଆୟର ପ୍ରମୁଖ କାରଣ
  • ଚାଷୀଙ୍କ ରୋଜଗାର ବଢ଼ାଇବା ଏବେର ବିଜେପି ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ
  • ନୂଆ ନୀତି ସହ ଭିତ୍ତିଭୂମି ଉନ୍ନତିରେ ସରକାରଙ୍କ ଅଭିଯାନ ଦେଇଛି ନୂଆ ଆଶା

 ଅର୍ଗସ ବ୍ୟୁରୋ: ନାବାର୍ଡ଼ ପକ୍ଷରୁ ପ୍ରକାଶିତ ସର୍ବଭାରତୀୟ ଗ୍ରାମାଞ୍ଚଳ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ଭେ ୨୦୨୧-୨୨ ରିପୋର୍ଟର ଏ ତଥ୍ୟ ଓଡ଼ିଶା ପାଇଁ ଯେତିକି ଚିନ୍ତାଜନକ 24 ବର୍ଷ ଧରି ବିକାଶର ମିଛ ପ୍ରଚାର କରିଥିବା ବିଜେଡି ପାଇଁ ସେତିକି ଲଜ୍ଜାଜନକ। ଚାଷୀଙ୍କ ଆୟ କ୍ଷେତ୍ରରେ ଜାତୀୟ ହାରଠୁ ବହୁ ପଛରେ ଓଡ଼ିଶା । ରାଜ୍ୟର ଚାଷୀଙ୍କ ଆୟ ମାସିକ ୧୦ ହଜାରରୁ ବି କମ୍ । କୃଷକ ପରିବାରଗୁଡ଼ିକର ଜାତୀୟ ହାରାହାରି ଆୟ ୧୩,୬୬୧ ଟଙ୍କା । କିନ୍ତୁ ଆମ ଓଡ଼ିଶାରେ ୯୨୯୦ ଟଙ୍କା ରହିଛି ଚାଷୀଙ୍କ ମାସିକ ଆୟ । ଦେଶରେ ଚାଷୀ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଗତ ୫ ବର୍ଷ ଭିତରେ ୫୩ ପ୍ରତିଶତ ବଢ଼ିଛି । କିନ୍ତୁ ଦୁର୍ଦ୍ଦିନରେ ବଞ୍ଚୁଛନ୍ତି ଆମ ରାଜ୍ୟର ଚାଷୀ। ଏଥିପାଇଁ ବିଜେଡି ସରକାରର କୃଷି ନୀତିକୁ ଦାୟୀ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। 

 ଓଡ଼ିଶାରେ ଚାଷୀଙ୍କ ଆୟ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ। ଫଳ ଓ ପରିବା ଉତ୍ପାଦନ ବଢାଇବା ପ୍ରତି ଧ୍ୟାନ ଦେବାକୁ ହେବ । କୋରାପୁଟ କଫି, ମାଣ୍ଡିଆ ଭଳି ଖାଦ୍ୟ ଶସ୍ୟର 
ବଜାର ମୂଲ୍ୟ ବୃଦ୍ଧି ପାଇଁ ପ୍ରାଇଭେଟ୍ ସେକ୍ଟରର ସାହାଯ୍ୟ ନେବାକୁ ପଡିବ । ସେହିପରି ରାଜ୍ୟର ମୋଟ ଚାଷ ଜମିର ଏକ ତୃତୀୟାଂଶ ଅର୍ଥାତ ପ୍ରାୟ 16 ଲକ୍ଷ ହେକ୍ଟର ଜମି ଖାଲି ପଡିଛି। ଏଥିରେ କେମିତି ଚାଷ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ । କୃଷି ଉତ୍ପାଦନ ବଢ଼ାଇବାକୁ ଆନ୍ଧ୍ର ମଡେଲର ଅନୁକରଣ କରିବାକୁ ବି ପରାମର୍ଶ ଦିଆଯାଇଛି। 

ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶା ପାଇଁ ଦାୟୀ 24 ବର୍ଷ ଧରି ଶାସନ କରିଥିବା ବିଜେଡି ସରକାରର ଉଦାସୀନତା, ଅପାରଗତା ଓ ବିଫଳତା। ଏବେ ବି 35 ପ୍ରତିଶତ ଚାଷ ଜମିକୁ ବି ହୋଇପାରିନାହିଁ ଜଳସେଚନ ସୁବିଧା। ରାଜ୍ୟରେ ଭୌଗଳିକ ସ୍ଥିତି ଅନୁଯାୟୀ ଫସଲ ଉତ୍ପାଦନ ଲାଗି ପ୍ରୋତ୍ସାହନର ଅଭାବ, ଦୁର୍ବଳ ବଜାର ବ୍ୟବସ୍ଥା କାରଣରୁ ଓଡ଼ିଆ ଚାଷୀଙ୍କ ଆୟର ଅଧା ଟଙ୍କା ଯାଉଛି ମିଡିଲ୍ ମ୍ୟାନଙ୍କ ପକେଟକୁ। ଗୁଜୁରାଟ ଭଳି ରାଜ୍ୟରେ ସୁଦୃଢ଼ ବଜାର ବ୍ୟବସ୍ଥା ଓ ସ୍ଥିର ନୀତି ହିଁ ଚାଷୀଙ୍କ ଆୟ ବଢାଇବ । ତେବେ ବିଜେପି ସରକାର ଧାନର ମୂଲ୍ୟ ୩୧୦୦ ଟଙ୍କା କରିବା ସହ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପାଦନ ଲାଗି ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ ଯୋଜନା ଆଣିବା ପରେ ଆଗକୁ ଚାଷୀଙ୍କ ଆୟ ବଢିବା ନେଇ ଆକଳନ କରାଯାଉଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored