Videos
|
Odisha

ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଯୁଦ୍ଧଭୂମିର ଭ୍ରମ

Banajyotshna Ray
Browse all articles by Banajyotshna Ray
·1 year ago
ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଯୁଦ୍ଧଭୂମିର ଭ୍ରମ

ଅର୍ଗସ ବ୍ୟୁରୋ:  ଓଡିଶାର ପୁରୀ ଉପକୂଳରେ ପାଳନ ହେବ ନୌସେନା ଦିବସ। ପୁରୀ ବେଳାଭୂମିରେ ସୃଷ୍ଟି ହୋଇଛି ଯୁଦ୍ଧଭୂମିର ଭ୍ରମ। ଚାରିପଟେ ଯୁଦ୍ଧ ଟ୍ୟାଙ୍କ୍ ସମେତ ଯୁଦ୍ଧ ଜାହାଜ ଓ ନୌସେନା ଓ ଇଣ୍ଡିଆନ ଆର୍ମିର ଅଧିକାରୀଙ୍କ ଦଖଲରେ ପୁରୀ ବ୍ଲୁଫ୍ଲାଗ୍ ବେଳାଭୂମି। ଡିସେମ୍ବର 4ରେ ଅନୁଷ୍ଠିତ ନୌସେନା ଦିବସ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍।  ନୌସେନା ଦିବସ ଉପଲକ୍ଷେ ପୁରୀରେ ସୁରକ୍ଷା ଦୃଷ୍ଟିକୋଣରୁ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ନୌସେନା ଦିବସ ପାଇଁ ବେଳାଭୂମିରେ ଅଭ୍ୟାସ ସମୟରେ ସାଧାରଣ ପର୍ଯ୍ୟଟକଙ୍କୁ ଯାତାୟାତ ଉପରେ କଟକଣା ଲାଗୁ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l  ନୌସେନାର ଅନେକ ଯୁଦ୍ଧ ଜାହାଜ ସମେତ 4ଟି ଯୁଦ୍ଧ ଟ୍ୟାଙ୍କ୍ ପୁରୀ ସମୁଦ୍ରତଟରେ ଲାଗିଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Navy Day to be celebrated on the coast of Puri, Odisha | Argus News