NIYAMGIRI / ଅଶାନ୍ତ ନିୟମଗିରି, ନିମୟଗିରି ପାହାଡ଼କୁ ଫେରିଲେ ନକ୍ସଲ
·5 months ago·2 min read

Key Points
ନିମୟଗିରି ପାହାଡ଼କୁ ଫେରିଲେ ନକ୍ସଲ
କନ୍ଧମାଳରେ ଅପରେସନ୍ ପରେ ଏବେ ନିୟମଗିରି ମୁହାଁ ନକ୍ସଲ
ହିଂସା ଛାଡ଼ି ଆତ୍ମସମର୍ପଣ କରିବାକୁ ଏସ୍ପିଙ୍କ ଆହ୍ବାନ

ନିମୟଗିରି ପାହାଡ଼କୁ ଫେରିଲେ ନକ୍ସଲ। ଗତିବିଧି ବଢ଼ାଇବା ସହ ଡଙ୍ଗରିଆଙ୍କ ଉପରେ କଟକଣା ଲାଗୁ। କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀର ଜୋରଦାର ଅପରେସନ୍ ପରେ ଏବେ ନିୟମଗିରି ମୁହାଁ ନକ୍ସଲ । କଳାହାଣ୍ଡି ଜିଲ୍ଲାରେ ଥିବା କମ୍ପାନୀକୁ କାମକୁ ଯିବା ଡଙ୍ଗରିଆ ଯୁବକଙ୍କୁ ବାରଣ ।ଗାଁରେ ରହି ପାହାଡ଼ରେ ଚାଷ କରିବାକୁ ଚାପ ପକାଯାଉଛି। କେଶରପାଡି, ସେରକାପାଡି, ବାଟୁଡି, ଖାମ୍ବେସି ଓ ଜାରପା ଆଦି ଗାଁର ଯୁବକଙ୍କୁ ଗାଁ ବାହାରକୁ ନ ଯିବା ପାଇଁ ନକ୍ସଲ ବାରମ୍ବାର କହୁଥିବା ସୂଚନା । ଭୟରେ ଡଙ୍ଗରିଆ ଯୁବକମାନେ ମୁହଁ ଖୋଲୁନାହାନ୍ତି।
ଶାନ୍ତ ପରିବେଶ ହେବାକୁ ଯାଉଛି ଅଶାନ୍ତ। ୫ବର୍ଷ ତଳେ ସଂପୂର୍ଣ୍ଣ ନିମୟଗିରି ଅଞ୍ଚଳକୁ ଅକ୍ତିଆର କରି ରଖିଥିଲେ ନକ୍ସଲ। ବିକାଶକୁ ସିଧାସଳଖ ବିରୋଧ କରିବା ସହ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କୁ ନିୟନ୍ତ୍ରଣରେ ରଖିଥିଲେ। ସୁଯୋଗ ମିଳିଲେ ଡଙ୍ଗରିଆଙ୍କୁ ଢାଲ କରି ହିଂସା ବି ଘଟାଉଥିଲେ। ତେବେ ଅପରେସନ୍ ବଢ଼ିବା ସହ କେନ୍ଦ୍ରୀୟ ସୁରକ୍ଷା ବଳ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରିବାରୁ ନକ୍ସଲ ଏହି ଅଞ୍ଚଳ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଏକାଧିକ ପ୍ରମୁଖ ନକ୍ସଲ ନିହତ ହେବାରୁ ନିୟମଗିରିକୁ ଶାନ୍ତି ଫେରିଥିଲା। କାଁ ଭାଁ ଗତିବିଧି ରହିଥିଲେ ସୁଦ୍ଧା ହିଂସା ଘଟାଇବାକୁ ସୁଯୋଗ ପାଉନଥିଲେ ନକ୍ସଲ। କିନ୍ତୁ ଗତ କିଛି ଦିନ ହେଲା ନିମୟଗିରି ଅଞ୍ଚଳରେ ପୁଣି ଅଚାନକ ନିରବତା ଛାଇ ଯାଇଛି। ଆତଙ୍କର ବାତାବରଣ ଦେଖିବାକୁ ମିଳିଛି।
କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ବାରା ନକ୍ସଲ ଅପରେସନ୍ ଜୋରଦାର ହେବାରୁ ବହୁ କ୍ୟାଡର ନକ୍ସଲ ନିହତ ହୋଇଛନ୍ତି। ଅଳ୍ପ କିଛି ନକ୍ସଲ ଜୀବନ ବଞ୍ଚାଇ ପୁନର୍ବାର ନିୟମଗିରି ଫେରିବା ସହ ପୁଣି ଡଙ୍ଗରିଆଙ୍କୁ ଢାଲ କରିଛନ୍ତି। ଯଦିଓ ଏଯାଏଁ କୌଣସି ହିଂସା ଘଟାଇ ନାହାନ୍ତି। କିନ୍ତୁ କିଛି ଦିନ ତଳେ ମୁନିଗୁଡ଼ା ବ୍ଲକ୍ରେ ବ୍ୟାନର ଲଗାଇ ଉପସ୍ଥିତି ଜାହିର କରିଥିଲେ। ସତ୍ୟତମ ସୂଚନା ଅନୁସାରେ ନିୟମଗିରି ଅଞ୍ଚଳର କିଛି ଡଙ୍ଗରିଆ କନ୍ଧ କଳାହାଣ୍ଡି ଜିଲ୍ଲାର ଗୋଟିଏ କଂପାନିକୁ ନିୟମିତ କାମ କରିବାକୁ ଯାଉଛନ୍ତି। ଏହି ଯୁବକଙ୍କୁ କାମ କରିବାକୁ କଂପାନି ନ ଯିବା ଲାଗି କୁହାଯାଉଛି। ଗାଁରେ ରହି ପାହାଡ଼ରେ ଚାଷ କରିବାକୁ ଚାପ ପକାଯାଉଛି। କେଶରପାଡି, ସେରକାପାଡି, ବାଟୁଡି, ଖାମ୍ବେସି ଓ ଜାରପା ଆଦି ଗାଁର ଯୁବକଙ୍କୁ ଗାଁ ବାହାରକୁ ନ ଯିବା ପାଇଁ ନକ୍ସଲ ବାରମ୍ବାର କହୁଥିବା ସୂଚନା ମିଳିଛି। ଭୟରେ ଡଙ୍ଗରିଆ ଯୁବକ ମୁହଁ ଖୋଲୁନାହାନ୍ତି। ତେବେ ଡଙ୍ଗରିଆ ଗାଁଗୁଡ଼ିକରେ ନକ୍ସଲଙ୍କ ଏଭଳି କଟକଣା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଷ କଲେ ଆମକୁ କ’ଣ ମିଳୁଛି ବୋଲି ପ୍ରଶ୍ନ କରିବା ସହ କାମକୁ ଯିବା ଜାରି ରଖିଛନ୍ତି। ସେହିପରି ଏବେ ମଧ୍ୟ ନକ୍ସଲଙ୍କୁ କିଛି ଗ୍ରାମବାସୀ ପୂର୍ଣ୍ଣ ସମର୍ଥନ କରୁଥିବା ଜଣାପଡ଼ିଛି।
ରାଜ୍ୟ ଓ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଛାନ୍ଭିନ କରୁଥିବା ବେଳେ ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧଙ୍କ ମଧ୍ୟରେ ନକ୍ସଲ ନେତା ନିଖିଲ ଓ ଇନ୍ଦୁଙ୍କୁ ନେଇ ପୁନର୍ବାର ଭୟର ବାତାବରଣ ସୃଷ୍ଟି ହୋଇଛି। ନିୟମଗିରି ଆଦିମ ଜନଜାତିଙ୍କ ଇଲାକା ହୋଇଥିବାରୁ ପରିବର୍ତ୍ତିତ ପରିସ୍ଥିତି ଉପରେ କଡ଼ା ନଜର ରହିଛି। ଅନ୍ୟପକ୍ଷରେ ନକ୍ସଲ ହିଂସା ଛାଡ଼ି ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ରାୟଗଡ଼ା ଏସ୍ପି ସ୍ବାଥୀ କୁମାର ଆହ୍ବାନ ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories