Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ IT ମନ୍ତ୍ରୀ ଥିଲେ ତୁଷାରକାନ୍ତି, ସାଇବର ଠକଙ୍କୁ ଚିହ୍ନି ପାରିଲେନି !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନବୀନଙ୍କ IT ମନ୍ତ୍ରୀ ଥିଲେ ତୁଷାରକାନ୍ତି, ସାଇବର ଠକଙ୍କୁ ଚିହ୍ନି ପାରିଲେନି !

ବିଜେଡି ବିଧାୟକଙ୍କୁ ଚୁନ ଲଗାଇଲେ ସାଇବର ଠକ ! ଆକାଉଣ୍ଚରୁ ଖାଲି କରିଦେଲେ ୧ କୋଟି ୪୦ ଲକ୍ଷ । ଭଲ ରିଟର୍ଣ୍ଣର ଲୋଭ ଦେଖାଇ ପର୍ଯ୍ୟାୟ କ୍ରମେ ବିଜେଡି ବିଧାୟକ ତୁଷାର କାନ୍ତିଙ୍କୁ ଲୁଟିଲେ । ୭ ଜଣ ସାଇବର ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ସାଇବର ଥାନା । ସେପଟେ ଡିମାଟ ଆକାଉଣ୍ଟରେ ତୁଷାର କାନ୍ତିଙ୍କ ୧ କୋଟି ୪୦ ଲକ୍ଷ ଟଙ୍କା ନେଇ ଉଠିଛି ବଡ ପ୍ରଶ୍ନ।

କର୍ଣ୍ଣାଟକ ଏବଂ ତାମିଲନାଡୁରୁ ୭ ସାଇବର ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ସାଇବର ଥାନା । ଗିରଫ ଅଭିଯୁକ୍ତ ମାନେ ହେଲେ ଜ୍ୟୋତି ରାଜୁ, ସି ରାଜୁ, ଇସ୍ମାଇଲ ରାହାଇଦ, ବାସୀମ, ଏସ ପଟାରାଜା, ଜେଗାଥିସ ରାଧାକୃଷ୍ଣନ ଏବଂ ଇ ସଖିକୁମାରାରଭଲ। ଅନଲାଇନ ଟ୍ରେଡିଂ ଆପ୍‌ରେ ଟଙ୍କା ନିବେଶ କଲେ ପ୍ରଚୁର ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ କରୁଥିଲେ ଠକେଇ । ବାରମ୍ବାର ଫୋନ କଲ୍‌ରେ କ୍ଲାଏଣ୍ଟଙ୍କର କରୁଥିଲେ ମାଇଣ୍ଡ ୱାସ୍ । ଏମାନଙ୍କ ନିକଟରୁ ମୋବାଇଲ ଫୋନ, ସିମକାର୍ଡ, ହ୍ଵାଟ୍ସଆପ ଚାର୍ଟ ସ୍କ୍ରିନସଟ, ଆଧାରକାର୍ଡ, ପାନ କାର୍ଡ, ବ୍ୟାଙ୍କ ପାସବୁକ, ଚେକବୁକ ଏବଂ ଡେବିଟ କାର୍ଡ ଆଦି ଜବତ କରିବା ସହ ବ୍ୟାଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ । ଏହାସହ ନଗଦ ୪ ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ସାଇବର ଥାନା ।

ଗତ ଜାନୁଆରୀ ୧୩ରେ ଠକେଇର ଶିକାର ହୋଇଥିବା ବିଧାୟକ ତୁଷାରକାନ୍ତି ଏନେଇ ପୋଲିସ ଡିଜିଙ୍କ ନିକଟରେ ଫେରାଦ ହେବା ପରେ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଯୋଗ ଅନୁଯାୟୀ, ସାଇବର ଠକ ଗୋଷ୍ଠୀ ତାଙ୍କୁ ଆଇପିଓ, ସେୟାର୍‌ ଓ ଓଟିସିରେ ନିବେଶ କଲେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଇଥିଲେ । ୨୦୨୪ ନଭେମ୍ବର ୧୩ରୁ ୨୦୨୫ ଜାନୁଆରି ୧ ଯାଏଁ ବିଭିନ୍ନ ପର୍ଯ୍ୟାୟରେ ୧ କୋଟି ୪୦ ଲକ୍ଷ ଟଙ୍କା ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ ତୁଷାରକାନ୍ତି ।

ତେବେ ଏନେଇ ତୁଷାରକାନ୍ତିଙ୍କୁ ପଚାରିବାରୁ ପ୍ରଶ୍ନ ଏଡ଼ାଇଯାଇଥିଲେ । ତାଙ୍କ ନାମରେ ଥିବା ଟ୍ରେଡିଂ ଆକାଉଣ୍ଟକୁ ତାଙ୍କର ଜଣେ ବନ୍ଧୁ ବ୍ୟବହାର କରନ୍ତି ବୋଲି କହିଥିଲେ ।

୧୦ ମାସ ପୂର୍ବରୁ ବିଜେଡି ବିଧାୟକ ତୁଷାରିକାନ୍ତି ବେହେରା ନିର୍ବାଚନ କମିଶସନକୁ ଦେଇଥିବା ସତ୍ୟପାଠରେ Movable Property ବାବଦରେ ଦେଇଛନ୍ତି ୫୧ ଲକ୍ଷ ଟଙ୍କା ସମ୍ପତ୍ତିର ହିସାବ। ନିଜ ପତ୍ନୀଙ୍କର ୨୯ ଲକ୍ଷ ସମେତ ମୋଟ 80 ଲକ୍ଷ ଟଙ୍କାର ହିସାବ । ଜମି ବାବଦକୁ ୧୬ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କା ବିଜୁ ଜନତା ଦଳରୁ ଆଡଭାନ୍ସ ନେଇଛନ୍ତି ବୋଲି ନିର୍ବାଚନ କମିଶନଙ୍କ ନିକଟରେ ସତ୍ୟପାଠ ଯୋଗେ ଦେଇଥିଲେ ହିସାବ। ତେବେ ସମସ୍ତ ସମ୍ପତି ମିଶିଲେ ୧ କୋଟି ୨୬ ଲକ୍ଷ ଟଙ୍କା ହେଉଥିବା ବେଳେ ତାଙ୍କ ଡିମାଟ ଆକାଉଣ୍ଟରେ ୧ କୋଟି ୪୦ ଲକ୍ଷ ନେଇ ଉଠିଛି ବଡ଼ ପ୍ରଶ୍ନ। ବେଆଇନ ସମ୍ପତି ଠୁଳ କରିଛନ୍ତି କି ପୁର୍ବତନ ମନ୍ତ୍ରୀ ? ୟାକୁ ନେଇ ଏବେ ସନ୍ଦେହ ଉପୁଜିଛି ।

ବାରମ୍ବାର ପୋଲିସର ସଚେତନତା ସତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ୁଛନ୍ତି ଲୋକେ । ତେବେ ଏଥିରୁ ବାଦ୍ ପଡ଼ିନାହାନ୍ତି ବିଧାୟକ । ବିଶେଷ କରି ଶିକ୍ଷିତ ବ୍ୟକ୍ତିମାନେ ସାଇବର ଠକେଇର ଶିକାର ହେଉଛନ୍ତି । ଲୋକମାନେ ନିଜେ ସଚେତନ ହେଲେ ସାଇବର ଠକେଇରୁ ବଞ୍ଚିପାରିବେ ବୋଲି କହିଛି କ୍ରାଇମବ୍ରାଞ୍ଚ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Naveen's IT Minister was a cold-blooded person, unable to recognize cyber fraud | Argus News