Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୌଶଳ ଦେଖାଇବ ନୌସେନା

Rashmita Mishra
Browse all articles by Rashmita Mishra
·1 year ago·2 min read
କୌଶଳ ଦେଖାଇବ ନୌସେନା

 ଅର୍ଗସ ବ୍ୟୁରୋ: ପୁରୀ ସମୁଦ୍ର ଉପକୂଳରେ ଚାଳିଛି ଜୋରଦାର ପ୍ରସ୍ତୁତି। ନଭେମ୍ବର ୪ ତାରିଖ ଦିନ ଏହାଠାରେ ନୌସେନା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ତିନି ସେନା ମୁଖ୍ୟ ରାଷ୍ଟ୍ରପତି ହେବେ ଏହି କାର୍ଯ୍ୟକ୍ରମରେ ସାମିଲ। ଏଥିସହ ପ୍ରଧାନମନ୍ତ୍ରୀ ବି ଯୋଗଦେବାର ରହିଛି ସୂଚନା। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅନ୍ୟ ଭିଭିଆଇପିଙ୍କ ବସିବା ପାଇଁ ଏହି ମଞ୍ଚ ପ୍ରସ୍ତୁତ କରାଯାଉଛି। ଏଥିସହ ନୌସେନାର ବରିଷ୍ଠ ପଦାଧୀକାରୀ, ଦେଶ ଓ ରାଜ୍ୟର ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ବସିବା ପାଇଁ ବି ସ୍ବତନ୍ତ୍ର ଚେୟାର ବିଛା ହେଉଛି। ବ୍ୟାରିକେଡ ବନ୍ଧା ହେବା ସହ ପେଣ୍ଠକଟାରୁ ଲାଇଟ ହାଉସ ଯାଏ ପୁରୀ ବେଳାଭୂମିକୁ ସୁସଜ୍ଜିତ କରିବାରେ ଦିନରାତି ଏକ କରି ଲାଗିଛନ୍ତି କାରିଗରମାନେ। ପ୍ରସ୍ତୁତିରେ ଯେପରି କୌଣସି ତ୍ରୁଟି ନରୁହେ ସେଥିପାଇଁ ବିଶେଷ ଧ୍ୟାନ ଦେଉଛି ପ୍ରଶାସନ। 

ନୌସେନା ଦିବସ ଅବସରରେ ପ୍ରଥମ ଥର ପାଇଁ ଓଡ଼ିଶା ଉପକୂଳରେ ଯୁଦ୍ଧ କୌଶଳ ଦେଖାଇବାକୁ ଯାଉଛି ଭାରତୀୟ ନୌସେନା। ଯେଉଁଥରେ ନୌସେନାର ୨୪ଟି ଯୁଦ୍ଧ ପୋତ ଏବଂ ୪୦ଟି ଏୟର କ୍ରାଫ୍ଟ ହେବେ ସାମିଲ। ଏହି ଅପରେସନାଲ ଡେମୋ ଦେଖାଇବ ନୌସେନା। ଏୟାର କ୍ରାଫ୍ଟ କ୍ୟାରିଅର, ଫିଗେଟସ, ଡେଷ୍ଟ୍ରୟର ଭଳି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଦେଖାଇବେ ଅଫ୍ ଡେମୋ ଶୋ। ଏଥିସହ ଲେଜର ଶୋର ମଧ୍ୟ ଆୟୋଜନ କରାଯାଇଛି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମହାମହିମଙ୍କ ଗସ୍ତ ପାଇଁ ପୁରୀ ତାଳବଣିଆରେ ୪ ଟି ଏବଂ ସମଙ୍ଗରେ ସାତଟି ଅସ୍ଥାୟୀ ହେଲିପ୍ୟାଡ କରାଯାଇଛି। ମହାମହିମ ଓ ନୌସେନା ଅଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଏନାକ୍ଲୋଜର ରେଡ କାରପେଟ୍ ସହ ପ୍ରସ୍ତୁତ ରହିଛି । ନୌସେନା ଦିବସ ପାଇଁ ଆସନ୍ତା ୨୮ ତାରିଖରୁ ଜିଲ୍ଲା ପ୍ରଶାସନ ତରଫରୁ ପୁରୀରେ ବିଭିନ୍ନ କଟକଣା ଲାଗୁ କରାଯିବ।  ହରିହର ଛକ ଠାରୁ ୟୁଥ୍ ହଷ୍ଟେଲ ମଧ୍ୟରେ ନୋ ଭେହିକିଲ୍ ଜୋନ ଘୋଷଣା କରାଯାଇଥିବା ବେଳେ ବେଳାଭୂମି ରାସ୍ତାରେ ୪୦ ଟି ପ୍ରବେଶ ପଥରେ ଯାଞ୍ଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶୃଙ୍ଖଳିତ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ଵ ଦିଆଯିବା ସହ ସ୍ଵର୍ଗଦ୍ଵାର ଯିବା ପାଇଁ ଶବ ଗାଡ଼ି ସାଙ୍ଗରେ ମାତ୍ର ଗୋଟିଏ ଗାଡ଼ି ଯିବାକୁ ଅନୁମତି ରହିଛି। ସୁରକ୍ଷା ଦୃଷ୍ଟିରୁ ପୁରୀରେ ୮୦ ପ୍ଲାଟୁନ ଫୋର୍ସ ଓ ୩୦୦ ପୋଲିସ ଅଧିକାରୀ ମୁତୟନ କରାଯିବ। ପୋଲସ ଡିଜି ସମସ୍ତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। 

ନୌସେନା ଦିବସରେ ହେବାକୁ ଥିବା ଏୟାର ସୋ ପାଇଁ ପକ୍ଷୀ ଉଡିଲେ ବିମାନ ଉଡାଣରେ ବାଧା  ଉପୁଜିବ ସେଥିପାଇଁ ସାଧାରଣ ବ୍ୟକ୍ତି,ବ୍ୟାବସାୟିକ ପ୍ରତିଷ୍ଠାନମାନଙ୍କର ଛାତରେ ଖାଦ୍ୟପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ପକାଇବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ନଭେମ୍ବର ୨୮ ତାରିଖ ଠାରୁ ଏୟାର ସୋ କାର୍ଯ୍ୟକ୍ରମ ଶେଷ  ଅର୍ଥାତ ଡିସେମ୍ବର ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Navy will show its skills | Argus News