KIITରୁ ନେଇ କମ୍ପିଲା ନେପାଳ: ଜାଣନ୍ତୁ ଘଟଣା ପଛର ୬ ଅଜଣା ରହସ୍ୟ

Key Points
କିଟ୍ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ମିଳିଥିବା ବେଳେ କର୍ତ୍ତୃପକ୍ଷ କହିଥିଲେ ଆତ୍ମହତ୍ୟା । ଆଉ ଏହା ପରେ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଉତ୍ତେଜନା, ସୃଷ୍ଟି ହୋଇଥିଲା ଅରାଜକତା ।
୨୦୨୫ ଫେବ୍ରୁଆରୀ ୧୬ । ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟରେ ବି.ଟେକ୍ ତୃତୀୟ ବର୍ଷର ଜଣେ ଛାତ୍ରୀଙ୍କ ମୃତଦେହ ମିଳିଲା । ମୃତ ଛାତ୍ରୀ ହେଲେ ନେପାଳର ପ୍ରକ୍ରିତି ଲାମସାଲ । କିଟ୍ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ମିଳିଥିବା ବେଳେ କର୍ତ୍ତୃପକ୍ଷ କହିଥିଲେ ଆତ୍ମହତ୍ୟା । ଆଉ ଏହା ପରେ କ୍ୟାମ୍ପସରେ ଆରମ୍ଭ ହୋଇଥିଲା ଉତ୍ତେଜନା, ସୃଷ୍ଟି ହୋଇଥିଲା ଅରାଜକତା । ଫେବ୍ରୁଆରୀ ୧୮ରେ ଅଭିଯୋଗ, କ୍ୟାମ୍ପସରେ ଥିବା ପଡ଼ୋଶୀ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଦୁର୍ବ୍ୟବହାର କରାଯାଇଛି ।
ଛାତ୍ରୀ ମୃତ୍ୟୁକୁ ନେଇ ସମସ୍ତେ କିଟ୍କୁ କଡ଼ା ଭର୍ତ୍ସନା କରୁଛନ୍ତି । କାହିଁକି କିଟ୍ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବସ୍ ଯୋଗେ କଟକ ଷ୍ଟେସନ ପଠାଇଥିଲା । କ୍ୟାମ୍ପସରେ ବଳପ୍ରୟୋଗ ସହ ଧମକ ଦେବାକୁ କିଏ ଦେଲା ସାହାସ ? ଛାତ୍ରୀ ମୃତ୍ୟୁ ମାମଲାରେ ପୋଲିସ ଯୁବତୀଙ୍କ ଜଣେ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି । କୁହାଯାଉଛି ଗିରଫ ଯୁବକ କିଟ୍ର ଛାତ୍ର ସେ ପ୍ରକ୍ରିତିଙ୍କୁ ବ୍ଲାକମେଲ୍ କରୁଥିଲେ । ଆଉ ଯାହା ଫଳରେ ପ୍ରକ୍ରିତି ନିଜ ଜୀବନକୁ ଶେଷ କରି ଦେଲେ ।
୧) କିଟ୍ରେ ଛାତ୍ରୀଙ୍କ ଆତ୍ମହତ୍ୟା
ନେପାଳର ପ୍ରକ୍ରିତି ଲାମସାଲ ବି.ଟେକ୍ ତୃତୀୟ ବର୍ଷର ଛାତ୍ରୀ । କିଟର ହଷ୍ଟେଲରୁ ତାଙ୍କ ମୃତଦେହ ଫେବ୍ରୁଆରୀ ୧୬ ତାରିଖରେ ମିଳିଥିଲା । ଆଉ ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲା ପ୍ରକ୍ରିତି ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଜୀବନ ହାରିଛନ୍ତି । ପ୍ରକ୍ରିତିଙ୍କ ମୃତ୍ୟୁ ପରେ ବିଶ୍ଵବିଦ୍ୟାଳୟ କ୍ୟାମ୍ପସରେ ବିଶେଷ କରି ନେପାଳୀ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ । ଯୁବକଙ୍କ ଗିରଫ ଦାବି କରିଥିଲେ । ଏହା ପରେ ନେପାଳ ଦୂତାବାସ ମଧ୍ୟ କିଟ୍ ସହ ଓଡ଼ିଶା ସରକାରଙ୍କ ଯୋଗାଯୋଗରେ ଅଛି ।
#WATCH | Odisha: A https://t.co/jHgpcuG1h1 third-year girl student from Nepal was found dead in KIIT University (Kalinga Institute of Industrial Technology) hostel in Bhubaneswar on 16th February. As per a notice issued by the University, the institute is hence closed sine die… pic.twitter.com/vVfgY140up
— ANI (@ANI) February 17, 2025
କିଟ୍ କ୍ୟାମ୍ପସରେ ଉତ୍ତେଜନା ପରେ କର୍ତ୍ତୃପକ୍ଷ ପ୍ରାୟ ହଜାରେ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ିବାକୁ କହିଥିଲେ । ଏପରିକି କୌଣସି ପୂର୍ବ ପ୍ରସ୍ତୁତି ନ କରି ଛାତ୍ରଛାତ୍ରୀଙ୍କୁ ବସ୍ ଯୋଗେ କଟକ ଷ୍ଟେସନରେ ଜୋର ଜବରଦସ୍ତି ଛାଡ଼ି ଦେଇଥିଲେ । ପରେ କର୍ତ୍ତୃପକ୍ଷ କ୍ୟାମ୍ପସକୁ ଫେରି ଆସିବକୁ ନିବେଦନ ମଧ୍ୟ କରିଛନ୍ତି ।
୨) ନେପାଳ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
Our Embassy in New Delhi has dispatched two officers to counsel Nepali students affected in Odisha.
— K P Sharma Oli (@kpsharmaoli) February 17, 2025
Additionally, arrangements have been made to ensure they have the option to either remain in their hostel or return home, based on their preference. #Nepal #Odisha
ଛାତ୍ରୀଙ୍କ ମୃତ୍ୟୁର ଠିକ୍ ପର ଦିନ ଫେବ୍ରୁଆରୀ ୧୭ରେ ନେପାଳ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ରଖିଥିଲେ । କହିଥିଲେ, ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସର ୨ ଅଧିକାରୀଙ୍କୁ କିଟ୍ ବିଶ୍ଵବିଦ୍ୟାଳୟ ଯିବାକୁ କୁହା ଯାଇଛି । ସେଠାରେ ସେମାନେ ବାଧ୍ୟବାଧ୍ୟକତାରେ କ୍ୟାମ୍ପସ ଛାଡ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ ସହାୟତା କରିବେ । ଏନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଟ୍ଵିଟ୍ କରିଥିଲେ ।
📱 Get Argus News App
✨୩) କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସର ମନ୍ତବ୍ୟ
Press Release regarding Odisha incident pic.twitter.com/CuN0li7e55
— Nepal Embassy, India (@EONIndia) February 17, 2025
ଓଡ଼ିଶାରେ କିଟ୍ର କାରନାମା ନେଇ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ମତ ରଖିଛି । ଭାରତ ପକ୍ଷରୁ କୁହାଯାଇଛି, ଆମେ ନେପାଳ ଦୂତାବାସ ସହ ସମ୍ପର୍କରେ ଅଛୁ । ପ୍ରକ୍ରିତିଙ୍କ ମୃତ୍ୟୁରେ ପରିବାରକୁ ସମବେଦନା ଜଣାଉଛୁ । ମୃତ୍ୟୁର ନିରପେକ୍ଷ ତଦନ୍ତ କରାଯାଉଛି । କିଟ୍ ସହ ରାଜ୍ୟ ସରକାରଙ୍କ ସମ୍ପର୍କରେ ରହିଛୁ । ଏଥିସହ ବିଶ୍ଵବିଦ୍ୟାଳୟରେ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି କିଟ୍ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ କୁହା ଯାଇଥିଲା ।
୪) ଆତ୍ମହତ୍ୟା ପଛରେ କିଏ ?
ପ୍ରକ୍ରିତିଙ୍କ ମୃତ୍ୟୁ ମାମଲାରେ ପୋଲିସ ୨୧ ବର୍ଷୀୟ ଆଦଭିକ୍ ଶ୍ରୀବାସ୍ତବଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ଲକ୍ଷ୍ନୌର ବାସିନ୍ଦା । ଆଦଭିକ୍ଙ୍କୁ ପୋଲିସ ବିଏନଏସର ୧୦୮ ଧାରାରେ ଗିରଫ କରିଛି । ମାମଲାର ତଦନ୍ତ ଚାଲିଥିବା କହିଛନ୍ତି ଭୁବନେଶ୍ଵର ଡିସିପି ପିନାକ ମିଶ୍ର ।
୫) ନ୍ୟାୟ ପାଇଁ କିଟ୍ରେ ବିକ୍ଷୋଭ
#BREAKING: Nepali students protest outside the Indian Embassy in Kathmandu after mistreatment faced by students at KIIT University in Odisha, India. Prakriti Lamsal, a third-year B Tech student from Nepal, died by suicide at the University after facing molestation by a student. pic.twitter.com/iIfx78RaW5
— Aditya Raj Kaul (@AdityaRajKaul) February 17, 2025
କିଟ୍ କ୍ୟାମ୍ପସରେ ଛାତ୍ରୀଙ୍କ ମୃତ୍ୟୁ ପରେ ନ୍ୟାୟ ଦାବିରେ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ବିକ୍ଷୋଭ କରିଥିଲେ । ପ୍ରକ୍ରିତିଙ୍କୁ ନ୍ୟାୟ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ଆକ୍ରୋଶରେ ପରିଣତ ହୋଇଥିଲା । କିଟ୍ କର୍ତ୍ତୃପକ୍ଷ ସ୍ଥିତିକୁ ସମ୍ଭାଳିବାକୁ ଉଦ୍ୟମ କରିବା ପରେ ଉତ୍ତର ମାଗିଥିଲେ ଛାତ୍ରଛାତ୍ରୀ । ଆଉ ନ୍ୟାୟ ପାଇଁ ବିକ୍ଷୋଭ ଭିତରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡ଼ି ଚାଲିଯିବାକୁ କର୍ତ୍ତୃପକ୍ଷ ବାଧ୍ୟ କରିଥିବା କହିଛନ୍ତି ନେପାଳର ଛାତ୍ର ରଞ୍ଜନ ଗୁପ୍ତା । ଏପରିକି ତାଙ୍କ ପାଖରେ ଟ୍ରେନ୍ ଟିକେଟ୍ କିମ୍ବା ଟଙ୍କା ନଥିବା ବେଳେ କେମିତି ଯିବେ ବୋଲି ପଚାରିଛନ୍ତି ।
୬) କ୍ଷମା ମାଗିଲା କିଟ୍
Letter of Apology from the Vice-Chancellor, KIIT-DU
— KIIT - Kalinga Institute of Industrial Technology (@KIITUniversity) February 18, 2025
KIIT has always been a home to students from across the world, fostering a culture of inclusivity, respect, and care. We deeply regret the recent incident and reaffirm our commitment to the safety, dignity, and well-being of… pic.twitter.com/mJb1Zo9jGj
ପ୍ରାୟ ୪୦ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଏତେ ସବୁ ଘଟଣା ଘଟିବା ପରେ କିଟ୍ କର୍ତ୍ତୃପକ୍ଷ ଫେବ୍ରୁଆରୀ ୧୮ ତାରିଖ ଦିନ ସାଢ଼େ ୧୨ଟାରେ ଏକ କ୍ଷମା ପ୍ରାର୍ଥନା ଚିଠି ଜାରି କରିଛନ୍ତି । ଯେଉଁଥିରେ କହିଛନ୍ତି, ସିକ୍ୟୁରିଟି ଷ୍ଟାଫ୍ ଓ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୨ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ବରଖାସ୍ତ କରଯାଇଛି । ୨ ବରିଷ୍ଠ ହଷ୍ଟେଲ୍ ଅଧିକାରୀ ଓ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଲମ୍ବିତ କରି ତଦନ୍ତ କରୁଛୁ ।