ପୁଣି ମାତିଲେଣି ମାଓବାଦୀ : ପିଟିପିଟି ଛାତ୍ରଙ୍କୁ ମାରିଦେଲେ
·1 year ago·1 min read

ଅର୍ଗସ ବ୍ୟୁରୋ : ରକ୍ତମୁଖା ଲାଲବାହିନୀ । ମାଲକାନଗିରି ଛତିଶଗଡ଼ ସୀମାରେ ମାଓବାଦୀଙ୍କ ବର୍ବର କାଣ୍ଡ । ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ପୋଲିସ ଇନଫର୍ମର ସନ୍ଦେହରେ ସୁକୁମା ଜିଲ୍ଲା ଜାଗରକୋଣ୍ଡା ଥାନା ପୁବର୍ତ୍ତୀ ଗାଁରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ମାଓବାଦୀ । ନକ୍ସଲ ମାନେ ଅତି ନିର୍ମମ ଭାବେ ପିଟିପିଟି ତାଙ୍କୁ ହତ୍ୟା କରିଛନ୍ତି ।
ମୃତକ ଛାତ୍ର ସୋୟାମ ଶଙ୍କର । ଗତ ୧୦ ଦିନ ତଳେ ମୃତ ଛାତ୍ରଙ୍କ ବଡ଼ଭାଇ ସୋୟାମ ଦୁର୍ଭାଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ । ସୁକୁମା ଏସପି କିରଣ ଚୌହାନ କହିଛନ୍ତି, ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନେ ବାସ୍ତବରେ ପୋଲିସ ଇନଫର୍ମର ନଥିଲେ ବରଂ ଗାଁର ସାଧାରଣ ଆଦିବାସୀ ରହିଥିଲେ । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: