Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପିଲାମାନଙ୍କୁ ମିଳିବ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପିଲାମାନଙ୍କୁ ମିଳିବ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା

ଶୈଶବ ଶିକ୍ଷା ହେବ ସ୍ମରଣୀୟ। ପିଲାମାନଙ୍କୁ ମିଳିବ ସର୍ବୋତ୍ତମ ଏବଂ ଗୁଣାତ୍ମକ ଶିକ୍ଷା। ଏଥିପାଇଁ ନୂତନ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରୀ ହେବ। ଆଜିଠୁ NEPର ଖଡିଛୁଆଁ । ଓଡିଆ ପକ୍ଷର ଦ୍ବିତୀୟ ଦିବସରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହେବ ଶିଶୁ ବାଟିକା । ଛୋଟ ପିଲାଙ୍କ ହେବ ସ୍କୁଲ ପ୍ରବେଶ, ଖଡିଛୁଆଁ ଉତ୍ସବ । ଭୁବନେଶ୍ବର ସ୍ଥିତ ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭିଡିଓ ବାର୍ତ୍ତା ମାଧ୍ୟମରେ କୁନି କୁନି ପିଲାମାନଙ୍କୁ କାର୍ଯ୍ୟକମରେ ସାମଲି ହେବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ସହ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ଭୁବନେଶ୍ବରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ପାଇଁ ବଡ଼ଗଡ଼ ସ୍କୁଲରେ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ମୁଖ୍ୟମନ୍ତ୍ରୀ ଆଜି ପିଲାଙ୍କୁ କରିବେ ଖଡ଼ି ଛୁଆଁ। ରାଜ୍ୟରେ ଆଜିଠୁ ଆରମ୍ଭ ନୂତନ ଜାତୀୟ ଶିକ୍ଷା ନୀତିରେ ପିଲା ପଢିବେ ଶିଶୁ ବାଟିକା। ଅଭିଭାବକ ଓ ପିଲାଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିବ । ନୂଆ ପାଠ ପଢା ଢାଞ୍ଚା ସହ ମୁଖ୍ୟମନ୍ତ୍ରୀ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଆରମ୍ଭ ହେବ ଖଡ଼ି ଛୁଆଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
nep-odisha-government-mandates-formal-schooling-age-at-6 | Argus News