Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: KIITରେ NHRC ଟିମ, ୨ ମହିଳା ଅଧିକାରୀଙ୍କୁ ଜେରା !

Odisha

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: KIITରେ NHRC ଟିମ, ୨ ମହିଳା ଅଧିକାରୀଙ୍କୁ ଜେରା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା: KIITରେ NHRC ଟିମ, ୨ ମହିଳା ଅଧିକାରୀଙ୍କୁ ଜେରା !

ନେପାଳୀ ଛାତ୍ରୀଙ୍କୁ ନାଲି ଆଖି ଦେଖାଉଥିଲେ, ଏବେ NHRC ଜେରାର ସାମ୍ନା କଲେ କିଟ୍‌ର ୨ ମହିଳା କର୍ମଚାରୀ । ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ KIITରେ NHRC ଟିମ ତନାଘନା କରିଛି । କେଉଁ ପରିସ୍ଥିତିରେ ପ୍ରାଣ ହରାଇଲେ ନେପାଳୀ ଛାତ୍ରୀ, ସେନେଇ ଟିମ୍ ପଚରାଉଚରା କରିଛି ।

ନେପାଳୀ ଛାତ୍ରୀ ମୃତ୍ୟ ସହ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ହୋଇଥିବା ମାନବାଧିକାର ଉଲଂଘନର ତଦନ୍ତ ପାଇଁ KIIT ପରିସରରେ ପହଞ୍ଚିଛି NHRC ଟିମ୍ । ଯୋଗେନ୍ଦ୍ର ସିଂଙ୍କ ନେତୃତ୍ୱରେ ଆସିଥିବା ୨ ଜଣିଆ ତଦନ୍ତକାରୀ ଦଳ କିଟ୍ ଛାତ୍ରୀ ନିବାସରେ କରୁଛି ତଦନ୍ତ । ଛାତ୍ରଛାତ୍ରୀଙ୍କୁ ପଚରା ଉଚାର କରିବା ସହ ଘଟଣାରେ ସଂପୃକ୍ତ କିଟର ଅଧିକାରୀ ଓ କର୍ମଚାରୀଙ୍କ କରାଯାଉଛି ଜେରା। ଏଥିସହ କିଟ୍‌ର ଦୁଇ ବିବାଦୀୟ ମହିଳା ଅଧିକାରୀ ଜୟନ୍ତୀ ନାଥ ଓ ମଞ୍ଜୁଷା ପାଣ୍ଡେ NHRC ଟିମ୍ ଆଗରେ ହୋଇଛନ୍ତି ହାଜର। ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ କ୍ରମେ ଆସିଥିବା ଏହି ଟିମ୍ ପୂରା ଘଟଣାର ତଦନ୍ତ ଶେଷ ହେବା ଯାଏ ରହିବ ବୋଲି ସୂଚନା ଦେଇଛନ୍ତି ଯୋଗେନ୍ଦ୍ର ସିଂ।

ଫେବ୍ରୁଆରି ୧୭ ତାରିଖରେ କେଉଁ ପରିସ୍ଥିତିରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ହେଲା ? ଏହା ଆତ୍ମହତ୍ୟା ନା ଆଉ କିଛି ? ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବ ବିରୋଧରେ ମୃତ ଛାତ୍ରୀ ଆଣିଥିବା ଅଭିଯୋଗକୁ କାହିଁକି ଅଣଦେଖା କରିଥିଲେ କିଟ୍ କର୍ତ୍ତୃପକ୍ଷ ? କାହିଁକି ସାଇନ୍-ଏ-ଡାଏ ଘୋଷଣା କଲେ କିଟ୍ କର୍ତ୍ତୃପକ୍ଷ ? ନେପାଳୀ ଛାତ୍ରଛାତ୍ରୀଙ୍କୁ ଜୋର ଜବରଦସ୍ତ ମାଡମାରି ହଷ୍ଟେଲ ଖାଲି କରିବାକୁ କାହିଁକି ଦିଆଗଲା ନିର୍ଦ୍ଦେଶ ? ହଷ୍ଟେଲ ଭିତରେ ବାହାର ଗୁଣ୍ଡାଙ୍କୁ ଆଣି ପିଲାଙ୍କୁ ମାଡ଼ ମାରିବାକୁ କିଏ ଦେଇଥିଲା ଅନୁମତି ? ୨ ଦିନ ଧରି ପିଲାଙ୍କୁ ହଷ୍ଟେଲରେ ଖାଇବାକୁ ଦିଆଯାଇନଥିଲା କାହିଁକି ? କୌଣସି ବ୍ୟବସ୍ଥା ନକରି କଟକ ଓ ଭୁବନେଶ୍ବର ରେଳ ଷ୍ଟେସନରେ କାହିଁକି ପିଲାଙ୍କୁ ଛାଡ଼ିଦିଆଗଲା ? ଏସବୁ ବିଷୟରେ ଛାତ୍ରଛାତ୍ରୀ ଓ କିଟ୍ ଅଧିକାରୀଙ୍କୁ ପଚରାଉଚରା କରୁଛି NHRC ଟିମ୍ ।

ଅନ୍ୟପଟେ ପୂର୍ବରୁ ୨୦୧୭ରେ ସିଡବ୍ଲୁସି ରିପୋର୍ଟରେ ସାମ୍ନାକୁ ଆସିଥିଲା କିସ୍‌ରେ ଅବ୍ୟବସ୍ଥାର ଚିତ୍ର । ରିପୋର୍ଟ ଅନୁସାରେ ପିଲାଙ୍କ ପାଇଁ ହଷ୍ଟେଲରେ ନଥିଲା ପର୍ଯ୍ୟାପ୍ତ ଶୌଚାଳୟ, ୪ ଶହ ପିଲାଙ୍କ ପାଇଁ ଥିଲେ ମାତ୍ର ୨ ଜଣ ସୁପରଭାଇଜର। ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଉନଥିଲା। ସକାଳ ଜଳଖିଆରେ ଦିଆଯାଇଥିଲା ଚୂଡ଼ା ଓ ଚିନି। ପିଲାଙ୍କ ଖାଦ୍ୟ ପାଇଁ ନଥିଲା କୌଣସି ମେନୁ ଚାର୍ଟ। ଏହାର ବି ତଦନ୍ତ କରିବ କି NHRC ଟିମ୍ ?

ନେପାଳୀ ଛାତ୍ରୀ ମୃତ୍ୟୁ ଓ ତା' ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ କିଟ୍‌ର ଅମାନବୀୟ ବ୍ୟବହାର ଘଟଣାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବଦନାମ ମୁଣ୍ଡାଇଛି ଓଡ଼ିଶା। ଯେଉଁ କିଟ୍ ଯୋଗୁଁ ଓଡ଼ିଶାକୁ ସାରା ବିଶ୍ବ ଆଗରେ ଲଜ୍ଜିତ ହେବାକୁ ପଡ଼ିଲା NHRC ଟିମ୍ ତାର ତଦନ୍ତ କରି କଠୋର ଶାସ୍ତି ପାଇଁ କରିବ କି ସୁପାରିଶ ? ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି କିଟ୍ କେଳଙ୍କାରୀର ମୁଖ୍ୟ ନାୟକ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜେରା କରିବ କି ତଦନ୍ତକାରୀ ଟିମ୍ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Nepali student death case: NHRC team at KIIT, questions 2 female officials! | Argus News