Videos
|
Odisha

ନୟାଗଡ଼ ପଥର ମାଫିଆ ଲଲିପ ଗିରଫ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ନୟାଗଡ଼ ପଥର ମାଫିଆ ଲଲିପ ଗିରଫ

ଗୋଟିଏ ପଟେ ଖଣି ମାଫିଆ ରାଜା ଚକ୍ରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ନୟାଗଡ଼ର ଜଣେ ପଥର ଖଣି ମାଫିଆକୁ ଗିରିଫ କରିଛି ପୋଲିସ । ରାଜା ବିଜେଡି ନେତା ବବି ପାଣ୍ଡିଆନଙ୍କ ଖାସ୍‌ କୁହାଯାଉଥିବା ବେଳେ ନୟାଗଡ଼ରୁ ଗିରଫ ହୋଇଥିବା ଖଣି ମାଫିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ଅତି ନିକଟତର ବୋଲି କୁହାଯାଉଛି ।


ଦଶପଲ୍ଲାରେ ବେଆଇନ ପଥର ଖଣି ଓ କ୍ରସର ଉପରେ ପୋଲିସ ଚଢ଼ାଉ । ବିଜେଡି ବିଧାୟକ ଅରୁଣ ସାହୁଙ୍କ ଖାସ୍ ପାୱାର୍ ଫୁଲ୍ ଖଣି ମାଫିଆ ଲଲିପ ଜେନା ଗିରଫ।


ନୟାଗଡ଼ ଦଶପଲ୍ଲା ଥାନା ପଙ୍କାଳ ସାହି ଏବଂ ପୋଇବାଡି ପାହାଡ଼ରେ ବର୍ଷ ବର୍ଷ ଧରି ବେଆଇନ୍ ପଥର ଖଣି ଓ କ୍ରସର୍ ଚାଲୁଥିଲା । ବାରମ୍ବାର ଅଭଯୋଗ ପରେ ଦଶପଲ୍ଲା ପୋଲିସ ବେଆଇନ୍ କ୍ରସର ଏବଂ ପଥର ଖଣି ଉପରେ ଚଢାଉ କରି ଖଣି ମାଫିଆ ଲଲିପ୍ ଜେନାକୁ ଗିରଫ କରିଛି ପୋଲିସ୍ । ଏଥିସହ ପଥର ବ୍ଲାଷ୍ଟିଂ ପାଇଁ ବ୍ୟବହୃତ କମ୍ପ୍ରେସର୍ ଜବତ କରି ବେଆଇନ୍ କ୍ରସର ଏବଂ ବେଆଇନ୍ ପଥର ଖଣିକୁ ସିଲ୍ କରିଛି ।


ଗିରଫ ଲଲିପ୍ ଜେନା ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପାଖ ଲୋକ । ଯାହାର ଏକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଛି। ଅରୁଣ ସାହୁଙ୍କ ଛତ୍ରଛାୟା ତଳେ ରହି ଦୀର୍ଘ ବର୍ଷ ଧରି ଦଶପଲ୍ଲା ଅଞ୍ଚଳରେ ପତିଆରା ଜାହିର କରିଥିଲା ଲଲିପ୍ । ଏବେ ବିଜେପି ସରକାର ଖଣି ମାଫିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଲଲିପଙ୍କୁ ଦଶପଲ୍ଲା ଥାନା ପୋଲିସ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ପରେ ଲଲିପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Nayagarh stone mafia Lalip arrested | Argus News