|
logo
Live
Argus News App
GET APP

Argus News - ନବରାତ୍ରି ଓ ଗର୍‌ବା: ନୃତ୍ୟ ମାଧ୍ୟମରେ ମନସିକ ସ୍ୱାସ୍ଥ୍ୟ ଓ ଆନନ୍ଦର ଯାତ୍ରା

Odisha

Festival Culture / ନବରାତ୍ରି ଓ ଗର୍‌ବା: ନୃତ୍ୟ ମାଧ୍ୟମରେ ମନସିକ ସ୍ୱାସ୍ଥ୍ୟ ଓ ଆନନ୍ଦର ଯାତ୍ରା

Sudeshna Mishra
Browse all articles by Sudeshna Mishra
·6 months ago·2 min read
ନବରାତ୍ରି ଓ ଗର୍‌ବା: ନୃତ୍ୟ ମାଧ୍ୟମରେ ମନସିକ ସ୍ୱାସ୍ଥ୍ୟ ଓ ଆନନ୍ଦର ଯାତ୍ରା

Key Points

ନବରାତ୍ରି ବର୍ଷର ସବୁଠାରୁ ଉଜ୍ଜ୍ୱଳ ଓ ଉତ୍ସବମୟ ସମୟ ମାନଙ୍କ ମଧ୍ୟରୁ ଗୋଟିଏ, ସଙ୍ଗୀତ, ରଙ୍ଗରେ ପରିପୂର୍ଣ୍ଣ

ଅନେକଙ୍କ ପାଇଁ, ଏହି ନଅଟି ରାତିର ପ୍ରଧାନ ଆକର୍ଷଣ ହେଉଛି ଗର୍‌ବା

ଆଜିର ଚାପଗ୍ରସ୍ତ ଜୀବନରେ ଅତ୍ୟନ୍ତ ଜରୁରୀ, ଗରବା

ଏହା କେବଳ ନୃତ୍ୟ କିମ୍ବା ଉତ୍ସବ ନୁହେଁ, ବରଂ ଚାପ ମୁକ୍ତ କରିବା ଓ ନିଜକୁ ସକାରାତ୍ମକ ମନୋଭାବରେ ରଖିବାର ଉପାୟ, ଯାହା କୁହନ୍ତି,ବିଶେଷଜ୍ଞ

ନବରାତ୍ରି ବର୍ଷର ସବୁଠାରୁ ଉଜ୍ଜ୍ୱଳ ଓ ଉତ୍ସବମୟ ସମୟ ମାନଙ୍କ ମଧ୍ୟରୁ ଗୋଟିଏ। ସଙ୍ଗୀତ, ରଙ୍ଗ ଓ ହାସ୍ୟରେ ପରିପୂର୍ଣ୍ଣ। ଅନେକଙ୍କ ପାଇଁ, ଏହି ନଅଟି ରାତିର ପ୍ରଧାନ ଆକର୍ଷଣ ହେଉଛି ଗର୍‌ବା। ଏକ ନୃତ୍ୟ ଯାହା ସମସ୍ତଙ୍କୁ ଏକାସାଥିରେ ଆଣି, ଭକ୍ତି ଓ ଆନନ୍ଦ ପ୍ରଦାନ କରେ। ଆଜିର ଚାପଗ୍ରସ୍ତ ଜୀବନରେ ଅତ୍ୟନ୍ତ ଜରୁରୀ, ଗରବା। ଏହା କେବଳ ନୃତ୍ୟ କିମ୍ବା ଉତ୍ସବ ନୁହେଁ, ବରଂ ଚାପ ମୁକ୍ତ କରିବା, ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବା ଓ ନିଜକୁ ସକାରାତ୍ମକ ମନୋଭାବରେ ରଖିବାର ଉପାୟ, ଯାହା କୁହନ୍ତି,ବିଶେଷଜ୍ଞ।

ଯେତେବେଳେ ଲୋକମାନେ ଗର୍‌ବାରେ ନାଚନ୍ତି, ସେମାନଙ୍କ ଦେହରେ (ହାପି ହର୍ମୋନ୍) ବୃଦ୍ଧି ପାଏ, ଯାହା ଖୁସିର ଅନୁଭବ ଦେଇଥାଏ। ପ୍ରତିଦିନର ଜୀବନରୁ ମୁକ୍ତି ମିଳେ, ଶାରୀରିକ ସ୍ୱାସ୍ଥ୍ୟ ସହିତ ମନର ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସେ। ସେଥିପାଇଁ, ନବରାତ୍ରିରେ ଗର୍‌ବା କେବଳ ଆନନ୍ଦର ପ୍ରତୀକ ନୁହେଁ, ଏହା ମନକୁ ସୁସ୍ଥ ଓ ଖୁସି ରଖିବାର ଏକ ପ୍ରାକୃତିକ ଉପାୟ। ବିଶେଷଜ୍ଞମାନଙ୍କ କହିବା କଥା, ଗର୍‌ବା ନବରାତ୍ରିକୁ ‘ଥେରାପିୟୁଟିକ୍’ କରିଦିଏ।

ନୃତ୍ୟ ମାଧ୍ୟମରେ ଚାପ ହୁଏ ଦୂର

ଯେତେବେଳେ ଆପଣ ଗରବା ନାଚନ୍ତି ଓ ପାଦ ଚାଳନାରେ ଧ୍ୟାନ ଦିଅନ୍ତି, ସେତେବେଳେ ମନ ପ୍ରତିଦିନର ଚିନ୍ତାରୁ ଦୂରେଇଯାଏ। ଆଜିର ବ୍ୟସ୍ତବହୁଳ ଜୀବନରେ, ଏପରି ଏକ ଆନନ୍ଦମୟ ନୃତ୍ୟ, ଏକ ରିସେଟ୍ ବଟନ୍ ପରି କାମ କରେ, ମନକୁ ଶାନ୍ତ କରିବା ଓ ପୁନର୍ଜୀବନ ଦେବାରେ ବେଶ ସାହାଯ୍ୟ କରେ। ସେଥିପାଇଁ, ଗର୍‌ବାର ଗୋଟିଏ ରାତି ପରେ ଆପଣଙ୍କୁ ଶାରୀରିକ ଭାବେ କ୍ଲାନ୍ତ ଲାଗିପାରେ, କିନ୍ତୁ ମାନସିକ ଭାବରେ ସତେଜ ଅନୁଭବ କରିବେ।

ସମ୍ପର୍କର ଶକ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିର ଯୁଗରେ, ଅନେକ ଲୋକ ଅନ୍ୟମାନଙ୍କ ସାଙ୍ଗରେ ରହିଥିଲେ ମଧ୍ୟ ଏକାକୀ ଅନୁଭବ କରନ୍ତି। ଗରବା ଏକ ସୁରକ୍ଷିତ ସ୍ଥାନ ପ୍ରଦାନ କରେ, ଯାହା ମାଧ୍ୟମରେ ସମ୍ପର୍କ ସୃଷ୍ଟି ହୁଏ। ଗବେଷଣାରେ ପ୍ରକାଶ ପାଇଛି ଯେ, ସାମୁହିକ କାର୍ଯ୍ୟକଳାପ ଏକଲାପଣକୁ ଅନେକ ମାତ୍ରାରେ କମାଇଦିଏ, ତା ସହିତ ଆତ୍ମସମ୍ମାନ ବୃଦ୍ଧି କରେ।

ଅଭିବ୍ୟକ୍ତିରେ ଆତ୍ମବିଶ୍ୱାସ

ଗର୍‌ବାର ଆକର୍ଷଣ ରହିଛି, ଅପରିପୂର୍ଣ୍ଣରେ ପରିପୂର୍ଣ୍ଣତାର । ଏହି ପ୍ରକାରର ସ୍ୱୟଂ-ଅଭିବ୍ୟକ୍ତି ବା (self-expression) ଲୋକଙ୍କୁ ସୁବିଧାଜନକ ଅନୁଭବ କରାଏ, ଏବଂ ଏହି ଆତ୍ମବିଶ୍ୱାସ ପ୍ରାୟତଃ ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳେ।

ମନର ସ୍ୱାସ୍ଥ୍ୟ ପାଇଁ ଆନନ୍ଦମୟ ପଥ

ଗର୍‌ବା କେବଳ ଏକ ଶାରୀରିକ ବ୍ୟାୟାମ ନୁହେଁ। ଏହା ମନ ଓ ଭାବନାକୁ ଶକ୍ତି ଦିଏ “ଏହି ନବରାତ୍ରିରେ, ଗର୍‌ବାରେ ମନେରଖନ୍ତୁ, ଆପଣ କେବଳ ଏକ ଉତ୍ସବ ପାଳନ କରୁନାହାନ୍ତି, ଆପଣଙ୍କ ମନ ଓ ହୃଦୟକୁ ଏକ ଯୋଗ୍ୟ ଉପହାର ଦେଉଛନ୍ତି। ସ୍ୱାଧୀନଭାବେ ନାଚନ୍ତୁ, ସଙ୍ଗୀତକୁ ଆଲିଙ୍ଗନ କରନ୍ତୁ, ଦେଖିବେ ଗର୍‌ବାର ଖୁସି ସର୍ବାଧିକ ଆନନ୍ଦର ମାଧ୍ୟମ ହେବ।

Sponsored
Festival Culture: ନବରାତ୍ରି ଓ ଗର୍‌ବା: ନୃତ୍ୟ ମାଧ୍ୟମରେ ମନସିକ ସ୍ୱାସ୍ଥ୍ୟ ଓ ଆନନ୍ଦର ଯାତ୍ରା | Argus News