Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କିଟ୍ ଘଟଣାରେ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ

Rashmita Mishra
Browse all articles by Rashmita Mishra
·1 year ago·1 min read
କିଟ୍ ଘଟଣାରେ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ

Key Points

କିଟ୍ ପରିସରରେ ହୋଇଛି ମାନବାଧିକାରର ହତ୍ୟା
ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପାଇଁ ବଢିଲା ଅଡୁଆ
କିଟ୍ ଘଟଣାରେ ଚିଠି ଲେଖିଲେ ନେପାଳ ମାନବାଧିକାର କମିଶନ
ତଦନ୍ତ କରି ନ୍ୟାୟ ଦେବାକୁ ଭାରତୀୟ ମାନବଧିକାର ଆୟଗଙ୍କୁ ଅନୁରୋଧ
ଛାତ୍ରଛାତ୍ରୀଙ୍କୁ ମାଡ ମାରି ବସ୍ ଷ୍ଟପରେ ଛାଡିଦେଇଥିଲେ କିଟ୍ କର୍ତ୍ତୃପକ୍ଷ

ଚିଠି ଏବେ ବଢାଇଛି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅଡୁଆ। ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟରେ ମାଡମରା ଓ ଦୁର୍ବ୍ୟବହାର ଘଟଣାରେ କାର୍ଯ୍ୟନୁଷ୍ଠାନ ଦାବି କରି ଭାରତର ଜାତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖିଛନ୍ତି ନେପାଳ ମାନବାଧିକାର କମିଶନ । ଶୀଘ୍ର ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ଚିଠିରେ ଅନୁରୋଧ କରାଯାଇଛି। ଏଥିସହ ନେପାଳ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସୁରକ୍ଷା ଓ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ ମଧ୍ୟ ଚିଠିରେ ଦାବି କରାଯାଇଛି ।


ଘଟଣାରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର ଅଧିକାରୀ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚିଠିରେ ନିବେଦନ କରିଛନ୍ତି ନେପାଳ ମାନବାଧିକାର କମିଶନ। ନେପାଳ ମାନବାଧିକାର କମିଶନଙ୍କ ଚିଠି ସାମ୍ନାକୁ ଆସିବା ପରେ ସବୁ ରାଜନୈତିକ ଦଳ ନିନ୍ଦା କରିବା ସହ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ପୂର୍ବରୁ କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଫୋନ୍ ଯୋଗେ କଥା ହୋଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ଲୋକସେବା ଭବନରେ ନେପାଳ ଦୂତାବାସର ୨ ଜଣ ଅଧିକାରୀ ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ତେବେ ଦେଖିବାର କଥା କେବେ ସୁଦ୍ଧା ଜାତୀୟ ମାନବାଧିକାର କମିଶନ କିଟ୍ କୁ ରିପୋର୍ଟ ତଲବ କରୁଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nepal Human Rights Commission writes letter on kite incident | Argus News