Videos
|
Odisha

ମୋହନ ସରକାରଙ୍କ ପଦକ୍ଷେପ,ଗ୍ରାମୋଦୟ ଯୋଜନାରେ ବିକାଶ ହେବ ନକ୍ସଲ ପ୍ରଭାବିତ ଅଞ୍ଚଳ

Sangram Tripathy
Browse all articles by Sangram Tripathy
·1 year ago
ମୋହନ ସରକାରଙ୍କ ପଦକ୍ଷେପ,ଗ୍ରାମୋଦୟ ଯୋଜନାରେ ବିକାଶ ହେବ ନକ୍ସଲ ପ୍ରଭାବିତ ଅଞ୍ଚଳ

ଅର୍ଗସ ବ୍ୟୁରୋ:ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଗ୍ରାମୋଦୟ,ଫଳରେ ସବୁ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି  ସରକାର।ନକ୍ସଲ ପ୍ରଭାବିତ  ୧୦ଟି ଜିଲ୍ଲାର ୫୮୩ଟି ଗାଁ ପାଇଁ ନେଇଛନ୍ତି ସ୍ବତନ୍ତ୍ର ପଦକ୍ଷେପ । ଗ୍ରାମୋଦୟକୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟବେକ୍ଷଣ କମିଟି ରହିବ। ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରରେ ରହିବ ପର୍ଯ୍ୟବେକ୍ଷଣ କମିଟି ଯୋଜନା କାର୍ଯ୍ୟାନ୍ବୟନର କରିବେ ତଦାରଖ ।ଗ୍ରାମୋଦୟ କାର୍ଯ୍ୟକାରୀ ପାଇଁ ଜନସଂପର୍କ ଶିବିର, ସଚେତନତା ଅଭିଯାନ, ଗ୍ରାମସଭା ଓ ଅଭିଯୋଗ ଶୁଣାଣି ଆଦିର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଏକାଭିମୁଖୀକରି ସେଚୁରେସନ୍‌ ମୋଡ୍‌ରେ ସମସ୍ତ ଯୋଜନାର ଲାଭ ପହଞ୍ଚାଇବା ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରାମୋଦୟ ଆରମ୍ଭ କରାଯାଇଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Naxal-affected areas will be developed under the initiative of the Mohan government | Argus News