Videos
|
Odisha

ନବୀନଙ୍କ ଟିକେଟ ସୃଷ୍ଟି କରୁଛି କର୍ମୀଙ୍କ ମଧ୍ୟରେ ଫାଟ

Manini Pattanayak
Browse all articles by Manini Pattanayak
·2 years ago·2 min read
ନବୀନଙ୍କ ଟିକେଟ ସୃଷ୍ଟି କରୁଛି କର୍ମୀଙ୍କ ମଧ୍ୟରେ ଫାଟ

 ନୂଆପଡା: ବିଜେଡିକୁ ଖାଇବ କି ଗୋଷ୍ଠୀ କନ୍ଦଳ?  ଏହା ଆମେ କହୁନୁ କହୁଛି  ବିଜେଡିର  ଭିନ୍ନ୍ ଭିନ୍ନ ପ୍ରେସ ମିଟ୍‌। ଏ ଚିତ୍ର ସ୍ପଷ୍ଟ ବୟାନ କରୁଛି  ବିଜେଡି କର୍ମୀଙ୍କ ମଧ୍ୟରେ ତିକ୍ତତା  ବଢିବାରେ ଲାଗିଛି।  ଯାହା  ପଦାରେ ପଡି ଦାଣ୍ଡ ରେ ଗଡିଲାଣି। ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ  ବିଜେଡି କର୍ମୀଙ୍କ ଚାଲିଛି ଅଲଗା ଅଲଗା ପ୍ରେସମିଟ।   ବିଜେଡି ଦଳ ପକ୍ଷରୁ କର୍ମୀ ଭାଗ ଭାଗ ହୋଇ ଏବେ ପ୍ରେସମିଟ ଉପରେ ପ୍ରେସମିଟ କରୁଛନ୍ତି l ଦଳ ପକ୍ଷରୁ 20 ତାରିଖ ରୁ ୩ ଟି ପ୍ରେସ ମିଟ ହେଇସାରିଲାଣି l ଭାଗ ଭାଗ ହୋଇ  ପ୍ରେସ ମିଟ୍‌ କରି ନେତୃତ୍ୱ ନେଉଥିବା ନେତାଙ୍କୁ ଟିକେଟ ଦାବି କରୁଛନ୍ତି।  ଟିକେଟ ନ ଦେଲେ ହେଲେ ଇସ୍ତଫା ଦେବାକୁ ଚେତାବନୀ ଦିଆଯାଉଛି।   ତ କେତେବେଳେ ବିଜେଡି ସୁପ୍ରିମୋଙ୍କ ଟିକେଟ ନିଷ୍ପତିକୁ ସମର୍ଥନ କରିବା ନେଇ ଚାଲିଛି ପ୍ରେସମିଟ l 

ଏହି ସବୁ ପ୍ରେସ ମିଟ ର ଦୃଶ୍ୟ ଉପରେ ନଜର ପକାନ୍ତୁ l  ସିନାପାଲି, ଖଡ଼ିଆଳ, ବୋଡେ଼ନ ଠାରେ ହୋଇ ଥିବା ବିଜେଡି କର୍ମୀ ଙ୍କ ପ୍ରେସମିଟରେ ଏମାନଙ୍କ ଗୋଟିଏ ଦାବି ଅଞ୍ଚଳ ରେ 15 ବର୍ଷ ଧରି ବିଜେଡିକୁ ମଜବୁତ କରି ସଙ୍ଗଠନ ଚଳାଇ ଆସୁଥିବା ଲମ୍ବୋଦର ନିଆଲ ଙ୍କୁ ଏଥର ପୁଣି ଟିକେଟ ଦିଆଯାଉ l ନ ହେଲେ ବିଜେଡି ଦଳରୁ ଇସ୍ତଫା ଦେବୁ ବୋଲି ଚେତାବନୀ ଦେଇ ଚାଲିଛି ଘନ ଘନ ପ୍ରେସମିଟ l ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଏପରି ବିଜେଡି କର୍ମୀ ଙ୍କ ଘନଘନ ପ୍ରେସ ମିଟ ରେ ଅନ୍ତଃ କଳି କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଲାଣି l ଲଗାତାର 3 ଥର ବିଜେଡି ଦଳ ଏଠି ପରାଜୟ ହୋଇଥିବା ବେଳେ ଏଥର ବି କିଛି କହି ହେବନି ବୋଲି ଏବେ ଗାଁରେ ଗାଁରେ ଚର୍ଚ୍ଚା l  ଏପରି ସ୍ଥିତିରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡି ସଂଗଠନ ଫାଲ ଫାଳ ହେଉଥିବା ବେଳେ ବିଜେଡି ର ଭିତରିଆ କଳି ପଦା ରେ ପଡ଼ି ଦାଣ୍ଡ ରେ ଗଡୁଛି । ଲଗାତାର 3 ଥର ଖଡ଼ିଆଳ ରେ ବିଜେଡି ହାରିବା ପରେ ପୁଣି ବିଜେଡି କୁ ହାରିବାର ଭୟ l କାହାକୁ ଦେବ ଟିକେଟ ଆଉ କେମିତି କର୍ମୀ ଙ୍କୁ ମନଇବେ ବିଜେଡି ସୁପ୍ରିମୋ l  କର୍ମୀଙ୍କ ମଧ୍ୟରେ ଅନ୍ତଃକଳିକୁ ଖୋରାକ ଯୋଗାଉଛି ଟିକେଟ୍‌ ବଣ୍ଟନ । 
 ଅଧିକ ଦେଖନ୍ତୁ: 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Naveen's ticket is creating a rift among bjd workers | Argus News