ନୟାଗଡ଼ ମାଓ ହମଲାକୁ ପୂରିଲା 17 ବର୍ଷ, ଚାଲିଯାଇଥିଲା ୧୫ ଜଣ ପୋଲିସଙ୍କ ଜୀବନ
·1 year ago·1 min read

ନୟାଗଡ: ନୟାଗଡ଼ ମାଓ ହମଲାକୁ ପୂରିଲା 17 ବର୍ଷ । ନୟାଗଡ଼ ଜିଲ୍ଲା ମାଓ ମୁକ୍ତ ଘୋଷଣା ହୋଇଛି I 2008 ମସିହା ଫେବୁୟାରୀ ମାସ 15 ତାରିଖ ରାତିପ୍ରାୟ 10 ଟା ସମୟରେ ନୟାଗଡ ସହର ଜନଶୂନ୍ୟ ହେଇଥିଲା I 17 ବର୍ଷ ତଳେ ଆଜିର ଦିନରେ ନୟାଗଡ଼ରେ ତାଣ୍ଡବ ରଚିଥିଲେ ସଶସ୍ତ୍ର ମାଓବାଦୀ । ଟାଉନ ଥାନା, ପିଟିଏସର ଅସ୍ତ୍ରାଗାର, ମହୀପୁର ଫାଣ୍ଡି, ନୂଆଗାଁ ଥାନା, ଦଶପଲ୍ଲା ଥାନାକୁ ଆକ୍ରମଣ କରିଥିଲେ। ଆକ୍ରମଣରେ 16 ଜଣ ପୋଲିସ ଓ ସାଧାରଣ ଲୋକେ ପ୍ରାଣ ହରାଇଥିଲେ। 6 ରୁ ଉର୍ଦ୍ଧ୍ବ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ତେବେ ଏହି ଘଟଣାକୁ ଆଜି 17 ବର୍ଷ ପୂରିଛି ।
ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ସେ ରାତିର ଘଟଣା ମନେପଡିଲେ ,ଏବେବି ଜିଲ୍ଲାବାସୀଙ୍କ ଲୋମ ଟାଙ୍କୁରି ଉଠୁଛି। ୨୦୦ରୁ ଉର୍ଦ୍ଧ୍ୱ ଶସସ୍ତ୍ର ମାଓବାଦୀ ଜିଲ୍ଲାର ୬ଟି ସ୍ଥାନରେ ରଚିଥିଲେ ତାଣ୍ଡବ। ଅତି ବିଭତ୍ସଭାବେ ହତ୍ୟା କରିଥିଲେ ୧୫ ଜଣ ପୋଲିସଙ୍କ ସମେତ ଜଣେ ସାଧାରଣ ଲୋକଙ୍କୁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: