Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦୀର୍ଘ ଦିନ ଅପେକ୍ଷାର ଅନ୍ତ, ନୟାଗଡ଼ ଛେନାପୋଡ଼କୁ ମିଳିବ ବିଶ୍ୱସ୍ତରୀୟ ସ୍ୱୀକୃତି

Odisha

Chhena Poda GI Tag / ଦୀର୍ଘ ଦିନ ଅପେକ୍ଷାର ଅନ୍ତ, ନୟାଗଡ଼ ଛେନାପୋଡ଼କୁ ମିଳିବ ବିଶ୍ୱସ୍ତରୀୟ ସ୍ୱୀକୃତି

Banajyotshna Ray
Browse all articles by Banajyotshna Ray
·3 weeks ago·2 min read
ଦୀର୍ଘ ଦିନ ଅପେକ୍ଷାର ଅନ୍ତ, ନୟାଗଡ଼ ଛେନାପୋଡ଼କୁ ମିଳିବ ବିଶ୍ୱସ୍ତରୀୟ ସ୍ୱୀକୃତି
Chhena Poda GI Tag

Key Points

ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍
ସବୁଠି ଖୁସିର ମାହୋଲ
ଓଡ଼ିଶାର ପାରମ୍ପରିକ ମିଠା ‘ଛେନାପୋଡ଼’ର ମହକ ଏବେ ବିଶ୍ୱ ଦରବାରରେ ଆହୁରି ଜୋରଦାର ହେବାକୁ ଯାଉଛି। ଦୀର୍ଘ ଦିନର ଅପେକ୍ଷା ପରେ ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ଭୌଗୋଳିକ ସୂଚକାଙ୍କ ବା ଜିଆଇ ଟ୍ୟାଗ (Geographical Indication Tag) ମିଳିବା ପାଇଁ ବାଟ ପରିଷ୍କାର ହୋଇଛି।ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ୍ । ବିଶ୍ୱ ପ୍ରସିଦ୍ଧ ନୟାଗଡ଼ ଛେନାପୋଡ଼କୁ ମିଳିବ GI ଟ୍ୟାଗ ମାନ୍ୟତା । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ।ନୟାଗଡ଼ ଛେନାପୋଡ଼ GI ଟ୍ୟାଗ ମାନ୍ୟତା ଦେବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି । ଏହିକ୍ରମରେ ପୁରୀ ସାଂସଦ ସମ୍ବିତ ପାତ୍ର ଅପ୍ରେଲ୍‌ ୧୧ ତାରିଖରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଅନୁରୋଧ କରିଥିଲେ ।

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଅନୁରୋଧ କ୍ରମେ କେନ୍ଦ୍ରମନ୍ତ୍ରୀ ଏହି ବିଷୟରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ମେ’ ୨୮ ଏବଂ ୨୯ ତାରିଖରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ମାନ୍ୟତା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ଏବଂ ବିଧିବଦ୍ଧ ଭାବେ ଘୋଷଣା କରାଯିବାର ସମ୍ଭାବନା ରହିଛି।ସାଂସଦଙ୍କ ଅନୁରୋଧକୁ ରକ୍ଷା କରି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ୍‌ ମାନ୍ୟତା ଉପରେ ବିଚାର କରିବେ ବୋଲି କହିଛନ୍ତି ।

.କାହିଁକି ଏହି ମାନ୍ୟତା ଗୁରୁତ୍ୱପୂର୍ଣ୍ଣ?

ନୟାଗଡ଼ର ଛେନାପୋଡ଼ ଏହାର ସ୍ୱତନ୍ତ୍ର ପ୍ରସ୍ତୁତି ଶୈଳୀ ଓ ସ୍ୱାଦ ପାଇଁ ପରିଚିତ। ଜିଆଇ ଟ୍ୟାଗ୍ ମିଳିବା ଦ୍ୱାରା ଏହା ନୟାଗଡ଼ର ଏକ ସ୍ୱତନ୍ତ୍ର ପରିଚୟ ଭାବେ ବିଶ୍ୱସ୍ତରରେ ମାନ୍ୟତା ପାଇବ। ନକଲି ବ୍ରାଣ୍ଡିଂ ଉପରେ ରୋକ ଲାଗିବ। ସ୍ଥାନୀୟ କାରିଗର ଓ ବ୍ୟବସାୟୀମାନେ ଆର୍ଥିକ ସମୃଦ୍ଧି ପାଇବା ସହ ରପ୍ତାନି ସୁବିଧା ବଢ଼ିବ। ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ‘ବିଶ୍ୱ ଛେନାପୋଡ଼ ଦିବସ’ ଭାବେ ପାଳନ କରାଯାଏ, ଯାହା ଛେନାପୋଡ଼ର ସ୍ରଷ୍ଠା ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅଟେ। ଏହି ଐତିହାସିକ ମାନ୍ୟତା ଓଡ଼ିଶାର ଖାଦ୍ୟ ସଂସ୍କୃତି ପାଇଁ ଏକ ଗର୍ବର ବିଷୟ।

ଏଥିସହ ପଢ଼ନ୍ତୁ: ଆଜି ବିଶ୍ବ ଛେନା ପୋଡ ଦିବସ, ଏବେ ଅପେକ୍ଷା ଜିଆଇ ଟ୍ୟାଗକୁ

୨୦୨୨ ମସିହାରୁ ଏହି ଦିବସକୁ ସରକାରୀ ଭାବେ ପାଳନ କରାଯାଉଥିଲେ ମଧ୍ୟ ସ୍ରଷ୍ଟାଙ୍କ ନାଁ ଏବଂ ତାରିଖ ବିବାଦକୁ କେନ୍ଦ୍ର କରି ଗତ ୨ ବର୍ଷ ହେଲା ଏହା ବନ୍ଦ ରହିଥିଲା । ୨୦୨୬ରେ ପୁଣି ଥରେ ଛେନାପୋଡ଼ ଦିବସ ପାଳନ କରାଯାଇଛି । କେବଳ ନୟାଗଡ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନ, ଭାରତ ଏବଂ ଭାରତ ବାହାରେ ଏହି ଦିବସକୁ ପାଳନ କରାଯାଉଛି। ଛେନା ପୋଡକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି କରାଯାଉଥିଲେ ମଧ୍ୟ ଏଥିରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nayagarh Chhena Poda Set to Receive Global Recognition; GI Tag Expected Soon | Argus News | Argus News